ଛେଣ୍ଡ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ଭଞ୍ଜ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ କଲୋନୀରେ ସକ୍ରିୟ ଥିବା ୧୬ଟି ସାସ୍କୃତିକ-ସାମାଜିକ ଅନୁଷ୍ଠାନକୁ ନେଇ ଗଠିତ ଛେଣ୍ଡ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଜୟନ୍ତୀ ଗୋପବଂଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ମହାସମାରୋହରେ ପାଳିତ ହୋଇଯାଇଛି । ଡଃ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇ କବିସମ୍ରାଟଙ୍କ ବଂଶ ପରମ୍ପରା ତଥା ତାଙ୍କର ଅମର କୃତି ବିଷୟରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ବାଗ୍ମୀ କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗଦେଇ କହିଥିଲେ ଯେ, ଉପେନ୍ଦ୍ର ଭଞ୍ଜଙ୍କ ବିପୁଳ କାବ୍ୟ ସମ୍ଭାର ଅନୁଧ୍ୟାନ କଲେ ଜଣାଯାଏ ଯେ, ସେ ହେଉଛନ୍ତି ନୈସର୍ଗିକ କବି । ଦୈବୀ କୃପା ଏବଂ ମନ୍ତ୍ର ସାଧନା ସେହି ପ୍ରତିଭାର ବିକାଶକୁ ତ୍ୱରାନ୍ୱିତ କରିଛି । ସେ ହେଉଛନ୍ତି ଭାବୟତ୍ରୀ ଏବଂ କାବୟତ୍ରୀ ପ୍ରତିଭାର ଅଧିକାରୀ । ଭଞ୍ଜଙ୍କ ରଚନାବଳୀ ପରିଣାମ ଦୃଷ୍ଟିରୁ ବିପୁଳ ଏବଂ କାବ୍ୟ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ବିଚିତ୍ର । ତାଙ୍କ କାବ୍ୟର ଶାବ୍ଦିକ ଆକର୍ଷଣ ଅନନ୍ୟ, ସାର ସୁରଭି ଧାମ, ପ୍ରେମ ପ୍ରସଙ୍ଗ ମଧ୍ୟରେ ଲାବଣ୍ୟବତୀ ଓ ଚନ୍ଦ୍ର ଭାନୁରେ ଯେଉଁ ବିପ୍ର ଲମ୍ଭ ଶୃଙ୍ଗାର ତାହା ବିଶ୍ୱ ସାହିତ୍ୟରେ ଏକ ମାଇଲ ଖୁଣ୍ଟ। ଉପେନ୍ଦ୍ର ଭଞ୍ଜଙ୍କ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ରସିକ ହାରାବଳି, ରସ, ଭାବବତୀ, ଶୁଭଦ୍ରା ପରିଣୟ, କଳା କଉତୁକ, ଅବନା ରସତରଙ୍ଗ, ଚିତ୍ର କାବ୍ୟ ବନ୍ଦୋଦୟ, ରସ ପଞ୍ଚକ, ବଜାର ବୁଲି ପ୍ରଭୃତି କାବ୍ୟମାନଙ୍କରେ ଥିବା ରସପୂର୍ଣ୍ଣ ପ୍ରେମ ପ୍ରସଙ୍ଗ କହିବା ମଧ୍ୟରେ ପ୍ରାଚୀନ କାଳିଦାସାଦି ମେଘ ବର୍ଣ୍ଣନାର ପ୍ରେମଠାରୁ ନୈଷଧୀୟ ପ୍ରେମର ଶତାଧିକ ବର୍ଣ୍ଣନା ଉଲ୍ଲିଖିତ କରି ଜନମନକୁ ଆକୃଷ୍ଟ କରିଥିଲେ । ଭଞ୍ଜ କାବ୍ୟ ଭିତରେ ସାମାଜିକ ଚଳଣି, ଆଚାର, ବିଚାର, ଏକପତ୍ନୀ ବ୍ରତର ମାଧୁର୍ଯ୍ୟ ଲୀଳା ବର୍ଣ୍ଣନା କରି ରସିକତାପୂର୍ଣ୍ଣ ମାନସିକତା ଜୀବନର ଧେୟ ହେଉ ବୋଲି କହିଥିଲେ । କବି ରାଜୀବ ପାଣି ସଭା ପରିଚାଳନା କରିଥିବା ବେଳେ ରାଜକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଲକ୍ଷ୍ମଣନାଥ ଦାସ, ହରିହର ଶତପଥୀ, ଅଶୋକ କୁମାର ପଟ୍ଟନାୟକ, ଶମ୍ଭୁନାଥ ପରିଡ଼ା, ସୁଶାନ୍ତ ନାୟକ, ବିଶ୍ବନାଥ ଜେନା, ଅନୀଲ କୁମାର ଦାଶ, ବିଜୟ ପାତ୍ର, ସୁନୀଲ ମହାନ୍ତି, କିଶୋରୀ ମୋହନ କର, ଝୁଲଣ ଜେନା, ବିଭୂତି ଦାସ, ସ୍ମିତା ମିଶ୍ର, ରଶ୍ମି ସାହୁ, ଜୟଶ୍ରୀ ଦାସ, କନକଲତା ମିଶ୍ର ଓ ବୈକୁଣ୍ଠ ନାଥ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ନଳିନୀ ପ୍ରଭା ପଟ୍ଟନାୟକ, ଶର୍ମିଷ୍ଠା କବି ଶତପଥୀ, ରଶ୍ମିବାଳା ରାଉତରାୟ, ମଞ୍ଜୁଳା ରଥ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଡଃ କିଶୋରୀ ଦାଶ, ଡଲିରାଣୀ ବ୍ରହ୍ମା, ମିହିର ରାୟ, ଜଗବନ୍ଧୁ ଜେନା, ଚିତ୍ତ ରଞ୍ଜନ ବ୍ରହ୍ମା, ଶଙ୍କର ପ୍ରସାଦ ତ୍ରିପାଠୀ, ଅରବିନ୍ଦ ମିଶ୍ର, ପ୍ରତାପ କୁମାର ରାୟ, ସୁଧୀର ମିଶ୍ର, ଡଃ ଅଶ୍ବିନୀ କୁମାର ରାୟ, ଅଭୟ ଦାସ, ରାଧାମୋହନ ନାୟକ, ବିଚିତ୍ରାନନ୍ଦ ସାହୁ, ବିଜୟ କୁମାର ବରାଳ, ଅର୍ଜୁନ ମେହେର, ନୃସିଂହ ବିଶ୍ବାଳ, ଦୀପ୍ତି ମୟୀ ବିଶ୍ବାଳ, ବିଜୟିନୀ ଜେନା, ରୁନୁପ୍ରଭା ସାହୁ, ଆଶାଲତା ଦାଶ, ଜ୍ଞାନେନ୍ଦ୍ର କୁମାର ରାୟ, ଦେବରାଜ ଗଉଡ଼, ଋଧିକିଶୋର ଦାସ, ଦିଲ୍ଲୀପ କୁମାର ସାହୁ, ଶୁଭ୍ରାଂଶୁ ଶେଖର ପରିଡ଼ା, ଉମେଶ ଚନ୍ଦ୍ର ଜେନା, ଡଃ ପ୍ରଭାକର ନାୟକ, ସୁଶାନ୍ତ କୁମାର ଦାଶ, ଦୀନବନ୍ଧୁ ମହାନ୍ତି, ବିଶ୍ବନାଥ ସାହୁ, ପ୍ରଭାକର ସାହୁ, କୁଞ୍ଜ ବିହରୀ ସାହୁ, ଗୁରୁଚରଣ ପଟ୍ଟନାୟକ, ସୁରେନ୍ଦ୍ର ନାଥ ଜେନା, ବସନ୍ତ କୁମାର ସାହୁ, ସୁଦର୍ଶନ ସାହୁ, ସୁରେନ୍ଦ୍ର କୁମାର ପଣ୍ଡା, ସୁଶାନ୍ତ କୁମାର ପାଣି, ମଧୁସୂଦନ ବଳ, କୁଳମଣି ଦାସ, ପୁରୁଷୋତ୍ତମ ରାଉତ, ହୃଷିକେଶ ନାୟକ, ପ୍ରଫୁଲ୍ଲ ସାମଲ, ପ୍ରଦୀପ କୁମାର ମିଶ୍ର, ପ୍ରବୋଧ ଚନ୍ଦ୍ର ଜେନା, ମନୋଜ କୁମାର ନନ୍ଦ, ଉପେନ୍ଦ୍ର ସାହୁ, ସୂର୍ୟ୍ୟ ନାରାୟଣ ପଣ୍ଡା, ଅତୁଲ୍ୟ କୁମାର ମହାଖୁଡ଼, ଆଦିକନ୍ଦ ମିଶ୍ର, କୈଳାସ ଚନ୍ଦ୍ର ସାମଲ, ହୃଷିକେଶ ବଳିଆର ସିଂ, ବିଜୟ କୁମାର ପଦ୍ୟ, ବ୍ରଜକିଶୋର ପାଣି, ରାଖାଲ ମହାନ୍ତି, ଅକ୍ଷୟ କୁମାର ଧଳ, ରାଖାଲ ମହାନ୍ତି, ଜଗଦୀଶ ବ୍ରହ୍ମା, ବଂଶୀଧର ପାତ୍ର, ଲକ୍ଷ୍ମୀଧର ରାଉତ, ମହେନ୍ଦ୍ର କୁମାର ସାହୁ, ନାରାୟଣ ପଟେଲ, ନିରଞ୍ଜନ ସେନାପତି, ନିମାଇଁ ଚରଣ ମହାନ୍ତି, ବି.ସି. କୁମାର, ରାଜଲକ୍ଷ୍ମୀ ଭୋଇ, ସଂଜୀବ କୁମାର ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.