om academy

ଅସହାୟ ଶିଶୁକୁ ଅସ୍ତ୍ରୋପଚାର କରାଇଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

jsm

ବରଗଡ଼, (ସତ୍ୟନାରାୟଣ ପଧାନ) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅମ୍ବାପାଲି ଗ୍ରାମର ଲିପୁନ ବାଗ୍ (୧୨) ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗି ହାତରେ ରଡ୍‌ ଲାଗିଥିଲା । ଏହି ପରିବାରର ଆର୍ଥିକ ଅବ‌ସ୍ଥା ଅତି ଖରାପ ଥିବାରୁ ଅସ୍ତ୍ରୋପଚାର କରିବା ପାଇଁ ସମ୍ଭବ ହୋଇ ପାରୁନଥିଲା, ଯାହାକି ଜୀବନ ଯନ୍ତ୍ରଣାରେ ଦିନ କାଟୁଥିଲା କୁନି ପିଲା ।

ଏକଥା ଜନ କଲ୍ୟାଣ ସେବା ଟ୍ରଷ୍ଟ ନଜରକୁ ଆସିବା ପରେ ଅନୁଷ୍ଠାନର ସଭାପତି ମୁକୁନ୍ଦ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠାନର ମହିଳା ଟିମ୍ ଓ ଜନ କଲ୍ୟାଣ ସେବା ଟ୍ରଷ୍ଟର ଜଣେ ସକ୍ରିୟ ସହଯୋଗୀ ସନ୍ତୋଷ କୁମାର ଦାଶଙ୍କ ଓ ବିକାଶ ସ୍କୁଲର ଅଧ୍ୟକ୍ଷଙ୍କ ସହଯୋଗରେ ବିକାଶ ହସପିଟାଲରେ ଲିପୁନ ବାଗଙ୍କ ଅପରେସନ କରାଯାଇଛି । ଏଥିପାଇଁ ସମସ୍ତ ଖର୍ଚ୍ଚ ପାଖାପାଖି ୫୦ ହଜାର ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ଓ ଅନୁଷ୍ଠାନର ମହିଳା ପ୍ରମୁଖ ଶ୍ରୀମତୀ ମେନକା ବାଗ୍ ଓ ସଂପାଦିକା ଶ୍ରୀମତୀ ରୀତାଂଜଳି ଦାଶ ତଥା ସଭାପତି ମୁକୁନ୍ଦ ଦାଶ ହସପିଟାଲ୍‌ରେ ରହି ସମସ୍ତ ସହଯୋଗ କରିଛନ୍‌ନ୍ତି । ଏହି ସମୟରେ ଲିପୁନ୍‌ର ବାପା ଓ ମା’ ହସ୍ପିଟାଲରେ ଉପସ୍ଥିତ ଥିଲେ । ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ହସ୍ପିଟାଲର ସମସ୍ତ ଡାକ୍ତର ମାନଙ୍କୁ ଅନେକ ଅନେକ ସାଧୁବାଦ ଜଣାଇଛି ଜନ କଲ୍ୟାଣ ସେବା ଟ୍ରଷ୍ଟ । ପ୍ରକାଶ ଥାଉ କି, ଏହି ଶିଶୁ ସୁସ୍ଥ ହେବା ପରେ ତାଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ଜନ କଲ୍ୟାଣ ସେବା ଟ୍ରଷ୍ଟ ବହନ କରିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରିଛ‌ନ୍ତି ଶ୍ରୀ ଦାଶ ।

Leave A Reply

Your email address will not be published.