ପାକିସ୍ତାନୀ ସେନାକୁ ବଡ ଧକ୍କା : ୱଜିରିସ୍ତାନରେ ଧମାକା

ଇସଲାମାବାଦ : ପାକିସ୍ତାନର ୱଜିରିସ୍ତାନ ପ୍ରଦେଶରେ ସେନା ଏବଂ ବିଦ୍ରୋହୀଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ଏହି ଅଞ୍ଚଳରେ ପାକିସ୍ତାନୀ ସେନା ତିନି ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜବାବ୍‌ ହରାଇଛି । ଅନ୍ୟପକ୍ଷରେ ଜାମ୍ମୁ କାଶ୍ମୀରରେ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରି ପାକିସ୍ତାନୀ ସେନାକୁ ଭାରତୀୟ ସୈନିକଙ୍କ ଦମନ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିଥିଲା । ଏଥିରେ ଜଣେ ପାକିସ୍ତାନୀ ସୈନିକଙ୍କର ମୃତ୍ୟୁ ଘଟିଛି ।

ପାକିସ୍ତାନୀ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ, ଉତ୍ତର ୱଜିରିସ୍ତାନର ଆଦିବାସୀ ଅଞ୍ଚଳରେ ବିଦ୍ରୋହୀମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ତିନିଜଣ ସୈନିକଙ୍କ ମୃତ୍ୟୁ ଘଟିଛି । ସେନା କହିଛି ଯେ, ପ୍ରଥମ ଘଟଣାରେ ଗୁପ୍ତଚର ତଥ୍ୟ ଆଧାରରେ ପାକିସ୍ତାନୀ ସୈନ୍ୟମାନେ ଉତ୍ତର ୱଜିରିସ୍ତାନରେ ଦୁଇଟି ଅପରେସନ୍ କରିଥିଲେ, ଯେଉଁଥିରେ ଦୁଇଜଣ ସନ୍ଦିଗ୍ଧ ବିଦ୍ରୋହୀଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟ ମଧ୍ୟରେ ବିଦ୍ରୋହୀମାନେ ଜୋରରେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯେଉଁଥିରେ ୩ ସୈନିକ ନିହତ ହୋଇଥିଲେ ।

Leave A Reply

Your email address will not be published.