କୃଷିକ୍ଷେତ୍ରରେ ଜୈବିକ ସାର ପ୍ରୟୋଗ, ମାଟି ମା’ ଓ ପରିବେଶ ସୁରକ୍ଷା : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଉଦ ଡିସେମ୍ବର ଜାତୀୟ କୃଷକ ଦିବସ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଗୁଆଲିପଡା ପଂଚାୟତ ଗୁଡପାଇଲ ଗ୍ରାମରେ ପାଳିତ ହୋଇଯାଇଛି । ଏହି ଅବସରରେ ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତିବନ୍ଧୁ ଆଇନଜୀବୀ ହୃଷୀକେଶ ପାଢ଼ୀ କୃଷକମାନଙ୍କ ଗହଣରେ ଝାଞ୍ଜ, ଖୋଲ, ମୃଦଙ୍ଗ ଆଦି ବଜାଇ ମାଟି ମା’ର ପୂଜା କରାଇଥିଲେ । କ୍ଷେତରେ ଜୈବିକ ସାର ପ୍ରୟୋଗ କରି ଜମିକୁ ଲୁଣା ହେବାରୁ ମୁକ୍ତ କରିବା ସହ ମାଟି ମା’ ଓ ପରିବେଶର ସୁରକ୍ଷା ତଥା ଅଧିକ ଫସଲ ଅମଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । କ୍ଷେତ ଉର୍ବର ହେଲେ ଗଛଟିଏ ଭଲ ବଢିବା ସହ ପରିବେଶ ସୁରକ୍ଷାରେ ଯଥେଷ୍ଟ ସାହାୟକ ହେବ ବୋଲି ଶ୍ରୀ ପାଢୀ ଗୁରୁତ୍ୱ ଦେଇ ପ୍ରତ୍ୟେକ ଗୋଟେ ଗୋଟେ ଗଛ ଲଗାଇବା ପାଇଁ ନିବେଦନ କରିଥିଲେ ।

Leave A Reply

Your email address will not be published.