om academy

ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହାଁନ୍ତି, ତେବେ ଭାରତର ଅଖଣ୍ଡତା ବଜାୟ ରଖିବା ଆବଶ୍ୟକ : ମୋହନ ଭାଗବତ

jsm

ଗୋଆଲିଅର୍ : ରାଷ୍ଟ୍ରୀୟ ସ୍ୱୟଂସେବାକ ସଂଗଠନ (ଆରଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ ଶନିବାର ଦିନ କହିଛନ୍ତି ଯେ, ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର, ଯାହାର ଉତ୍ପତ୍ତି ହିନ୍ଦୁତ୍ୱ । ହିନ୍ଦୁ ଏବଂ ଭାରତ ଅବିଚ୍ଛେଦ୍ୟ । ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହାଁନ୍ତି, ତେବେ ଭାରତର ଅଖଣ୍ଡ ରହିବା ଆବଶ୍ୟକ । ମଧ୍ୟପ୍ରଦେଶର ଗୋଆଲିଅରରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭାଗବତ କହିଛନ୍ତି ଯେ, ହିନ୍ଦୁସ୍ତାନ ଏକ ହିନ୍ଦୁ ରାଷ୍ଟ୍ର ଏବଂ ହିନ୍ଦୁତ୍ୱରୁ ଏହାର ଉତ୍ପତ୍ତି । ହିନ୍ଦୁମାନେ ଭାରତ ସହ ଅବିଭାଜ୍ୟ ଏବଂ ଭାରତ ହିନ୍ଦୁମାନଙ୍କ ସହ ଅବିଭାଜ୍ୟ ।

ସଂଗଠନର ମୁଖ୍ୟ ମୋହନ ଭାଗବତ କହିଛନ୍ତି, ଇତିହାସ ସାକ୍ଷୀ ଅଛି ଯେତେବେଳେ ବି ହିନ୍ଦୁମାନେ ନିଜ ପରିଚୟ ଭୁଲିଯାଆନ୍ତି, ସେତେବେଳେ ଦେଶ ଅସୁବିଧାରେ ପଡ଼ିଛି ଏବଂ ଏହା ଖଣ୍ଡବିଖଣ୍ଡ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ହିନ୍ଦୁତ୍ୱର ପୁନରୁସ୍ଥାନ ଆରମ୍ଭ ହେଉଛି ଏବଂ ଭାରତର ପ୍ରତିଷ୍ଠା ସାରା ବିଶ୍ୱରେ ବୃଦ୍ଧି ପାଉଛି । ସମଗ୍ର ବିଶ୍ୱ ଭାରତକୁ ଚାହିଁ ରହିଛି ଏବଂ ଏଥିପାଇଁ ସମାଜର ସମସ୍ତ ବିଭାଗ ଏକତ୍ର କାର୍ଯ୍ୟ କରିବା ଉଚିତ୍ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.