ଆଜି ଜାତୀୟ ସୁରକ୍ଷା ଦିବସ

ନୂଆଦିଲ୍ଲୀ : ପ୍ରତି ବର୍ଷ ମାର୍ଚ୍ଚ ମାସ ୪ ତାରିଖ ଦିନ ଭାରତରେ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଇଥାଏ । ଦେଶବାସୀଙ୍କ ଭିତରେ ସୁରକ୍ଷା ପ୍ରତି ସଚେତନତା ବୃଦ୍ଧି କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାରଙ୍କର ଏକ ସ୍ୱୟଂଚାଳିତ ଓ ଅଣ ଲାଭକାରୀ ଅଙ୍ଗ ଜାତୀୟ ସୁରକ୍ଷା ପରିଷଦ ୧୯୬୬ ମସିହା, ମାର୍ଚ୍ଚ ୪ ତାରିଖରେ ସ୍ଥାପିତ ହୋଇଥିଲା । ମାର୍ଚ୍ଚ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଜାତୀୟ ସୁରକ୍ଷା ସପ୍ତାହ ପାଳନ କରାଯାଏ । ସୁଦୃଢ଼ ସଂସ୍କୃତି, ବୈଜ୍ଞାନିକ ମାନସିକତା ଏବଂ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ ବିଷୟ ଉଦ୍ଦେଶ୍ୟରେ ସଂଗଠିତ ଦୃଷ୍ଟିକୋଣ ଦ୍ୱାରା ସମାଜ ସେବା ଏହି ଦିବସର ଲକ୍ଷ୍ୟ । ସମଗ୍ର ଦେଶରେ ସେଥି ପାଇଁ ଏ ଅବସରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଠ୍ୟକ୍ରମ, ସମ୍ମେଳନ, ସେମିନାର ଓ କର୍ମଶାଳା ଆୟୋଜିତ ହୋଇଥାଏ । ବିପଦ ମୂଲ୍ୟାୟନ, ଆପାତକାଳୀନ ପ୍ରବନ୍ଧନ ଯୋଜନା ଏବଂ ସଙ୍କଟ ମୂଲ୍ୟାଙ୍କନ ପ୍ରଭୃତି ଅଧ୍ୟୟନ କରାଯାଏ । ସଡ଼କ ସୁରକ୍ଷା ସପ୍ତାହ, ସୁରକ୍ଷା ଦିବସ, ଅଗ୍ନି ସେବା ସପ୍ତାହ, ବିଶ୍ୱ ପରିବେଶ ଦିବସ ଆଦି ବିଭିନ୍ନ ଅଭିଯାନ କାର୍ଯ୍ୟକାରୀ କରୁଥିବା ସଂସ୍ଥାକୁ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ ।

Leave A Reply

Your email address will not be published.