ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ୨୦୦ ପ୍ରତିଶତ ବୃଦ୍ଧି ପାଇଛି

ଇସ୍‌ଲାମାବାଦ : ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଗତ ମାର୍ଚ୍ଚରେ ପାକିସ୍ତାନରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ଯେତେବେଳେ ଦେଶରେ କରୋନା ଜୀବାଣୁ ମହାମାରୀ ବ୍ୟାପିଗଲା ଏହି ଅପରାଧ ସେତେବେଳେ ବେଶୀ ଘଟିଥିଲା । ଦେଶର ମାନବ ଅଧିକାର ଆୟୋଗର ଏକ ରିପୋର୍ଟ କରୋନା ଭୂତାଣୁ ମହାମାରୀ ଗରିବ ଶ୍ରେଣୀର ଅବସ୍ଥାକୁ ଆହୁରି ଖରାପ କରିବ ବୋଲି ଚେତାବନୀ ଦେବା ପରେ ଏହି ଅଧ୍ୟୟନ କରାଯାଇଥିଲା ।

ଜାନୁଆରୀରୁ ମାର୍ଚ୍ଚ ୨୦୨୦ ରିପୋର୍ଟରେ, ସ୍ଥାୟୀ ସାମାଜିକ ବିକାଶ ସଂଗଠନ କହିଛି ଯେ, ଜାନୁଆରୀ ତୁଳନାରେ ମାର୍ଚ୍ଚରେ ମହିଳାଙ୍କ ପ୍ରତି ହିଂସା ମାମଲା ୨୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । ଇସଲାମାବାଦ ସ୍ଥିତ ଏକ ଅଣ-ସରକାରୀ ସଂଗଠନ କହିଛି ଯେ, ଶିଶୁ ନିର୍ୟାତନା, ପାରିବାରିକ ହିଂସା, ଅପହରଣ ଏବଂ ବଳାତ୍କାର ଭଳି ମାମଲା ମଧ୍ୟ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ସ୍ଥାୟୀ ସାମାଜିକ ବିକାଶ ସଂଗଠନ ଏହି ଅପରାଧ ଆକଳନକୁ ତିନୋଟି ଇଂରାଜୀ ଖବରକାଗଜ (ଦି ନେସନ୍, ଡନ୍ ଏବଂ ଦି ନ୍ୟୁଜ୍) ଏବଂ ତିନୋଟି ଉର୍ଦ୍ଦୁ ଖବରକାଗଜ (ଜଙ୍ଗ, ୱାର୍ଲ୍ଡ ଏବଂ ଏକ୍ସପ୍ରେସ)ରୁ ସଂଗ୍ରହ କରିଥିଲା । ଏହା ପରେ ଏହି ଅପରାଧକୁ ଆଠଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା, ଯାହା ଶିଶୁ ବିବାହ, ଶିଶୁ ନିର୍ୟାତନା, ଶିଶୁ ଶ୍ରମିକ, ଘରୋଇ ନିର୍ୟାତନା, ଅପହରଣ, ବଳାତ୍କାର, ମହିଳାଙ୍କ ପ୍ରତି ହିଂସା ଏବଂ ହତ୍ୟା ।

Leave A Reply

Your email address will not be published.