ମୋଟ୍‌ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୧୩,୯୬୬ କୋଟି ଟଙ୍କାର ବ୍ୟୟବରାଦ ସହିତ ଚାଷୀଙ୍କ ଜୀବନ ଓ ଜୀବିକାରେ ସୁଧାର ପାଇଁ ସାତଟି ପ୍ରମୁଖ ଯୋଜନାକୁ ମଞ୍ଜୁର କରାଯାଇଛି ।
୧. ଡିଜିଟାଲ୍‌ କୃଷି ମିଶନ : ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମିର ଢାଞ୍ଚା ଉପରେ ଆଧାରିତ, ଡିଜିଟାଲ କୃଷି ମିଶନ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରିବ । ଏହି ମିଶନ ପାଇଁ ମୋଟ୍‌ ୨,୮୧୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହା ଦୁଇଟି ମୂଳଦୁଆ ଉପରେ ଆଧାରିତ

  • କୃଷି ଷ୍ଟାକ୍‌
  • ଚାଷୀ ରେଜିଷ୍ଟ୍ରୀ
  • ଗାଁ ଜମି ମାନଚିତ୍ର ରେଜିଷ୍ଟ୍ରୀ
  • ଫସଲ ବୁଣା ରେଜିଷ୍ଟ୍ରୀ
  • କୃଷି ନିର୍ଣ୍ଣୟ ସହାୟତା ପ୍ରଣାଳୀ
  • ଭୂସ୍ଥାନିକ ତଥ୍ୟ
  • ମରୁଡ଼ି/ବନ୍ୟା ନିରୀକ୍ଷଣ
  • ପାଣିପାଗ/ଉପଗ୍ରହ ତଥ୍ୟ
  • ଭୂତଳ ଜଳ/ଜଳ ଉପଲବ୍ଧତା ତଥ୍ୟ
  • ଫସଲ ଉତ୍ପାଦନ ଏବଂ ବୀମା ପାଇଁ ମଡେଲିଂ
    ଏହି ମିଶନରେ ନିମ୍ନ ବ୍ୟବସ୍ଥା ରହିଛି
  • ମୃତ୍ତିକା ପ୍ରୋଫାଇଲ୍
  • ଡିଜିଟାଲ ଫସଲ ଆକଳନ
  • ଡିଜିଟାଲ ଅମଳ ମଡେଲିଂ
  • ଫସଲ ଋଣ ପାଇଁ ଯୋଗାଯୋଗ
  • ଏଆଇ ଏବଂ ବିଗ୍ ଡାଟା ଭଳି ଆଧୁନିକ ଜ୍ଞାନକୌଶଳ
  • କ୍ରେତାଙ୍କ ସହ ଯୋଗାଯୋଗ
  • ମୋବାଇଲ ଫୋନରେ ନୂଆ ଜ୍ଞାନ
    ୨.ଖାଦ୍ୟ ଓ ପୋଷଣ ନିରାପତ୍ତା ପାଇଁ ଫସଲ ବିଜ୍ଞାନ: ମୋଟ୍‌ ୩,୯୭୯ କୋଟି ଟଙ୍କା ବ୍ୟୟବରାଦ ସହିତ ଏହି ପଦକ୍ଷେପ କୃଷକମାନଙ୍କୁ ଜଳବାୟୁ ମୁକାବିଲା ପାଇଁ ପ୍ରସ୍ତୁତ କରିବ ଏବଂ ୨୦୪୭ ସୁଦ୍ଧା ଖାଦ୍ୟ ନିରାପତ୍ତା ପ୍ରଦାନ କରିବ । ଏହାର ସାତଟି ସ୍ତମ୍ଭ ରହିଛି ଯଥା:
  • ଗବେଷଣା ଓ ଶିକ୍ଷା
  • ଉଦ୍ଭିଦ ଆନୁବଂଶିକ ସମ୍ବଳ ପରିଚାଳନା
  • ଖାଦ୍ୟ ଏବଂ ଗୋଖାଦ୍ୟ ଫସଲ ପାଇଁ ଆନୁବଂଶିକ ସୁଧାର
  • ଡାଲି ଓ ତୈଳବୀଜ ଫସଲ ଉନ୍ନତି
  • ବାଣିଜ୍ୟିକ ଫସଲରେ ସୁଧାର
  • କୀଟପତଙ୍ଗ, ଜୀବାଣୁ, ପରାଗୀକରଣ ଇତ୍ୟାଦି ଉପରେ ଗବେଷଣା
  • କୃଷି ଶିକ୍ଷା, ପରିଚାଳନା ଏବଂ ସାମାଜିକ ବିଜ୍ଞାନର ସୁଦୃଢ଼ୀକରଣ : ମୋଟ୍‌ ୨,୨୯୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପଦକ୍ଷେପ କୃଷି ଛାତ୍ର ଏବଂ ଗବେଷକମାନଙ୍କୁ ସାମ୍ପ୍ରତିକ ଆହ୍ୱାନ ପାଇଁ ପ୍ରସ୍ତୁତ କରିବ ଏବଂ ଏଥିରେ ନିମ୍ନଲିଖିତ ଅନ୍ତର୍ଭୁକ୍ତ
  • ଭାରତୀୟ କୃଷି ଗବେଷଣା ପରିଷଦ ଅଧୀନରେ
  • କୃଷି ଗବେଷଣା ଓ ଶିକ୍ଷାର ଆଧୁନିକୀକରଣ
  • ନୂତନ ଶିକ୍ଷା ନୀତି ୨୦୨୦ର ଅନୁସରଣ
  • ଅତ୍ୟାଧୁନିକ ଜ୍ଞାନକୌଶଳ ଡିଜିଟାଲ ଡିପିଆଇ, ଏଆଇ, ବିଗ୍ ଡାଟା, ରିମୋଟ୍ ଇତ୍ୟାଦିର ବ୍ୟବହାର
  • ପ୍ରାକୃତିକ ଚାଷ ଏବଂ ଜଳବାୟୁ ସହନଶୀଳତା ସାମିଲ କରିବା
    ୪. ଦୀର୍ଘସ୍ଥାୟୀ ଗୃହପାଳିତ ପ୍ରାଣୀ ସ୍ୱାସ୍ଥ୍ୟ ଓ ଉତ୍ପାଦନ : ମୋଟ ୧୭୦୨ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରାଣୀସମ୍ପଦ ଓ ଦୁଗ୍ଧ ଉତ୍ପାଦନରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ନିମ୍ନଲିଖିତ ରହିଛି
  • ପ୍ରାଣୀ ସ୍ୱାସ୍ଥ୍ୟ ପରିଚାଳନା ଓ ପ୍ରାଣୀ ଚିକିତ୍ସା ଶିକ୍ଷା
  • ଦୁଗ୍ଧ ଉତ୍ପାଦନ ଓ ବୈଷୟିକ ଜ୍ଞାନକୌଶଳ ବିକାଶ
  • ପ୍ରାଣୀ ଆନୁବଂଶିକ ସମ୍ବଳ ପରିଚାଳନା, ଉତ୍ପାଦନ ଓ ଉନ୍ନତି
  • ପ୍ରାଣୀ ପୋଷଣ ଏବଂ କ୍ଷୁଦ୍ର ପ୍ରାଣୀ ଉତ୍ପାଦନ ଓ ବିକାଶ
  • ଉଦ୍ୟାନ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ: ମୋଟ୍‌ ୮୬୦ କୋଟି ଟଙ୍କା ବ୍ୟୟ ଅଟକଳ ସହିତ ଏହି ପଦକ୍ଷେପ ଉଦ୍ୟାନ କୃଷି ଉଦ୍ଭିଦରୁ କୃଷକଙ୍କ ଆୟ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଏହା ନିମ୍ନଲିଖିତ ବିଷୟକୁ ନେଇ ଗଠିତ
  • ଗ୍ରୀଷ୍ମମଣ୍ଡଳୀୟ, ଉପ-ଗ୍ରୀଷ୍ମମଣ୍ଡଳୀୟ ଏବଂ ସମଶୀତୋଷ୍ଣ ଉଦ୍ୟାନ କୃଷି ଫସଲ
  • ମୂଳ, କନ୍ଦ, କନ୍ଦ ଜାତୀୟ ଓ ଶୁଷ୍କ ଫସଲ
  • ପନିପରିବା, ଫୁଲ ଓ ଛତୁ ଜାତୀୟ ଫସଲ
  • ବଗିଚା, ମସଲା, ଔଷଧୀୟ ଏବଂ ସୁଗନ୍ଧିତ ଉଦ୍ଭିଦ
  • ୧୨୦୨ କୋଟି ଟଙ୍କାର ବ୍ୟୟବରାଦ ସହିତ କୃଷି ବିଜ୍ଞାନ କେନ୍ଦ୍ରର ସୁଦୃଢ଼ିକରଣ
  • ୧,୧୧୫ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ସହିତ ପ୍ରାକୃତିକ ସମ୍ବଳ ପରିଚାଳନା
Leave A Reply

Your email address will not be published.