
ନୂଆଦିଲ୍ଲୀ : ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନରେ ଦମଦାର ବିଜୟ ହାସଲ କରିଛି ଆମ୍ ଆଦମୀ ପାର୍ଟି । ଦୀର୍ଘ ୧୫ ବର୍ଷ ହେଲା ଭାରତୀୟ ଜନତା ପାର୍ଟି କବ୍ଜାରେ ଥିବା ଦିଲ୍ଲୀ ମହାନଗର ନିଗମ (ଏମ୍ସିଡି)କୁ କେଜରିୱାଲଙ୍କ ଆପ୍ ହାତେଇ ନେଇଛି । ମୋଟ ୨୫୦ଟି ସିଟ୍ ମଧ୍ୟରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୨୬ଟି ସିଟ୍ ଆବଶ୍ୟକତା ଥିଲା । ତେବେ ଅରବିନ୍ଦ କେଜରିୱାଲଙ୍କ ଆପ୍ ୧୩୪ଟି ସିଟ୍ରେ ବିଜୟୀ ହେବା ସହିତ ମେୟର ଚୟନ ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରିସାରିଛି । ଅନ୍ୟପଟେ ବିଜେପି ୧୦୪ଟି ସିଟ୍ ହାତେଇଥିବା ବେଳେ କଂଗ୍ରେସ ମାତ୍ର ୯ଟି ସିଟ୍ ପାଇବାକୁ ସକ୍ଷମ ହୋଇଛି ।