ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣରେ ଦୁଃଖିତ, ଆମର ପ୍ରାର୍ଥନା ତାଙ୍କ ସହ ଅଛି : ପିଏମ ମୋଦୀ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଗୁଳି ଆକ୍ରମଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଦୁଃଖ ପ୍ରକାଶ କରିଛନ୍ତି । ସେ ଆବେଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି । ସେ ଏକ ଟୁଇଟ୍‌ରେ କହିଛନ୍ତି ଯେ, ମୋର ପ୍ରିୟ ବନ୍ଧୁ ସିଞ୍ଜୋ ଆବେଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ଦୁଃଖିତ । ମୋର ସମବେଦନା ଏବଂ ପ୍ରାର୍ଥନା ତାଙ୍କ ସହ, ତାଙ୍କ ପରିବାର ଏବଂ ଜାପାନର ଲୋକଙ୍କ ସହ ଅଛି । ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଆବେ ଶୁକ୍ରବାର ଦିନ ଦେଶର ପଶ୍ଚିମ ଭାଗରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଅଭିଭାଷଣ ଦେଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି । ଗୁରୁତର ଭାବେ ଆହତ ହୋଇଥିବା ଆବେଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ।

Leave A Reply

Your email address will not be published.