ଭାରତ-ଜାପାନ ସମ୍ବାଦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ, (ପିଆଇବି) : ପ୍ରିୟ ବନ୍ଧୁଗଣ, ଷଷ୍ଠ ଭାରତ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧନ କରିବା ପରିପ୍ରେକ୍ଷୀରେ ମୁଁ ବହୁତ ଖୁସି । ପାଞ୍ଚ ବର୍ଷ ପୂର୍ବେ, ଆମେ ପୂର୍ବତନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କ ସହ ମିଶି ଏହି ସିରିଜ ସମ୍ମିଳନୀ ଆରମ୍ଭ କରିଥିଲୁ । ତା’ ପରଠାରୁ ସମ୍ବାଦ ନୂଆଦିଲ୍ଲୀରୁ ଟୋକିଓ, ୟଙ୍ଗୋନରୁ ଉଲାନବାତର ପର୍ୟ୍ୟନ୍ତ ଯାତ୍ରା କରିଛି । ଏହି ଯାତ୍ରାରେ, ଏହା ନିଜ ମୂଳ ଉଦ୍ଦେଶ୍ୟ ନିମନ୍ତେ ଯଥୋଚିତ ହୋଇପାରିଛି: ଆଲୋଚନା ଓ ତର୍କକୁ ପ୍ରୋତ୍ସାହିତ କରିବା ପାଇଁ; ଗଣତନ୍ତ୍ର, ମାନବବାଦ, ଅହିଂସା, ସ୍ୱାଧୀନତା ଏବଂ ସହିଷ୍ଣୁତାର ଆମର ଆପୋସ ମୂଲ୍ୟବୋଧକୁ ସମୃଦ୍ଧ କରିବା ପାଇଁ; ଏବଂ ଆଧ୍ୟାତ୍ମିକ ଓ ବିଦ୍ୱାନ ଆଦାନପ୍ରଦାନର ପୁରୁଣା ପରମ୍ପରାକୁ ଆଗକୁ ବଢ଼ାଇବା ଲାଗି । ସମ୍ବାଦ ସମ୍ମିଳନୀକୁ ନିରନ୍ତର ଭାବେ ସମର୍ଥନ କରିଥିବାରୁ ମୁଁ ଜାପାନ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।
ବନ୍ଧୁଗଣ,
ଏହି ମଞ୍ଚ ଭଗବାନ ବୁଦ୍ଧଙ୍କ ବିଚାରଧାରା ଏବଂ ଆଦର୍ଶଗୁଡ଼ିକୁ ସମୃଦ୍ଧ କରିବା ପାଇଁ ବହୁତ କାର୍ୟ୍ୟ କରିଛି, ବିଶେଷକରି ଯୁବପିଢ଼ିଙ୍କ କ୍ଷେତ୍ରରେ ଏହା ବିଶେଷ ସହାୟକ ହୋଇଛି । ଐତିହାସିକ ଭାବେ, ବୁଦ୍ଧଙ୍କ ବାର୍ତ୍ତାର ଆଲୋକ ଭାରତରୁ ବିଶ୍ୱର ଅନେକ ଅଂଶକୁ ବ୍ୟାପିଛି । ତେବେ ଏହି ଆଲୋକ ସ୍ଥିର ନ ଥିଲା । ପ୍ରତ୍ୟେକ ନୂଆ ସ୍ଥାନରେ ଏହା ପହଞ୍ଚି ପାରିଛି । ବୌଦ୍ଧ ବିଚାରଧାରା ଶତାବ୍ଦୀ ଶତାବ୍ଦୀ ଧରି ଆହୁରି ଆଗକୁ ବଢ଼ିଚାଲିଛି । ଏହି କାରଣରୁ, ବୌଦ୍ଧ ସାହିତ୍ୟ ଏବଂ ଦର୍ଶନର ମହାନ ସମ୍ପତ୍ତି ଆଜି ଅନେକ ପୃଥକ ପୃଥକ ଦେଶ ଓ ଭାଷାଗୁଡ଼ିକରେ ଅନେକ ମଠଗୁଡ଼ିକରେ ଦେଖିବାକୁ ମିଳିପାରିବ ।
ଏହି ଆଲେଖ୍ୟ ସାମଗ୍ରିକ ରୂପରେ ମାନବଜାତି ପାଇଁ ଏକ ବଡ଼ ସମ୍ପତ୍ତି ହୋଇଛି । ଆଜି, ଏହିସବୁ ପାରମ୍ପରିକ ବୌଦ୍ଧ ସାହିତ୍ୟ ଏବଂ ଶାସ୍ତ୍ରଗୁଡ଼ିକ ନିମନ୍ତେ ଏକ ପାଠାଗାର ସ୍ଥାପନ ଲାଗି ମୁଁ ପ୍ରସ୍ତାବ ରଖିବାକୁ ଚାହିଁବି । ଭାରତରେ ଏଭଳି ପ୍ରକାର ବ୍ୟବସ୍ଥା କରାଯିବାରେ ଆମେ ବେଶ ପ୍ରସନ୍ନ ହେବୁ ଏବଂ ଏଥିପାଇଁ ଉପଯୁକ୍ତ ସମ୍ବଳ ଉପଲବ୍ଧ କରାଇବୁ । ପାଠାଗାର ବିଭିନ୍ନ ଦେଶର ଏଭଳି ସମସ୍ତ ବୌଦ୍ଧ ସାହିତ୍ୟର ଡିଜିଟାଲ ନକଲଗୁଡ଼ିକୁ ସଂଗ୍ରହ କରି ରଖିବ । ଏହାପରେ ଏଗୁଡ଼ିକୁ ଅନୁବାଦ କରାଯାଇ ବୌଦ୍ଧ ଧର୍ମର ସମସ୍ତ ସାଧୁ ଏବଂ ବିଦ୍ୱାନମାନଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯିବ । ପାଠାଗାର କେବଳ ସାହିତ୍ୟର ଏକ ଭଣ୍ଡାର ହେବନାହିଁ ।
ଏହା ଗବେଷଣା ଓ ଆଲୋଚନା ପାଇଁ ଏକ ମଞ୍ଚ ହୋଇପାରିବ- ଲୋକଙ୍କ ମଧ୍ୟରେ, ସମାଜ ମଧ୍ୟରେ ଏବଂ ମଣିଷ ଓ ପ୍ରକୃତି ମଧ୍ୟରେ ଏକ ବାସ୍ତବ ‘ସମ୍ବାଦ’ ହୋଇପାରିବ । ସମକାଳୀନ ଆହ୍ୱାନଗୁଡ଼ିକ ବିରୋଧରେ ଆମର ଆଧୁନିକ ବିଶ୍ୱରେ ବୁଦ୍ଧଙ୍କ ବାର୍ତ୍ତା କିଭଳି ଆମକୁ ରାସ୍ତା ଦେଖାଇ ପାରିବ, ତାହା ଜାଣିବା ପାଇଁ ଅଧିକ ଗବେଷଣା କରିବାକୁ ହେବ । ଦାରିଦ୍ର୍ୟ, ଜାତିବାଦ, ଉଗ୍ରବାଦ, ଲିଙ୍ଗ ବୈଷମ୍ୟ, ଜଳବାୟୁ ପରିବର୍ତ୍ତନ ଏବଂ ଅନ୍ୟ କେତେକ ଆହ୍ୱାନର ସାମ୍ନା କରିବା ପାଇଁ ଏହା ସହାୟକ ହୋଇପାରିବ ।
ବନ୍ଧୁଗଣ,
ପ୍ରାୟ ତିନି ସପ୍ତାହ ପୂର୍ବେ, ମୁଁ ସାରନାଥରେ ଥିଲି । ସାରନାଥ ହେଉଛି ସେହି ସ୍ଥାନ, ଯେଉଁଠି ଭଗବାନ ବୁଦ୍ଧ ଆତ୍ମଜ୍ଞାନ ପ୍ରାପ୍ତ ହେବା ପରେ ନିଜର ପ୍ରଥମ ଉପଦେଶ ପ୍ରଦାନ କରିଥିଲେ । ସାରନାଥରୁ ବାହାରିଥିବା ଏହି ଜ୍ୟୋତିପୁଞ୍ଜ ପୂରା ଦୁନିଆରେ ବ୍ୟାପିଯାଇଥିଲା, ଯାହା ଦୟା, ମହାନତା ଏବଂ ସର୍ବୋପରି ମାନବ କଲ୍ୟାଣକୁ ସମଗ୍ର ମାନବତା ପାଇଁ ଭଲ ବୋଲି ଗ୍ରହଣ କରାଯାଇଥିଲା । ଏବଂ ଧୀରେ ଧୀରେ, ଶାନ୍ତ ଚିତ୍ତରେ ଏହା ବିଶ୍ୱ ଇତିହାସର ଶୃଙ୍ଖଳା ବଦଳାଇ ଦେଇଥିଲା । ସାରନାଥରେ ହିଁ ଭଗବାନ ବୁଦ୍ଧ ନିଜ ଧର୍ମ ଆଦର୍ଶ ବାବଦରେ ବିସ୍ତାର ଭାବେ ବଖାଣିଥିଲେ । ତାଙ୍କ ପାଇଁ ପ୍ରାର୍ଥନା ଓ ସଂସ୍କାରଠାରୁ ଅଧିକ ଥିଲା ଧର୍ମ । ଧର୍ମର କେନ୍ଦ୍ରରେ ମଣିଷ, ଏବଂ ମଣିଷଙ୍କ ସହ ସେମାନଙ୍କ ସମ୍ପର୍କ । ତେଣୁ, ଅନ୍ୟମାନଙ୍କ ଜୀବନରେ ଏକ ସକାରାତ୍ମକ ଶକ୍ତି ରହିବା ସବୁଠୁ ମହତ୍ତ୍ୱପୂର୍ଣ୍ଣ । ସମ୍ବାଦ ଏଭଳି ହେବା ଆବଶ୍ୟକ, ଯାହା ଆମର ଗ୍ରହ ଉପରେ ସକାରାତ୍ମକତା, ଏକତା ଏବଂ ଦୟାର ଏହି ଭାବନାକୁ ବିସ୍ତାର କରିପାରିବ । ଏହା ଏଭଳି ସମୟରେ ଆସିଛି, ଯାହା ଆମ ପାଇଁ ଅତ୍ୟନ୍ତ ଆବଶ୍ୟକ ।
ବନ୍ଧୁଗଣ,
ଏହା ଏକ ନୂଆ ଦଶନ୍ଧିର ପ୍ରଥମ ସମ୍ବାଦ । ଏହା ମାନବ ଇତିହାସର ଏକ ମହତ୍ତ୍ୱପୂର୍ଣ୍ଣ କ୍ଷଣରେ ଅନୁଷ୍ଠିତ ହେଉଛି । ଆମର କାର୍ୟ୍ୟ ଆଜି ଆଗାମୀ ସମୟରେ କଥାବାର୍ତ୍ତାକୁ ନୂଆ ଆକାର ଦେଇପାରିବ । ଏହି ଦଶନ୍ଧି ଏବଂ ତାହାଠାରୁ ଊଦ୍ଧ୍ୱର୍ରେ ସେହି ସମାଜର ହେବ, ଯାହା ଏକସଙ୍ଗେ ଶିଖିବା ଏବଂ ଉଦ୍ଭାବନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିବ । ଏହା ଉଜ୍ଜ୍ୱଳ ଯୁବା ମନର ପୋଷଣ ଭାବେ କାମ କରିବ, ଯାହା ଆଗାମୀ ସମୟରେ ମାନବତାରେ ମୂଲ୍ୟବୋଧ ସାମିଲ କରିବ । ଶିକ୍ଷା ଏଭଳି ହେବା ଆବଶ୍ୟକ, ଯାହା ଉଦ୍ଭାବନକୁ ଆଗେଇ ନେଇପାରିବ । ସର୍ବୋପରି, ମାନବ ସମୃଦ୍ଧି ପାଇଁ ଉଦ୍ଭାବନ ଏକ ଆଧାରଶିଳା ହୋଇପାରିବ ।
ଉନ୍ମୁକ୍ତ ମନ, ଗଣତାନ୍ତ୍ରିକ ଏବଂ ସ୍ୱଚ୍ଛତା ଦୃଷ୍ଟିରୁ ପରିପୂର୍ଣ୍ଣ ଥିମା ସମାଜରେ ହିଁ ଉଦ୍ଭାବନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ତେଣୁ, ଏବେ ହିଁ ସେହି ପ୍ରକୃଷ୍ଟ ସମୟ, ପୂର୍ବ ସମୟଠାରୁ ଅଧିକ ପ୍ରକୃଷ୍ଟ, ଯାହା ଆମ ବିକାଶ ରୂପରେ ଦେଖିବାକୁ ମିଳିବ, ସେହି ପ୍ରତିମାନକୁ ପରିବର୍ତ୍ତନ କରିବା ପାଇଁ ହେବ । ଅଳ୍ପ କେତେକଙ୍କୁ ନେଇ ବିଶ୍ୱ ଅଭିବୃଦ୍ଧି ଉପରେ ଆଲୋଚନା କରିବା ଅସମ୍ଭବ । ମଞ୍ଚ ବିଶାଳ ହେବା ଦରକାର । ଏଜେଣ୍ଡା ବ୍ୟାପକ ହେବା ଜରୁରି । ଅଭିବୃଦ୍ଧି ପ୍ରଣାଳୀକୁ ମାନବକୈନ୍ଦ୍ରିକ ଦୃଷ୍ଟିକୋଣରୁ ପାଳନ କରିବା ଦରକାର । ଏବଂ, ଯାହା ଆମ ପରିବେଶର ଅନୁରୂପ ହେବ ।
ବନ୍ଧୁଗଣ,
ନିମ୍ନରେ ତାହା ଠିକ ଭାବେ ବର୍ଣ୍ଣନା ହୋଇଛି:
ୟମକ ୱଗୋ ଧମ୍ମପଦ:
ନ ହି ୱେରେନ ୱେରାନ, ସମ୍ମାନ୍ତିଧ କୁଦାନ୍ତ ।
ଅୱେରେନ ଚ ସମ୍ମନ୍ତି, ଏସ ଧମ୍ମୋ ସନନ୍ତନୋ । ।
ଶତ୍ରୁତା ଦ୍ୱାରା କଦାପି ଶାନ୍ତି ମିଳିବ ନାହିଁ । ଅତୀତରେ, ମାନବତା ସହଯୋଗ ପରିବର୍ତ୍ତେ ସାମ୍ନାସାମ୍ନି ହେବାର ରାସ୍ତା ଆପଣାଇଥିଲେ । ସାମ୍ରାଜ୍ୟବାଦରୁ ନେଇ ବିଶ୍ୱ ଯୁଦ୍ଧ ପର୍ୟ୍ୟନ୍ତ । ଅସ୍ତ୍ରଶସ୍ତ୍ର ଦୌଡ଼ରୁ ମହାକାଶ ଦୌଡ଼ ପର୍ୟ୍ୟନ୍ତ । ଆମ ପାଖରେ କଥାବାର୍ତ୍ତା କରିବାର ସୁଯୋଗ ଥିଲା, କିନ୍ତୁ ଅନ୍ୟମାନଙ୍କୁ ତଳକୁ ଖସାଇବା ପାଇଁ ସେଥିରେ ଲକ୍ଷ୍ୟ ଥିଲା । ଏବେ, ଆସନ୍ତୁ ମିଳିମିଶି ଊଦ୍ଧ୍ୱର୍କୁ ଉଠିବା । ଭଗବାନ ବୁଦ୍ଧଙ୍କ ଉପଦେଶ ଦ୍ୱାରା ଶତ୍ରୁତା ପରିହାର କରି ସଶକ୍ତ ହେବା ପାଇଁ ଉଦ୍ୟମ କରିବା ଆବଶ୍ୟକ । ତାଙ୍କ ବାଣୀ ଆମକୁ ହୃଦୟବାନ ହେବାକୁ ପ୍ରେରଣା ଦେଉଛି । ତାହା ଆମକୁ କହୁଛି ଯେ: ଅତୀତରୁ ଶିକ୍ଷାଲାଭ କରି ଭବିଷ୍ୟତ ପାଇଁ କାର୍ୟ୍ୟ କରିଚାଲ । ଆମର ଆଗାମୀ ପିଢ଼ି ପାଇଁ ଏହା ସବୁଠୁ ବଡ଼ ସେବା ।
ବନ୍ଧୁଗଣ,
ସନୱାଦର ସାର ହେଉଛି ମିଳିମିଶି ରହିବା । ଆସନ୍ତୁ, ସମ୍ବାଦ ଦ୍ୱାରା ଆମ ମଧ୍ୟରେ ଥିବା ସର୍ବୋତ୍କୃଷ୍ଟକୁ ପରିପ୍ରକାଶ କରିବା । ଏହା ଆମର ପ୍ରାଚୀନ ମୂଲ୍ୟବୋଧକୁ ଆକର୍ଷିତ କରିବା ଏବଂ ଆଗାମୀ ସମୟ ପାଇଁ ପ୍ରସ୍ତୁତ ରହିବାର ସମୟ । ଆମ ନୀତି ଓ ସିଦ୍ଧାନ୍ତରେ ମାନବତା ହିଁ ମୁଖ୍ୟ ହେବା ଦରକାର । ଆମେ ନିଜ ଅସ୍ତିତ୍ୱର କେନ୍ଦ୍ରୀୟ ସ୍ତମ୍ଭ ରୂପରେ ପ୍ରକୃତି ସହ ସାମଞ୍ଜସ୍ୟପୂର୍ଣ୍ଣ ସହ-ଅସ୍ତିତ୍ୱ ନିର୍ମାଣ କରିବା ଉଚିତ । ସମ୍ବାଦ, ଆମ୍ଭମାନଙ୍କ ସହ ଏକ ଆଲୋଚନା, ଆମ ସାଥୀ ଲୋକଙ୍କ ସହ, ଏବଂ ପ୍ରକୃତି ସହିତ ଏହି ମାର୍ଗ ଆମର ରାସ୍ତା ଆଲୋକିତ କରିପାରେ । ମୁଁ ଏହି ମହତ୍ତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ଆୟୋଜନ ପାଇଁ ଆୟୋଜକମାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ସେମାନଙ୍କ ବିଚାରବିମର୍ଶରେ ସଫଳତା କାମନା କରୁଛି ।
ଧନ୍ୟବାଦ ।

Leave A Reply

Your email address will not be published.

error: Content is protected !!