ହୋସ ଉଡିଯିବ ଉର୍ବଶୀଙ୍କ ଗାଉନ୍‌ ଦାମ୍‌ ଶୁଣିଲେ‌, ସେହି ଦାମରେ ଭୁବନେଶ୍ୱରରେ କିଣି ହୋଇଯିବ ଅନେକ ବଡ ବଡ ଫ୍ଲାଟ୍‌

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରାଉଟେଲା ପୁଣି ତାଙ୍କ ଗାଉନ ପାଇଁ ଚର୍ଚ୍ଚାରେ । ଅର୍ଥାତ୍‌ ଉର୍ବଶୀ ନିଜ ଦାମୀ ଗାଉନ୍‌ ଯୋଗୁଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସବୁବେଲେ ନିଜ ହଟ୍‌ ଅନ୍ଦାଜରେ ଫଟୋସୁଟ୍‌, ନିଜ ଅଭିନୟ ଯୋଗୁଁ ଚର୍ଚ୍ଚାରେ ରହୁଥିବା ଉର୍ବଶୀ ନିଜ ଦାମୀ ଗାଉନ୍‌ ଯୋଗୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିପାରିଛନ୍ତି । ଇଣ୍ଟରନ୍ୟାସନାଲ୍‌ ଡିଜାଇନ୍‌ରେ ମାଇକେଲ୍‌ ସିନ୍‌ମୋ ଉର୍ବଶୀ ରାଉଟେଲାଙ୍କ ଏହି ଡ୍ରେସ୍‌ ପ୍ରସ୍ତୁତ କରିଛନ୍ତି । ମାଇକେଲ୍‌ ସିନ୍‌ମୋ କୁହନ୍ତି ଏହାକୁ ପ୍ରସ୍ତୁତ କରିବା ପାଇଁ ତାଙ୍କୁ ୧୫୦ ଘଣ୍ଟା ଲାଗିଥିଲା । ଏହାକୁ ପ୍ରସ୍ତୁତ କରିବା ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୩୨ କୋଟି ୮୯ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ୱର୍କଫ୍ରଣ୍ଟ କଥା କହିବା ତ ଉର୍ବଶୀ ରାଉଟେଲା ଶେଷ ଥର ପାଇଁ ‘ଭର୍ଜିନ୍‌ ଭାନୁପ୍ରିୟା’ରେ ନଜର ଆସିଥିଲେ । ସେ ଖୁବ୍‌ ଶୀଘ୍ର ‘ବ୍ଲାକ୍‌ ରୋଜ’ରେ ନଜର ଆସିବେ । ଏହାକୁ ହିନ୍ଦୀ ଓ ତେଲୁଗୁରେ ରିଲିଜ କରାଯିବ ବୋଳି ଜଣାପଡିଛି ।

Leave A Reply

Your email address will not be published.