ବାଣ କାରଖାନାରେ ଅଗ୍ନିକାଣ୍ଡ : ୧୧ ମୃତ, ଅନେକ ଆହତ

ନୂଆଦିଲ୍ଲୀ : ତାମିଲନାଡୁର ବିରୁଦ୍ଧୁନଗରରେ ଏକ ବାଣ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଏହି ଅଗ୍ନିକାଣ୍ଡରେ ୧୧ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘରୋଇ କାରଖାନାଟି ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳରେ ରହିଛି । ବାଣ ତିଆରି କରିବା ପାଇଁ କିଛି ରାସାୟନିକ ପଦାର୍ଥ ମିଶ୍ରିତ ହେଉଥିବା ବେଳେ ଏହି ଘଟଣା ଘଟିଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.