jayashree

ମା’ ତାରିଣୀଙ୍କ ମନ୍ଦିରରେ କଡାକଡି ହେଲା କରୋନା କଟକଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ କରୋନା ନିୟମ କଡାକଡି ହୋଇଥିବା ବେଳେ ମାର୍ଚ୍ଚ ୩ରୁ ସମସ୍ତ ଭକ୍ତ ମା’ଙ୍କୁ ଦର୍ଶନ କରିପାରବେ । ପୂର୍ବରୁ ୧୦ ବର୍ଷରୁ କମ୍ ବୟସର ଛୋଟ ଶିଶୁ ଓ ୬୫ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ବୃଦ୍ଧାମାନେ ମା’ଙ୍କ ଦର୍ଶନ ପାଇବାରୁ ବଂଚିତ ରହୁଥିଲେ । ସେମାନେ ମଧ୍ୟ ମା’ଙ୍କୁ ବୁଧବାର ଠାରୁ ଦର୍ଶନ କରିପାରିବେ । ତା’ ସହିତ ମା’ଙ୍କ ନିକଟରେ ଭୋଗ ମଧ୍ୟ ଲାଗିବାର ନିଷ୍ପତ୍ତି ନେଇଥିବା ବେଳେ ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.