om academy

ସାବଧାନ : କରୋନା ସଂକ୍ରମିତଙ୍କ ଛିଙ୍କିବା ଠାରୁ ୧୦ ମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ଭୂତାଣୁ

jsm

ନୂଆଦିଲ୍ଲୀ : ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ କାର୍ୟ୍ୟାଳୟ ଗୁରୁବାର ଦିନ କହିଛି ଯେ, କୋଭିଡ -୧୯ରେ ପୀଡିତ ବ୍ୟକ୍ତିଙ୍କ ଛିଙ୍କରୁ ବାହାରୁଥିବା ଛୋଟ ବୁନ୍ଦା ଦୁଇ ମିଟର ଅଞ୍ଚଳରେ ପଡିପାରେ ଏବଂ ଏଥିରୁ ବାହାରୁଥିବା ଭୂତାଣୁ ଦଶ ମିଟର ପର୍ୟ୍ୟନ୍ତ ପହଞ୍ଚିପାରେ । ସେ କହିଛନ୍ତି ଯେ, ବାୟୁ ସଂଚାର ବ୍ୟବସ୍ଥା ଠିକ୍‌ ରହିଲେ ସଂକ୍ରମଣର ବିପଦ କମି ଯାଇପାରେ । ପ୍ରିନ୍ସିପାଲ୍ ସାଇଣ୍ଟିଫିକ୍ ଆଡଭାଇଜର୍ ଅଫିସ୍ (ପିଏସ୍‌ଏ) ପରାମର୍ଶରେ ଏହା କହିଛି ଯେ, ସଂକ୍ରମଣ ବନ୍ଦ କର, ମହାମାରୀକୁ ଶେଷ କର, ସାର୍ସ-ସିଓବି୨ ଭୂତାଣୁ ବିସ୍ତାରକୁ ରୋକିବା ପାଇଁ ମାସ୍କ, ଦୂରତା, ସ୍ୱଚ୍ଛତା ଏବଂ ଖୋଲା ଭେଣ୍ଟିଲେଟେଡ୍ ସ୍ପେସ୍ ବ୍ୟବହାର କର ।

ପରାମର୍ଶରେ କୁହାଯାଇଛି ଯେ, ଖୋଲା ଭେଣ୍ଟିଲେଟେଡ୍ ସ୍ପେସ୍ କୋଭିଡ୍ -୧୯ ଭୂତାଣୁ ବିସ୍ତାରକୁ ହ୍ରାସ କରିପାରେ ଏବଂ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ସଂକ୍ରମଣର ଆଶଙ୍କା ହ୍ରାସ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ । ଏଥିରେ କୁହାଯାଇଛି, ଲାଳ ଓ ଛିଙ୍କିବା ଏବଂ ଏଥିରୁ ସଂକ୍ରମିତ ବୁନ୍ଦା ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଭୂତାଣୁ ନେଇପାରେ । ବଡ ବୁନ୍ଦା ଭୂମିରେ ପଡ଼ିଯାଏ ଏବଂ ଛୋଟ ବୁନ୍ଦା ବାୟୁରେ ବହୁତ ଦୂର ଯାଇପାରେ ।

Leave A Reply

Your email address will not be published.