oom

ଆଜି ବଲାଙ୍ଗିର ଜିଲ୍ଲାରେ ୪୪ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୨୮

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ୪୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୨୮ ଜଣ ପଜିଟିଭ୍‌ ବାହାରିଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ରାମଜୀପଡ଼ାରୁ ୨, ରୁଗୁଡ଼ିପଡ଼ାରୁ ୨, ଜେଲ୍‌ କଲୋନୀରୁ ୨, ଗାନ୍ଧୀନଗରପଡ଼ାରୁ ୧, ପେଲେସଲାଇନ୍‌ରୁ ୨, ରାଜୀବନଗରରୁ ୧, କଲେଜଛକ ବ୍ଲକ୍‌ କଲୋନୀରୁ ୩, ଆର୍‌ଡ଼ି କଲୋନୀରୁ ୧, ବ୍ରାହ୍ମଣପଡ଼ାରୁ ୧, ରାଧାରାଣୀପଡ଼ାରୁ ୧, ମହାଲକ୍ଷ୍ମୀନଗରରୁ ୧, ତୁଲସୀନଗରରୁ ୧, ତେଲିଗୋଠପଡ଼ାରୁ ୧, ଚିମନିଭାଟିରୁ ୧, ଟାଉନ୍‌ ପୋଲିସ୍‌ରୁ ୧, ପୋଲିସ୍‌ କଲୋନୀରୁ ୧, ହାତୀଶାଲପଡ଼ାରୁ ୩, ସାଗରପଡ଼ାରୁ ୧, ବିବିଏମ୍‌ସିଏଚ୍‌ରୁ ୧ ଓ ଉଦୟନଗରରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଆଗଲପୁର ବ୍ଲକ୍‌ ବଡ଼ଟିକାରୁ ୧, ବଲାଙ୍ଗିର ବ୍ଲକ୍‌ ମାଧିଆପାଲି ଗ୍ରୀଡ଼୍‌ରୁ ୧ ଓ ଖୁଜେନ୍‌ପାଲିରୁ ୧, ବଲାଙ୍ଗିର ବ୍ଲକ୍‌ରୁ ପୁଣି ୧, ଦେଓଗାଁ ବ୍ଲକ୍‌ ବୁଢ଼ାବାହାଲ ବନ୍ଧପଡ଼ାରୁ ୧, ଗୁଡ଼ଭେଲା ବ୍ଲକ୍‌ ଲାଖପଦରରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି କଟକିଆପଡ଼ାରୁ ୧, ଲୋଇସିଂହା ବ୍ଲକ୍‌ ଜିଏସ୍‌ ଡୁଙ୍ଗୁରିପାଲିରୁ ୧ ଓ ଲୋଇସିଂହାରୁ ୧, ପୁଇଁନ୍ତଲା ବ୍ଲକ୍‌ ଭାଲେରରୁ ୧, ଜୁନାପଦରରୁ ୧, ପୁଇଁନ୍ତଲାରୁ ୧, ପାଟଣାଗଡ଼ ବ୍ଲକ୍‌ ଭଏଁସାରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ କୋଭିଡ୍‌ ଯୋଦ୍ଧା ମଧ୍ୟ ସଂକ୍ରମିତଙ୍କ ସହ ସାମିଲ୍‌ ରହିଥିବା ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.