କରପଡା ଗ୍ରାମର ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବମୁଖର ଭାବେ ଉଦଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମର ଅଧିଷ୍ଠାତ୍ରୀ ଗ୍ରାମଦେବୀ ମା’ ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ନିର୍ମାଣ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ଗତ ୨୨ ତାରିଖରୁ ଆରମ୍ଭ ହୋଇ ୨୬ ତାରିଖ ପୂର୍ବାହ୍ନରେ ଯମୁନା ସ୍ନାନ ସହ ଉଦଯାପିତ ହୋଇଯାଇଛି । ପୂଣ୍ୟତ୍ତୋୟା ଋଷିକୁଲ୍ୟା ନଦୀର ଅବବାହିକାରେ ଅବସ୍ଥିତ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ଏକ ଆଧ୍ୟାତ୍ମିକ ଜାଗରଣ ଶ୍ରେଷ୍ଠତ୍ତର ସ୍ଥାନ ଅଟେ । ଏହି ଗ୍ରାମର ସବୁଜିମା ପରିବେଶରେ ଭରପୂର ମାତ୍ରାରେ ରହିଥିବା ସାଂଗକୁ ପ୍ରାକୃତିକ ସମ୍ପଦ ମଧ୍ୟରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ଏଠାରେ ଥିବା ଗ୍ରାମଦେବୀ ମା’ ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ଜୀର୍ଣ୍ଣୋଦ୍ଧାର ମନ୍ଦିରରୁ ନୂତନ ମନ୍ଦିରକୁ ଦେବତାଙ୍କ ସ୍ଥାନାନ୍ତର ହୋଇଛି । ନୂତନ ମନ୍ଦିର ନିର୍ମାଣ ହୋଇ ଏହାର ପ୍ରତିଷ୍ଠା ଉତ୍ସବ ଦୀର୍ଘ ୫ଦିନ ଧରି ନାମ-ଯଜ୍ଞ, ଗୋ-ଯଜ୍ଞ, ଘୃତ-ଯଜ୍ଞ, ଅନ୍ନ-ଯଜ୍ଞ, ଜ୍ଞାନ-ଯଜ୍ଞ ସହ ସମ୍ପାଦିତ ହୋଇ ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଗାଁ ପରିବେଶକୁ ମୁଖରୀତ କରିଥିଲା । ଯଜ୍ଞବେଦୀରେ ସଂସ୍ଥାପକ ଭାବେ ମୁଖ୍ୟ ପ୍ରଚାରକ ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀ, ଆଚାର୍ଯ୍ୟ ପଣ୍ଡିତ ମନୋରଞ୍ଜନ ତ୍ରିପାଠୀ, ପୁରୋହିତ ବାବୁଲା ତ୍ରିପାଠୀ ପ୍ରମୁଖ ଯଜ୍ଞାନୁଷ୍ଠାନ କାର୍ଯ୍ୟରେ ସକ୍ରୀୟ ଅଂଶଗ୍ରହଣ କରି ଗ୍ରାମରେ ବେଦମନ୍ତ୍ର ଉଚ୍ଚାରଣ କରି ମହକାଇ ଦେଇଛନ୍ତି । ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ଶହଶ୍ରାଧିକ ସଧବା ନାରୀମାନେ ମସ୍ତକରେ କଳସ ନେଇ କରପଡା ଗ୍ରାମର ଋଷିକୁଲ୍ୟା ନଦୀକୂଳକୁ ଯାଇ ପାରମ୍ପରୀକ ବିଧିମତେ ଯମୁନା ସ୍ନାନ ସହ ଉଦଯାପିତ କରାଯାଇଛି । ଯମୁନା ସ୍ନାନ ପରେ ୫ଶହଶ୍ରାଧିକ ଭକ୍ତଜନ ସ୍ୱାଦିଷ୍ଟ ଅନ୍ନପ୍ରସାଦ ସେବନ କରି ଆତ୍ମ ବିଭୋର ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମା’ ରାମଚଣ୍ଡୀ ପୂଜା କମିଟି ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ ଏବଂ ସଂଯୋଜକ କମଳ କୁମାର ପଣ୍ଡା, ମୁଖ୍ୟ-ଉଦ୍ୟକ୍ତା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ), କରପଡ଼ା ଗ୍ରାମ ପଂଚାୟତର ସମସ୍ତ ଗ୍ରାମର ଗ୍ରାମବାସୀଙ୍କ ସମେତ ସରପଞ୍ଚ ଅଜୟ ନାୟକଙ୍କ ଉପସ୍ଥିତିରେ ପ୍ରତିଷ୍ଠା କମିଟିର ସଭାପତି ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ଭାସ୍କର ନାୟକ, କୋଷାଧ୍ୟକ୍ଷ ଜଗନ୍ନାଥ ନାୟକ, ଏବଂ ଉଭୟ କମିଟିର ସଂଯୋଜକ ରାମଚନ୍ଦ୍ର ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଦାୟିତ୍ୱ ନିର୍ବାହ କରିଥିଲେ ।

Leave A Reply

Your email address will not be published.