oom

ଦେଓଗାଁ ବ୍ଳକ ସହକାରୀ ଯନ୍ତ୍ରୀଙ୍କୁ ସାମ୍ବାଦିକଙ୍କ ଗାଳିଗୁଲଜ ପ୍ରତିବାଦରେ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୭ ତାରିଖ ଦିନ ଦେଓଗାଁ ବ୍ଳକ ସହକାରୀ ଯନ୍ତ୍ରୀ ମୋହନ ମହାଲିଙ୍ଗଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିବା ନେଇ ଦେଓଗାଁ ଥାନାରେ ସେହି ଦିନ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗର ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରି ନଥିବାରୁ ଏହାର ପ୍ରତିବାଦରେ ମଙ୍ଗଳବାର ୧୧ଟା ସମୟରେ ବ୍ଳକ ମୁଖ୍ୟ କାର୍ଯ୍ୟାଳୟରେ ବ୍ଳକ କର୍ମଚାରୀ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ ହୋଇଯାଇଛି । ଏହି ଆନ୍ଦୋଳନରେ ଦେଓଗାଁ ଏବିଡିଓ ରୁଦ୍ର ପ୍ରସାଦ ସୁନା, ଜିପିଇଓ ପୁଷ୍ପାଞ୍ଜଳି ନାଏକ, ଜିପିଟିଏ ଜ୍ୟୋତିରଞ୍ଜନ ମହାନ୍ତି, କୁମୁଦିନୀ ବେହେରା, ସାଗରିକା ଜେନା, ଗିରିଶ ପାତ୍ର, ରଥ ଏପିଓ ପ୍ରଶାନ୍ତ ସାହୁ, ବିପିଏମ୍‌ ପ୍ରଦିପ ଛତ୍ରିଆ, ଏସ୍‌ଇଓ ସୁଶାନ୍ତ ବାଗ, ବିପିସି ଦୟାନନ୍ଦ ସାହୁ, ମନୋଜ ପଧାନ, ଇଓ ଉପେନ୍ଦ୍ର ରଣା, ବ୍ରଜେନ୍ଦ୍ର ମାଝି, ଜନ୍ମୟ ମାଝି, ବିରେନ୍ଦ୍ର ଛତ୍ରିଆ, ଅରୁଣ ନାଗ, ସହ ସମସ୍ତ ପଞ୍ଚାୟତର ଜିଆର୍‌ଏସ୍‌ ଆନ୍ଦୋଳନରେ ଯୋଗ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ଗତ ୨୭ ତାରିଖ ପାୟ ସାଢ଼େ ୩ଟା ସମୟରେ ଦେଓଗାଁ ବ୍ଳକ ସହକାରୀ ଯନ୍ତ୍ରୀ ମୋହନ ମହାଲିଙ୍ଗ ନିଜ ଅଫିସରେ କାମ କରୁଥିବା ବେଳେ କୁତୁର୍ଲା ପଞ୍ଚାୟତ ବହଳି ଗାଁର ରାମ ଶତପଥୀ ଶ୍ରୀ ମହାଲିଙ୍ଗଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ । ଏହି ବିଷୟରେ ସେହିଦିନ ସନ୍ଧ୍ୟାରେ ଦେଓଗାଁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଥିଲା । ଲିଖିତ ଅଭିଯୋଗ ହେବାର ୩ ଦିନ ଅତିବାହିତ ହେଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରାଯାଇ ନଥିବାରୁ ବିଡିଓଙ୍କ ଜରିଆରେ ଜିଳ୍ଲାପାଳଙ୍କୁ କାର୍ଯ୍ୟାନୁ‌ଷ୍ଠାନ ପାଇଁ ଦାବୀ କରାଯାଇଛି ।

jittmm
Leave A Reply

Your email address will not be published.