oom

ତେଲିଙ୍ଗିବାଜା ପ୍ରକାଶନୀର ପୁସ୍ତକ ଲୋକାର୍ପଣ ଉତ୍ସବ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ତେଲିଙ୍ଗିବାଜା ପ୍ରକାଶନୀ ତରଫରୁ ପ୍ରଭାତ ନଳିନୀ ସାହୁଙ୍କ ଲିଖିତ ପୁସ୍ତକ ‘ବବଲୁ ଓ ଶ୍ରୀଜଗନ୍ନାଥ’ ଉଦିତନଗର ସ୍ଥିତ ପଞ୍ଚଦେବ ମନ୍ଦିର କଲ୍ୟାଣ ମଣ୍ଡପଠାରେ ଲୋକାର୍ପିତ ହୋଇଯାଇଛି । ତେଲିଙ୍ଗିବାଜାର ମୁଖ୍ୟ ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କ ଆବାହକତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭା ମୁଖ୍ୟ ଭାବେ ପୂର୍ବତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ମୁଖ୍ୟଅତିଥି ଭାବେ ଭୂପେନ ମହାପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କବି ରାଜୀବ ପାଣି ଓ ସମ୍ମାନିତ ଅତିଥି ଭାବେ ଇଂ ଅଭୟ କୁମାର ଦାସ, ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନ, ଚିତ୍ତରଂଜନ ବ୍ରହ୍ମା ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟବକ୍ତା ଶ୍ରୀ ପାଣି ପୁସ୍ତକ ସଂପର୍କରେ ଆଲୋଚନା କରି କହିଲେ ଯେ ଶିଶୁ ସବୁବେଳେ ପରିବର୍ତ୍ତନଶୀଳ । ତେଣୁ ଶିଶୁ ସାହିତ୍ୟ ଲେଖିବାବେଳେ କେଉଁ ଭଳି ଲେଖିଲେ ଶିଶୁ ତାକୁ ଗ୍ରହଣ କରିବ ସେ ସଂପର୍କରେ ଶିଶୁସାହିତ୍ୟିକ ମାନେ ଚିନ୍ତା କରିବା ଦରକାର । ଆମେ ସମସ୍ତେ ସୁସଂକୃତ । ତେଣୁ ପିଲାମାନଙ୍କୁ କିପରି ସୁସଂକୃତ କରାଯିବ ସେଥିପାଇଁ ପ୍ରୟାସ ହେବା ଦରକାର। ଅନ୍ୟ ସମସ୍ତ ଅତିଥିଗଣ ପୁସ୍ତକଟିକୁ ଆଲୋଚନା କରି ଏହା ଲେଖିକାଙ୍କ ଏକ ସଫଳ କୃତି ବୋଲି ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ କିଶୋରୀ ମୋହନ କର, ନୃସିଂହ ଚରଣ ବିଶ୍ୱାଳ, ଡା. ମନୋଜ ନାୟକ, ମଞ୍ଜୁଳା କୁମାରୀ ରଥ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଉର୍ବଶୀ ଦାଶ ପତି, ସୌମ୍ୟା ପଟ୍ଟନାୟକ, ପ୍ରବୀଣ ପାତ୍ର, ତାପସ ରଂଜନ ସାହୁ, ସୁଶାନ୍ତ ନାୟକ, ଉମାଶଙ୍କର ତିୱାରୀ, ରୀତାରାଣୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଶେଷରେ ଶ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.