ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଉପର ସୁବାନ୍ସିରୀରେ ବାଟବଣା ହୋଇ ଚୀନ୍ର ସୀମାକୁ ଚାଲି ଯାଇଥିବା ୫ ଭାରତୀୟ ନିଜ ଦେଶକୁ ଫେରିଛନ୍ତି । ଚୀନ୍ର ସେନା ସୀମାରେ ଆଜି ଭାରତୀୟ ସୈନକଙ୍କୁ ସଂପୃକ୍ତ ୫ ଜଣଙ୍କୁ ସମର୍ପଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୨ ତାରିଖ ଦିନ ଜଂଗଲକୁ ଶିକାର କରିବାକୁ ଯାଇଥିବା ବେଳେ ସଂପୃକ୍ତ ୫ ଜଣ ଭାରତୀୟଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରି ନେଇଥିଲେ ଚୀନ ସେନା । ତେବେ ଏମାନଙ୍କୁ ଚୀନ୍ ହାତରୁ ଛଡ଼ାଇବା ପାଇଁ ଚେଷ୍ଟା ଚଳେଇଥିଲା ଭାରତୀୟ ସେନାବାହିନୀ । ହଟ୍ଲାଇନ୍ରେ ସନ୍ଦେଶ ଦିଆଗଲା । ଗତ ୮ ତାରିଖ ଦିନ ଚୀନ୍ ସେନା ଭାରତୀୟ ସେନାଙ୍କ ମେସେଜ୍ର ଉତ୍ତର ରଖି ଅପହୃତ ୫ ଜଣ ଭାରତୀୟ ତାଙ୍କ କବ୍ଜାରେ ଥିବା ସ୍ୱୀକାର କରିଥିଲା । ଆଜି ସେମାନଙ୍କୁ ଭାରତୀୟ ସେନାଙ୍କ ହାତରେ ଅର୍ପଣ କରିଛି ଚୀନ୍ ସେନା ।