om academy

ବାଃ ବାଃ କେମିତି ମଜା : ଆଠଟି ପତ୍ନୀଙ୍କୁ ସମ୍ଭାଳିଛନ୍ତି ଜଣେ ସ୍ୱାମୀ

jsm

ଥାଇଲାଣ୍ଡ : ଏକ ମଜାଦାର ଖବର ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଜଣେ ସ୍ତ୍ରୀଙ୍କୁ ସମ୍ଭାଳିବା ଜଣେ ସ୍ୱାମୀଙ୍କ ପାଇଁ କାଠିକର ପାଠ ହୋଇଥିବା ବେଳେ ଏଠାରେ ଜଣେ ସ୍ୱାମୀ ସମ୍ଭାଳୀଛନ୍ତି ଆଠ ଜଣ ପତ୍ନୀଙ୍କୁ । ଖବରଟି ହେଉଛି ଥାଇଲାଣ୍ଡର । ବ୍ୟକ୍ତି ଜଣକ ହେଉଛନ୍ତି ଅଙ୍ଗ୍‌ ଡାମ୍‌ ସୋରୋଟ୍‌ । ସୋରୋଟ୍‌ ହେଉଛନ୍ତି ଜଣେ ଟାଟୁ କଳାକାର ପ୍ରଥମ ପତ୍ନୀ ନୋଙ୍ଗ୍‌ ସ୍ପ୍ରାଇଟ୍‌ଙ୍କୁ ସେ ପ୍ରେମ ବିବାହ କରିଥିବା ବେଳେ ଦ୍ୱିତୀୟ ପତ୍ନୀ ଏଲ୍‌ଙ୍କ ସହ ବଜାରରେ ଭେଟ ହୋଇ ପ୍ରେମରେ ପଡ଼ିଥିଲେ । ତୃତୀୟ ପତ୍ନୀଙ୍କ ସହ ଡାକ୍ତରଖାନାରେ ଭେଟ ପଡ଼ି ଯୋଡ଼ି ହୋଇଥିବା ବେଳେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ପତ୍ନୀଙ୍କ ସହ ସେ ସୋସିଆଲ୍‌ ମିଡ଼ିଆରୁ ସମ୍ପର୍କ ଯୋଡ଼ିଥିଲେ । ଏକ ଧର୍ମସ୍ଥଳୀରେ ସପ୍ତମ ପତ୍ନୀଙ୍କ ସହ ତାଙ୍କ ସମ୍ପର୍କ ସ୍ଥାପନ ହୋଇଥିବା ବେଳେ ଅଷ୍ଟମ ପତ୍ନୀ ତାଙ୍କୁ ମିଳିଥିଲେ ଛୁଟି କଟାଇବା ବେଳେ । ମଜାକଥା ହେଲା, ଆଠଟି ପତ୍ନୀଙ୍କ ସହ ସୋରୋଟ୍‌ ବେଶ୍‌ ଆରାମରେ ଗୋଟିଏ ଘରେ ରହୁଛନ୍ତି ।

Leave A Reply

Your email address will not be published.