୪୫ ବର୍ଷରୁ ଅଧିକ ବୟସ୍କ ଲୋକ ଏପ୍ରିଲ ୧ରୁ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ୪୫ ବର୍ଷ ଏବଂ ୪୫ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତି ଏପ୍ରିଲ ୧ ପରେ କରୋନା ଟିକା ନେଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି । ଏପର୍ୟ୍ୟନ୍ତ, ମେଡିକାଲ୍ ପ୍ରଫେସନାଲ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ବ୍ୟତୀତ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ଟିକାକରଣ କରାଯାଉଥିଲା । ଏପ୍ରିଲ ୧ ରୁ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ ପାଇଁ କୋମର୍ବିଡିଟି ସାର୍ଟିଫିକେଟ୍ ଆବଶ୍ୟକ ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.