କୃଷକଙ୍କ ଆ‌ନ୍ଦୋଳନ ପଛରେ ଚୀନ୍ ଏବଂ ପାକିସ୍ତାନର ହାତ ରହିଛି : କେନ୍ଦ୍ର ମନ୍ତ୍ରୀ

ଔରଙ୍ଗାବାଦ : ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀରେ ଚାଲିଥିବା ଚାଷୀଙ୍କ ବିରୋଧ ପଛରେ ଚୀନ୍ ଏବଂ ପାକିସ୍ତାନର ହାତ ରହିଥିବା ବୁଧବାର ଦିନ ଦାବୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନ୍‌ବେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସଂଶୋଧିତ ନାଗରିକତା ଅଧିନିୟମ ଏବଂ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ସହିତ ମୁସଲମାନମାନେ ପ୍ରଥମେ ଭ୍ରମିତ ହୋଇଥିଲେ, କିନ୍ତୁ ଏହି ପ୍ରୟାସ ସଫଳ ହୋଇପାରିଲା ନାହିଁ । ସେ କହିଛନ୍ତି ଯେ, ବର୍ତ୍ତମାନ କୃଷକମାନଙ୍କୁ କୁହାଯାଉଛି ଯେ. ନୂତନ ନିୟମ ଯୋଗୁଁ ସେମାନେ କ୍ଷତି ସହିବେ । ମହାରାଷ୍ଟ୍ରର ଜଲନା ଜିଲ୍ଲାର ବାଦନାପୁର ତାଲୁକାରେ ଥିବା କୋଲଟେ ଟାକଲିରେ ଅବସ୍ଥିତ ଏକ ସ୍ୱାସ୍ଥ୍ୟ କେନ୍ଦ୍ରର ଉଦଘାଟନ ସମୟରେ ଦାନ୍‌ବେ ଏହି କଥା କହିଛନ୍ତି ।
ସେ କହିଛନ୍ତି ଯେ, ଏବେ ଯେଉଁ ଆନ୍ଦୋଳନ ଚାଲିଛି ତାହା କୃଷକଙ୍କର ନୁହେଁ । ଏହା ପଛରେ ଚୀନ୍ ଏବଂ ପାକିସ୍ତାନ ଅଛନ୍ତି । ଦେଶରେ ପ୍ରଥମେ ମୁସଲମାନମାନେ ଉତ୍ତେଜିତ ହୋଇଥିଲେ । ତାଙ୍କୁ କଣ କୁହାଗଲା ? ସଂଶୋଧିତ ନାଗରିକତା ଅଧିନିୟମ ଏବଂ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ଆସୁଛି ଏବଂ ଛ’ ମାସ ମଧ୍ୟରେ ମୁସଲମାନମାନଙ୍କୁ ଏହି ଦେଶ ଛାଡିବାକୁ ପଡିବ । କୌଣସି ମୁସଲମାନ ଦେଶ ଛାଡିଛନ୍ତି କି ? ସେ କହିଛନ୍ତି, ଏହି ପ୍ରୟାସ ସଫଳ ହୋଇପାରିଲା ନାହିଁ ଏବଂ ବର୍ତ୍ତମାନ କୃଷକମାନଙ୍କୁ କୁହାଯାଇଛି ଯେ, ସେମାନଙ୍କୁ କ୍ଷତି ସହିବାକୁ ପଡିବ । ଏହା ଅନ୍ୟ ଦେଶର ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.