ନୂଆଦିଲ୍ଲୀ : ଲାଇନ୍ ଅଫ୍ ଏକ୍ଚୁଆଲ୍ କଂଟ୍ରୋଲ (ଏଲ୍ଏସି)ରେ ଚୀନ୍ ପକ୍ଷରୁ ବହୁସଂଖ୍ୟାରେ ସେନା ଓ ଗୋଳାବାରୁଦ ମୁତୟନ କରାଯାଉଥିବା ବେଳେ ଭାରତୀୟ ସେନା ମଧ୍ୟ ପୂରା ପ୍ରସ୍ତୁତ ରହିଛି ବୋଲି ସଂସଦରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ତେବେ ଏଲ୍ଏସି.ର ସ୍ଥିତି ସଂପର୍କରେ କହିବାକୁ ଯାଇ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ କହିଛନ୍ତି ଯେ, ଚୀନ୍ ପକ୍ଷରୁ ବହୁ ସଂଖ୍ୟାରେ ସେନା ଓ ଗୋଳାବାରୁଦ ଏଲଏସିରେ ମୁତୟନ ଜାରି ରହିଛି । ଭାରତୀୟ ସେନା କୌଣିସି ବି ସ୍ଥିତିକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ରକ୍ଷାମନ୍ତ୍ରୀ ଶ୍ରୀ ସିଂହ ଆହୁରି କହିଛନ୍ତି ଯେ, ଏଲଏସି.କୁ ସମ୍ମାନ ଦେବା ଏବଂ ତାହାର ପାଳନ କରାଯିବା ସୀମାକ୍ଷେତ୍ରରେ ଶାନ୍ତି ଓ ସଦ୍ଭାବର ଆଧାର ଅଟେ, ଯାହାକୁ ୧୯୯୩ ଏବଂ ୧୯୯୬ର ବୁଝାମଣାରେ ସ୍ପଷ୍ଟ ରୂପେ ସ୍ୱୀକାର କରାଯାଇଛି । ଭାରତୀୟ ସେନା ଏହାକୁ ସଠିକ୍ ଭାବରେ ପାଳନ କରୁଥିବା ବେଳେ ଚୀନ୍ ସେନା ଏହାକୁ ପାଳନ କରୁ ନଥିବା ସେ କହିଛନ୍ତି ।