ଫାଷ୍ଟ ଡେ’ ଫାଷ୍ଟ ସୋ’ରେ କଲା ୩୫ କୋଟିର ରୋଜଗାର, ବକ୍ସ ଅଫିସରେ ଧୁମ ମଚାଇଲା ‘ମାଷ୍ଟର’

ମୁମ୍ବାଇ : ସାରା ଭାରତରେ ମୁକ୍ତିଲାଭ କରିଥିବା ବିଜୟ ସେଥୁପଥିଙ୍କ ଅଭିନୀତ ଚଳଚ୍‌ଚିତ୍ର ‘ମାଷ୍ଟର’ ପ୍ରଥମ ଦିନରେ ଭାରତରୁ ୩୫ କୋଟି ଟଙ୍କା ରୋଜଗାର କରିଛି । କେବଳ ତାମିଲନାଡ଼ୁରୁ ୨୦ କୋଟି ଟଙ୍କା ରୋଜଗାର୍‌ କରିଥିବା ‘ମାଷ୍ଟର’ ରାଜ୍ୟରେ ଗୋଟେ ଦିନରେ ଦ୍ୱିତୀୟ ସର୍ବାଧିକ ଟଙ୍କା ଆୟକାରୀ ଚଳଚ୍‌ଚିତ୍ରର ମାନ୍ୟତା ପାଇଛି । ମହାମାରୀ କରୋନା କଟକଣା ଯୋଗୁଁ ୫୦ ପ୍ରତିଶତ ଦର୍ଶକରେ ମୁକ୍ତିଲାଭ କରିଥିବା ଏହି ଚଳଚ୍‌ଚିତ୍ର ସାଧାରଣ ଦିନରେ ମୁକ୍ତିଲାଭ କରିଥିଲେ ଦୁଇଗୁଣା ଆୟ କରିଥାନ୍ତା ବୋଲି କୁହାଯାଉଛି । ଯାହା ଚଳଚିତ୍ର ଦୁନିଆରେ ଐତିହାସିକ ହୋଇଥାନ୍ତା ବୋଲି ସିନେ ସମୀକ୍ଷକମାନେ ମତ ଦେଇଛନ୍ତି । ଚଳଚିତ୍ରରେ ବିଜୟ ସେଥୁପତି ଓ ଥାଲାପତି ବିଜୟଙ୍କ ଯୋଡ଼ି ସିନେପ୍ରେମୀଙ୍କୁ ଖୁବ୍‌ ପସନ୍ଦ ଆସିଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.