ପବିତ୍ର ମହା ଶିବରାତ୍ରି ଉପଲକ୍ଷେ ଶୈବପୀଠରେ ଜାଗର ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ମହା ଶିବରାତ୍ରି ଅବସରରେ ଦେବାଧିଦେବ ମହାଦେବଙ୍କ ପୂଜାର୍ଚ୍ଚନା ପାଇଁ ଚଳଚଞ୍ଚଳ ହୋଇ ପଡିଥିଲା ଶୈବପୀଠ । ସକାଳୁ ସକାଳୁ ମହାଦେବଙ୍କ ଦର୍ଶନ କରି ଦିନସାରା ଉପବାସ ରହି ମଧ୍ୟରାତ୍ରରେ ମହାଦୀପ ଦର୍ଶନ କରି ଜାଗର ଜାଳି ମାନସିକ କରି ଉଜାଗର ରହିଥିଲେ ଶ୍ରଦ୍ଧାଳୁ । ରାତିରେ ମହାଦୀପ ଉଠିବା ସହିତ ନୀତିକାନ୍ତି ସହ ଜାଗର ଯାତ୍ରା ପାଳନ ହୋଇଥିଲା । ଦେଓଗାଁ ବ୍ଲକ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ସିକୁଆଁ ସହ ଦେଓଗାଁ, ସାଗରପାଲି, ନାଇକେନଶିରା, ବହଲି, ଜରାସିଂହା, କୂଲିହାବାହାଲ, ବଡବନ୍ଧ, ବନ୍ଧପଡ଼ା, କୁହିମୁଣ୍ଡା, ଖଗସିକନା ସହ ବହୁ ଗାଁର ଶିବ ମନ୍ଦିରରେ ମହା ଶିବରାତ୍ରି ଅବସରରେ ଜାଗର ଯାତ୍ରା ପାଳନ ହୋଇଥିଲା ।

Leave A Reply

Your email address will not be published.