oom

ମହାଭାରତରେ ସୂର୍ଯ୍ୟପୁତ୍ର କର୍ଣ୍ଣ ଭାବେ ଅଭିନୟ କରିବେ ସାହିଦ କପୁର

jsmm

ମୁମ୍ବାଇ : ବଲିଉଡ ଜଗତର ଲୋକକପ୍ରିୟ ଅଭିନେତା ସାହିଦ କପୁର ମହାଭାରତର କର୍ଣ୍ଣ ଭାବେ ଅଭିନୟ କରିବେ ବୋଲି ଜଣା ପଡୁଛି । ରଙ୍ଗଦେ ବସନ୍ତୀ ନିର୍ଦ୍ଦେଶକ ରାକେଶ ଓମପ୍ରକାଶ ମେହରାଙ୍କ ମହାଭାରତର ଭୂମିକା ସୂର୍ଯ୍ୟପତ୍ର କର୍ଣ୍ଣ ଉପରେ ଗୋଟିଏ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଥିବା ବେଳେ ଏବେ ଏହି ଖାସ୍‌ ପ୍ରୋଜେକ୍ଟ ପାଇଁ ସେ ସାହିଦ କପୁରଙ୍କୁ ତାଙ୍କ ଫିଲ୍ମରେ କର୍ଣ୍ଣ ଭୂମିକାରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି । ଏକ ନ୍ୟୁଜ ପୋର୍ଟାଲ ଅନୁଯାୟୀ, ଏହା ରାକେଶ ଓମପ୍ରକାଶ ମେହରାଙ୍କ ଏକ ଡ୍ରିମ୍‌ ପ୍ରୋଜେକ୍ଟ ବୋଳି କୁହାଯାଉଛି । ତେବେ ନିର୍ଦ୍ଦେଶକଙ୍କୁ ନିଜର ମେଗା ବଜେଟ ଫିଲ୍ମ ପାଇଁ ନିର୍ମାତା ମଧ୍ୟ ମିଳିଯାଇଛି । ଶାହିଦ ମଧ୍ୟ ଏହି ରୋଲ ପାଇଁ ରାଜି ଅଛନ୍ତି । ବର୍ଷ ଶେଷ ସୁଦ୍ଧା ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ।

jittmm
Leave A Reply

Your email address will not be published.