oum

ଭାରତ-ଅଷ୍ଟ୍ରେଲିଆ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

jsm

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଭୂପୃଷ୍ଠ ଓ ଭୂତଳ ଜଳର ସୁପରିଚାଳନା ପାଇଁ ତାଲିମ ପ୍ରଦାନ, ଶିକ୍ଷା ଓ ଗବେଷଣା ମାଧ୍ୟମରେ କୃଷି, ସହରାଞ୍ଚଳ, ଶିଳ୍ପ ଓ ପରିବେଶଗତ ବ୍ୟବହାର ଲାଗି ଜଳ ନିରାପତ୍ତା ଲକ୍ଷ୍ୟ ହାସଲ ପାଇଁ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଭାରତ ପକ୍ଷରୁ ଜଳସଂପଦ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ଭୂତଳ ଜଳବୋର୍ଡ ଏବଂ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ଭି ପାର୍ଟନର୍ସ ଅକ୍ଟୋବର ୨୦୧୯ରେ ଏହି ଚୁକ୍ତିରେ ସ୍ୱାକ୍ଷରିତ କରିଥିଲେ । କ୍ୟାବିନେଟରେ ଏହି ଚୁକ୍ତି ସଂପର୍କରେ ପ୍ରଧାନମନ୍ତ୍ରୀ ଅବଗତ ହେବା ପରେ ଏହାକୁ ଅନୁମୋଦନ ପ୍ରଦାନ କରାଯାଇଛି ।

Leave A Reply

Your email address will not be published.