ବିମାନ ଯାତ୍ରା ମହଙ୍ଗା ହେଲା, ଘରୋଇ ବିମାନରେ ସର୍ବନିମ୍ନ ଭଡା ୫% ବୃଦ୍ଧି ପାଇଲା

ନୂଆଦିଲ୍ଲୀ : ମହଙ୍ଗା ମାଡ଼ ଦେଶର କୌଣସି କ୍ଷେତ୍ରରେ ବି ଅସମ୍ପୂର୍ଣ୍ଣ ହୋଇ ରହିନାହିଁ । ମହଙ୍ଗାର ସର୍ବଶେଷ ହିଟ୍‌ ବିମାନ ଯାତ୍ରା ଉପରେ ପଡ଼ିଥିବା ଅନୁମାନ କରାଯାଉଛି । ଘରୋଇ ବିମାନ ଯାତ୍ରା ପାଇଁ ସର୍ବନିମ୍ନ ବିମାନ ଭଡା ସୀମାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପିତ୍ତି ନେଇଛନ୍ତି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ବିମାନ ଚଳାଚଳ ଟର୍ବାଇନ ଇନ୍ଧନର ମୂଲ୍ୟ ବୃଦ୍ଧି ହେତୁ ଏହାକୁ ଦାୟୀ କରିଛନ୍ତି । ସୂଚନା ଅନୁସାରେ ଫେବୃଆରୀ ପୂର୍ବରୁ ସରକାର ଏୟାର ବ୍ୟାଣ୍ଡ ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ । ସେତେବେଳେ ସର୍ବନିମ୍ନ ଭଡା ୧୦ ପ୍ରତିଶତ ଏବଂ ସର୍ବାଧିକ ଭଡା ୩୦ ପ୍ରତିଶତ ବୃଦ୍ଧି କରାଯାଇଥିଲା ।

ବର୍ତ୍ତମାନର ମୂଲ୍ୟ ବୃଦ୍ଧିରେ ସର୍ବାଧିକ ଭଡା ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ବୃଦ୍ଧି ସହିତ ୪୦ ମିନିଟରୁ କମ୍‌ ଯାତ୍ରା ପାଇଁ ସର୍ବନିମ୍ନ ଭଡା ୨୨୦୦ ରୁ ୨୩୨୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ସର୍ବାଧିକ ଭଡା ୭୮୦୦ ଟଙ୍କା ରହିବ । ଫେବୃଆରୀରେ ବିମାନ ଭଡା ପାଇଁ ସ୍ଥିର ହୋଇଥିବା ନିମ୍ନ ଏବଂ ଉପର ସୀମା ଏପ୍ରିଲ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ହାର୍ଦ୍ଦିକ ସିଂ ପୁରୀ କହିଛନ୍ତି । ମେ ୨୦୨୦ ରେ, ଘରୋଇ ବିମାନ ଯାତ୍ରା ଭଡା ପାଇଁ ସରକାର ସର୍ବନିମ୍ନ ଏବଂ ସର୍ବାଧିକ ସୀମା ସ୍ଥିର କରିଥିଲେ ।

Leave A Reply

Your email address will not be published.