୨୭ତମ ଇଉଫୋରିଆ -୨୬ ଉଦଯାପିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଯୁବ ପ୍ରତିଭାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ କଳାକୁ ଲୋକଲୋଚନକୁ ଆଣିବାରେ ଦି ଇଉଫୋରିଆ ଅନୁଷ୍ଠାନ ୨୭ ବର୍ଷ ଧରି ତାର ପ୍ରଚେଷ୍ଟାରେ ଲାଗି ରହିଛି । ରାଜ୍ୟସ୍ଥରୀୟ ଆନ୍ତମହାବିଦ୍ୟାଳୟ ସାଂସ୍କୃତିକ ମହୋତ୍ସବ ଇଉଫୋରିଆ -୨୦୨୬ ବିଗତ ୪ ଦିନ ଧରି ସ୍ଥାନୀୟ ଶହୀଦ ସ୍ମୃତି ଭବନରେ ସଭାପତି ତାପସ ପାଢ଼ୀ ଏବଂ ଉପସଭାପତି ପୁରୁଷୋତମ ଅଗ୍ରୱାଲଙ୍କ ତତ୍ୱାବଧାନରେ ସଂପର୍ଣ୍ଣ ହୋଇଯାଇଅଛି । ଏହି ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଚ୍ଛଦପଟ ଗାୟିକା ସୋହିନୀ ମିଶ୍ର ସମସ୍ତଙ୍କୁ ସଂଗୀତରେ ବାନ୍ଧି ରଖିଥିଲେ ତତ୍‌ସହିତ ଓଲିଉଡ଼ ଚକଲେଟ ହିରୋ ସ୍ୱରାଜ ବାରିକ, ଇଣ୍ଟରନ୍ୟାସନାଲ ୟୁଟୁବର ଲବ ହାଁସଦାଙ୍କୁ ଦେଖିବା ପାଇଁ ଯୁବପିଢୀମାନଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବା ପାଇଁ ମିଳିଥିଲା ବୋଲି ସାଧାରଣ ସମ୍ପାଦକ ସତ୍ୟସ୍ୱରୂପ ଦାସ ଜଣାଇଛନ୍ତି । ସ୍ଥାନୀୟ ସହୀଦ ସ୍ମୃତି ଭବନରେ ୪ ଦିନ ଧରି ଏହି ମହୋତ୍ସବରେ ୧୭ଟି ଏକକ ଓ ୯ ଟି ଦଳଗତ ପ୍ରତିଯୋଗିତା ହେବା ସହିତ ମିଷ୍ଟର ଓ ମିସ ଇଉଫୋରିଆ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ବୋଲି ଅଧ୍ୟକ୍ଷ ଅସିତ କୁମାର ଗିରି ଜଣାଇଛନ୍ତି । ଉପସଭାପତି ଶିବନାରାୟଣ ମିଶ୍ର, ଅଂକୁର ଖୁରାନାଙ୍କ ସହିତ ମିସ ସ୍ନେହା ସଲୋନୀ ମଞ୍ଚ ପରିଚାଳନା କରୁଥିଲେ ବୋଲି ସାଂସ୍କୃତିକ ସମ୍ପାଦକ ରାକେଶ ବେହେରା ଜଣାଇଛନ୍ତି । ଅତିଥି ଭାବେ ଭିଜିଲାନ୍ସ ମୁଖ୍ୟାଳୟ, କଟକ ଡିଏସପି ଜୟନ୍ତୀ ଦଳାଇ ମାଡାମ , ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସଂଜୀବ ଦିବେଦୀ, ଓଡ଼ିଆ ଫିଲ୍ମ ପ୍ରଯୋଜକ ଶୁଭେନ୍ଦୁ ସାହୁ, ଉମେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ ଓ ଗତ ବର୍ଷର ମିସ ଇଉଫୋରିଆ ସୁଲଗ୍ନା ଦାସ କ୍ରାଉନିଂ କରିଥିଲେ । ବାରିପଦା, ଝାରପୋଖରୀଆ, ଖୁଣ୍ଟା, କଟକ, ଭୁବନେଶ୍ୱର, ବ୍ରହ୍ମପୁର ସମେତ ଓଡିଶାର ବହୁ କଲେଜ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ବାରିପଦାର ଡ୍ରପ ବିଟସ ଡାନ୍ସ ଷ୍ଟୁଡିଅ, ନମ୍ବର ୱାନ ଡାନ୍ସ ଗ୍ରୁପ, ଇନସପାଆର ଡାନ୍ସ ଷ୍ଟୁଡିଅ, ଆର. ଏନ ଡାନ୍ସ ଗ୍ରୁପ, ଅନଲୀ ୱାନ ଡାନ୍ସ ଷ୍ଟୁଡିଅ ମଞ୍ଚରେ ନୁତ୍ୟର କଳା ପରିବେଷଣ କରିଥିଲେ । ମିଷ୍ଟର ଇଉଫୋରଆ ଭାବେ ସେଣ୍ଟ ମେରିସ୍ ସିନିୟର ସେକେଣ୍ଡାରୀ କନଭେଣ୍ଟ ସ୍କୁଲର ଆର୍ଯ୍ୟନ୍ ଦାସ ଏବଂ ମିସ ଇଉଫୋରିଆ ଭାବେ ମହାରାଜା ପୂର୍ଣ୍ଣାଚନ୍ଦ୍ର ସ୍ୱୟଂଶାସିତ କଲେଜର ବନ୍ଦିତା ଜେନା ସେହିପରି ପ୍ରଥମ ରନର୍ସ ଅପ୍ ମିଷ୍ଟର ଇଉଫୋରଆ ଭାବେ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟର ଆଶିଷ କୁମାର ବେହେରା, ପ୍ରଥମ ରନର୍ସ ଅପ୍ ମିସ ଇଉଫୋରିଆ ଭାବେ ମହାରାଜା ପୂର୍ଣ୍ଣାଚନ୍ଦ୍ର ସ୍ୱୟଂଶାସିତ କଲେଜର ଅର୍ପିତା ଋଷିପ୍ରିୟା, ଦ୍ୱିତୀୟ ରନର୍ସ ଅପ୍ ମିଷ୍ଟର ଇଉଫୋରଆ ଭାବେ ରେଭେନସା ୟୁନିଭର୍ସିଟିର ଶାଶ୍ୱତ ଦ୍ୱିତୀୟ ରନର୍ସ ଅପ୍ ମିସ ଇଉଫୋରିଆ ଭାବେ ସୀମାନ୍ତ ଇଞ୍ଜିନିୟରିଂ କଲେଜର ସୀଲବି ସୋଲଣି ବିବେଚିତ ହୋଇଛନ୍ତି । ଡିଶୀପ୍ଲିନ ଟିମ ପ୍ରିନ୍ସ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ସକୁ ମିଳିଥିବା ବେଳେ ଚାମ୍ପିୟନ ଟିମ ହେଇଛନ୍ତି ମହାରାଜା ପୂର୍ଣ୍ଣାଚନ୍ଦ୍ର ସ୍ୱୟଂଶାସିତ କଲେଜ, ବାରିପଦା । କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲେଇ ଥିଲେ ସୁଶାନ୍ତ ଆଚାର୍ଯ୍ୟ, ଆୟୁଷ ପ୍ରିୟଦର୍ଶ, ଲିଜାରାଣୀ ସାହୁ, ମହେଶ କୁମାର ସାହୁ, ଧନଞ୍ଜୟ ସାହୁ, ଦେବବ୍ରତ ଦେ, ପ୍ରମୁଖ ସହଯୋଗ କରିଥିଲେ ବୋଲି ଉପସଭାପତି ପଙ୍କଜ ସାହୁ ଜଣାଇଛନ୍ତି ।

Leave A Reply

Your email address will not be published.