
ନୂଆଦିଲ୍ଲୀ : ୨୨ ହଜାର କୋଟି ବ୍ୟାଙ୍କିଂ ଫ୍ରଡ୍ ଅଭିଯୁକ୍ତ ଋଷି ଅଗ୍ରୱାଲ୍ ସିବିଆଇ ମୁଖ୍ୟାଳୟ ପହଞ୍ଚିଛନ୍ତି । ଦିଲ୍ଲୀର ତଦନ୍ତରେ ସେ ସାମିଲ୍ ହୋଇଛନ୍ତି । ଋଷି ଅଗ୍ରୱାଲ ଏବିଜି ସିପିଆର୍ଡ୍ର ପୂର୍ବତନ ଚେୟାରମେନ୍ ତଥା ଏମ୍ଡି ରହିଥିଲେ । ଏହା ପୂର୍ବରୁ ଋଷି ଅଗ୍ରୱାଲକୁ ସିବିଆଇ ପଚରାଉଚୁରା କରିସାରିଛି । ଋଷିଙ୍କ ଉପରେ ୨୮ଟି ବ୍ୟାଙ୍କ ସହ ୨୨ ହଜାର ୮୪୨ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି । ଏହି ମାମଲାରେ ତାଙ୍କ ବିରୁଦ୍ଧରେ ଫେବୃୟାରୀ ୭ ତାରିଖ ଦିନ ସିବିଆଇ ମାମଲା ରୁଜ୍ଜୁ କରିଥିଲା । ଋଷି ଅଗ୍ରୱାଲ ହେଉଛନ୍ତି ଶଶୀ ରୁଇୟା ଏବଂ ରବି ରୁଇୟାଙ୍କ ଭଣଜା । ରୁଇୟା ଦୁହେଁ ଏସ୍ସାର୍ ଗ୍ରୁପ୍ର ମାଲିକ ।