ଅଧିକ ସୁସ୍ଥତା ଯୋଗୁଁ ଆରୋଗ୍ୟ ହାର ପାଖାପାଖି ୭୫ ପ୍ରତିଶତରେ ପହଞ୍ଚିଛି

• ସକ୍ରିୟ ରୋଗୀଙ୍କ ତୁଳନାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ପାଖାପାଖି ୧୬ ଲକ୍ଷ ଅଧିକ
• ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଭାରତର ମୃତ୍ୟୁହାର ପୁଣି ସର୍ବନିମ୍ନରେ

ନୂଆଦିଲ୍ଲୀ, (ପିଆଇବି) : ଅଧିକରୁ ଅଧିକ କରୋନା ସଂକ୍ରମିତ ନୀରବଚ୍ଛିନ୍ନ ଭାବେ ଆରୋଗ୍ୟ ଲାଭ କରୁଥିବାରୁ ଦେଶରେ ସୁସ୍ଥତା ହାର ପାଖାପାଖି ୭୫ ପ୍ରତିଶତରେ ପହଞ୍ଚିଛି । ଗତକାଲି ୨୪ ଘଣ୍ଟା ମଧ୍ୟରେ ୫୭,୯୮୯ ରୋଗୀ ସୁସ୍ଥ ହୋଇଥିବା ବେଳେ ମୋଟ ଆରୋଗ୍ୟ ସଂଖ୍ୟା ଗତକାଲି ୨୨,୮୦,୫୬୬ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ତୁଳନାରେ (୭,୦୭,୬୬୮) ପାଖାପାଖି ୧୬ ଲକ୍ଷ (୧୫,୭୨,୮୯୮) ଅଧିକ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ରେଖାଚିତ୍ରରେ ପ୍ରଦତ୍ତ ସୂଚନା ଅନୁସାରେ ଦୈନିକ ସୁସ୍ଥତା ହାର ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ପହିଲାରୁ ୭ ମଧ୍ୟରେ ଏହା ୧୫,୦୧୮ ଥିବାବେଳେ ଅଗଷ୍ଟ ୧୩ରୁ ୧୯ ମଧ୍ୟରେ ଏହା ୬୦,୫୫୭କୁ ବୃଦ୍ଧି ପାଇଛି । ନୀରବଚ୍ଛିନ୍ନ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ଦେଶରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ମୋଟ ସଂଖ୍ୟାର ମାତ୍ର ୨୩.୨୪ ପ୍ରତିଶତ ବୋଲି ଜଣାପଡିଛି । ଏଥିସହିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇ ବର୍ତ୍ତମାନ ୧.୮୬ ପ୍ରତିଶତରେ ପହଞ୍ଚିଛି । ଏହାକୁ ବିଶ୍ଵର ସର୍ବନିମ୍ନ ବୋଲି ବିବେଚନା କରାଯାଉଛି । ବ୍ୟାପକ ପରୀକ୍ଷଣ, ଚିହ୍ନଟ ଓ ଦକ୍ଷ ଚିକିତ୍ସା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଅଧିକ ଆରୋଗ୍ୟ ଓ କମ ମୃତ୍ୟୁହାର ଯୋଗୁଁ ଦେଶର ସୁଚିନ୍ତିତ କୋଭିଡ ପରିଚାଳନା ରଣନୀତି ସମ୍ଭବ ହୋଇପାରିଛି ।

Leave A Reply

Your email address will not be published.