ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ତହସିଲ ଅନ୍ତର୍ଗତ ଡେଲାଙ୍ଗ କୋଠବାଡ ଗ୍ରାମ ପଞ୍ଚାୟତର ବଡଆଙ୍କୁଲା ଗ୍ରାମର ଇନ୍ଦୁମତି ପ୍ରଧାନ (୭୦) କିଡିନୀ ରୋଗରେ ପିଡିତ ଥିଲେ । ଅର୍ଥ ଅଭାବରୁ ଚିକିତ୍ସାରେ ବାଧକ ସୃଷ୍ଟି ହେଉଥିଲା । ଏହି ଖବର ସମାଜସେବୀ ବିଶ୍ୱଜିତ ପାଢୀ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଡେଲାଙ୍ଗ ଟୁଇଟର କ୍ଲବ ଜିଲ୍ଲା ପ୍ରଶାସନକୁ ଟୁଇଟକରି ସମସ୍ତ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଘଟଣା ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡେଲାଙ୍ଗ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେ଼ଇ, ବିଡିଓ ଦିଲୀପ ଷଡଙ୍ଗୀ, ଅତିରିକ୍ତ ତହସିଲଦାର ରଞ୍ଜନ କୁମାର ନାୟକ ଓ ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଉକ୍ତ ପରିବାରଙ୍କ ପାଖରେ ପହଞ୍ଚି ପୀଡିତାଙ୍କ ସ୍ୱାମୀ ଲାଲୁ ପ୍ରଧାନଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ ।