jayashree

ISROର ଆଉ ଏକ ସଫଳତା, ସିଙ୍ଗାପୁରର ୭ଟି ସାଟେଲାଇଟ୍ ନେଇ କକ୍ଷପଥରେ ସ୍ଥାପନ କଲା PSLV-C56 ରକେଟ

ନୂଆଦିଲ୍ଲୀ : ମହାକାଶ କ୍ଷେତ୍ରରେ ଭାରତ ଏକ ନୂତନ ଇତିହାସ ସୃଷ୍ଟି କରିଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଆଜି ରବିବାର ଏକାସାଙ୍ଗରେ ୭ଟି ସାଟେଲାଇଟ୍ ଉତକ୍ଷେପଣ କରିଛି । ଏଥିମଧ୍ୟରେ ଗୋଟିଏ ସ୍ବେଦେଶୀ ଏବଂ ସିଙ୍ଗାପୁରର ୬ଟି ସାଟେଲାଇଟ୍ ଅନ୍ତର୍ଭୁକ୍ତ । ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାରୁ ଏହି ଉପଗ୍ରହ ଗୁଡିକୁ ପିଏସଏଲଭି-ସି୫୬ ରକେଟ୍ ମାଧ୍ୟମରେ ଉତକ୍ଷେପଣ କରାଯାଇଛି । ପିଏସଏଲଭି-ସି୫୬ ହେଉଛି ନ୍ୟୁ ସ୍ପେସ୍ ଇଣ୍ଡିଆ ଲିମିଟେଡ୍ ର ମିଶନ୍, ଯାହା ISROର ବ୍ୟବସାୟିକ ଶାଖା ।

ସିଙ୍ଗାପୁରର ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ DS-SAR ଏବଂ ଅନ୍ୟ ୬ ଟି ଉପଗ୍ରହକୁ ନେଇ PSLV-C56 ରକେଟ୍ ରବିବାର ସକାଳ ୬.୩୦ରେ ଉତକ୍ଷେପଣ ହୋଇଛି । ଏହି ମାସରେ ବହୁ ପ୍ରତୀକ୍ଷିତ ଚନ୍ଦ୍ରାୟନ ୩ ଲଞ୍ଚ କରିବା ପରେ, ବର୍ତ୍ତମାନ PSLV-C56 ଲଞ୍ଚ ହେଉଛି ଏକ ମାସ ମଧ୍ୟରେ ISRO ର ଆଉ ଏକ ପ୍ରମୁଖ ସଫଳତା । ଏହାପୂର୍ବରୁ ଜୁଲାଇ ୧୪ରେ, ISRO ସଫଳତାର ସହ LVM-3 ଲଞ୍ଚ ଯାନକୁ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ କକ୍ଷପଥରେ ସଫଳତାପୂର୍ବକ ସ୍ଥାପିତ କରିଥିଲା ​​।

ଚଳିତ ବର୍ଷ ଭାରତୀୟ ମହାକାଶ ଏଜେନ୍ସିର ଏହା ହେଉଛି ତୃତୀୟ ବାଣିଜ୍ୟିକ ମିଶନ । ISRO ଏହା ପୂର୍ବରୁ ମାର୍ଚ୍ଚରେ LVM-3 ରକେଟରୁ ବ୍ରିଟେନର ୱାନ ୱେଭ (ONE-WAVE) ସହିତ ଜଡିତ ୩୬ ଟି ଉପଗ୍ରହ ଉତକ୍ଷେପଣ କରିଥିଲା ​​। ଏହା ପରେ ଏପ୍ରିଲରେ PSLV ରକେଟରୁ ସିଙ୍ଗାପୁରର ୨ ଉପଗ୍ରହ ଉତକ୍ଷେପଣ କରାଯାଇଥିଲା ।

Leave A Reply

Your email address will not be published.