ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ପ୍ରଚାର ଜୋରଦାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଐତିହାସିକ ସହରରେ ବିଜେପି ଦଳ ପକ୍ଷରୁ ଚେୟାରମ୍ୟାନ ପ୍ରାର୍ଥିନୀ ଶ୍ରୀମତୀ ମାନସୀ ସ୍ୱାଇଁ ଏବଂ ସମସ୍ତ ୱାର୍ଡ ପ୍ରାର୍ଥୀ/ପ୍ରାର୍ଥିନୀଙ୍କ ନିମନ୍ତେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତ୍ତୃତ୍ୱାଧାରୀ ତଥା ରାଜ୍ୟ ସଦସ୍ୟ ପ୍ରଶାନ୍ତ କରଙ୍କ ନେତ୍ତୃତ୍ୱରେ ପ୍ରଚାର ଜୋରସୋରରେ ଚାଲିଛି । ବହୁ ଗାଡ଼ି ଘୋଡା ସହ ପ୍ରଚାର ଗାଡି, ବାଦ୍ୟଯନ୍ତ୍ର ଧୂମତାଡକାରେ ସହର ପ୍ରକମ୍ପିତ ହୋଇଉଠିଥିଲା । ଖୋଲା ଯାନ୍ତ୍ରିକ ବାହାନରେ ପ୍ରାର୍ଥୀ/ପ୍ରାର୍ଥିନୀ ବାହାରି ବର୍ଣ୍ଣାଢ୍ୟ ପଟୁଆରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ମଙ୍ଗଳବାର ରମ୍ଭା ସହରରେ ବିଜେପିର ବିଶାଳ ଶୋଭାଯାତ୍ରା ସହ ପ୍ରଚାର ଜୋରଦାର ହୋଇ ସହର ପରିକ୍ରମା ହୋଇଛି । ବିଜେପି ଦଳୀୟ ପ୍ରଚାର ଦମଦାରରେ ପ୍ରଚାର ହେବା ସମସ୍ତଙ୍କୁ ଚକିତ କରିଦେଇଛି । ଯାହାକି ଏହି ପ୍ରଚାର ଶୋଭାଯାତ୍ରାରେ ରମ୍ଭା ଏନ୍.ଏ.ସି.ରେ ପରିବର୍ତ୍ତନ ଆଣି ବିଜେପି ପ୍ରାର୍ଥିନୀଙ୍କୁ ବିଜୟ ସୁନିଶ୍ଚିତ ହେବା ଜଣାପଡ଼ିଛି । ଏହି ଶୋଭାଯାତ୍ରାରେ ଚାଷୀ, ମୁଲିଆ, ଶ୍ରମିକ, ଯୁବପିଢ଼ୀ, ସବୁବର୍ଗର ମହିଳା ଓ ପୁରୁଷଶ୍ରେଣୀର ଲୋକମାନଙ୍କ ସଂଖ୍ୟାବୃଦ୍ଧି ପାଇଥିବା ସାଂଗକୁ ଶାସକଦଳ ବିଜେଡି ଦଳ ଠାରୁ ଅଢ଼େଇଗୁଣରେ ଅଧିକ ଥିବା ହେତୁ ବିଜେପି ଅନେକ ମାତ୍ରାରେ ବାଜି ମରିବ ବୋଲି ଜନମତରୁ ଜଣାଯାଉଛି ।

Leave A Reply

Your email address will not be published.