oom

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନବକିଶୋର ବିଜୟୀ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗ୍‌ର ତୃତୀୟ ମ୍ୟାଚ ନବକିଶୋର ଓ ୟଙ୍ଗ ଷ୍ଟୁଡେଣ୍ଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନବକିଶୋର ପ୍ରଥମେ ବ୍ୟାଟିଂ କରି ଦେବାଶୁଂ ରାୟଗୁୁରୁଙ୍କ ଲଢ଼ୁଆ ଶତକ ୧୧୫ ରନ୍‌, ଜିତେନ୍ଦ୍ର ଥପାଙ୍କ ଧୁଆଁଧାର ୪୮ ରନ୍‌ ଓ ରାହୁଲ ସାହୁଙ୍କ ୩୭ ରନ୍‌ ବଳରେ ନିଦ୍ଧାରିତ ୪୯ ଓଭରରେ ୬ ଉଇକେଟ ବିନିମୟରେ ୨୮୯ ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିଥିଲେ । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ସଫଳ ବୋଲର ଭାବେ ପଲ୍ଳବ ନାଗ ୨ ଗୋଟି ଉଇକେଟ ଅକ୍ତିଆର କରିଥିଲେ । ଏତତ୍‌ ବ୍ୟତୀତ ୟଙ୍ଗ ଷ୍ଟୁଡେଣ୍ଟଦଳର ଅନ୍ୟକୌଣସି ବୋଲର ନବକିଶୋର ଦଳର ବ୍ୟାଟ୍ସମ୍ୟାନମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲେ । ୨୯୦ ରନ୍‌ର ଲକ୍ଷକୁ ନେଇ ପଡିଆକୁ ଓହ୍ଳାଇଥିବା ୟଙ୍ଗ ଷ୍ଟୁଡେଣ୍ଟ ଦଳ ୪୬.୪ ଓଭରେ ସମସ୍ତ ଉଇକେଟ ହରାଇ ମାତ୍ର ୧୮୦ ରନ୍‌ ସଂଗ୍ରହ କରି ସମସ୍ତ ଉଇକେଟ ହରାଇଥିଲେ ଫଳରେ ଏହି ମ୍ୟାଚକୁ ନବକିଶୋର ଦଳ ୧୦୯ ରନ୍‌ରେ ବିଜୟ ଲାଭ କରିଥିଲା । ୟଙ୍ଗ ଷ୍ଟୁଡେଣ୍ଟ ଦଳ ପକ୍ଷରୁ ଆଶିଷ କୁମାର ଭୋଇ ସର୍ବାଧିକ ୬୧ ରନ୍‌ ଓ ପଲ୍ଲବ ନାଗ ୩୬ ରନ୍‌ ସଂଗ୍ରହ କରିଥିଲେ । ନବକିଶୋର ଦଳ ପକ୍ଷରୁ ବାବୁଲୁ ସେଠୀ ସର୍ବଧିକ ୬ ଗୋଟି ଉଇକେଟ ନେଇଥିବା ବେଳେ ଜିତେନ୍ଦ୍ର ଥପା, ଓମ ସାହୁ ଓ ଆୟୁଷ୍ମାନ ଦାସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ । ଆଜିର ଏହି ମ୍ୟାଚରେ ବାବୁଲୁ ସେଠୀଙ୍କୁ ଅଲରାଉଣ୍ଡର ପ୍ରଦର୍ଶନ ଯୋଗୁଁ ଶ୍ରେଷ୍ଠ ଖେଳାଳୀଭାବେ ଘୋଷିତ କରାଯାଇଥିଲା । ଆଜିର ଏହି ମ୍ୟାଚକୁ ଓସିଏ ମାନ୍ୟତା ପ୍ରାପ୍ତ ଅମ୍ପାୟାର ପୃଥ୍ୱୀରାଜ ମିଶ୍ର ଓ ମୁକେଶ ସ୍ୱାଇଁ ପରିଚାଲନା କରିଥିବା ବେଳେ ଅନଲାଇନ ସ୍କୋରର୍‌ ଓ ମେନୁଆଲ ସ୍କୋରର୍‌ ଭାବେ ଜଗପତି ନାଏକ ଦାୟିତ୍ୱ ତୁଲାଇଥିଲେ । ଆସନ୍ତା କାଲି ଶନିବାର ସୁପର ଲିଗ୍‌ର ଚତୁର୍ଥ ମ୍ୟାଚଟି ନାଏକ ଏକାଡେମୀ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।

jittmm
Leave A Reply

Your email address will not be published.