- ବିକଶିତ ଭାରତ – ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ) : ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି ଆଇନ, 2025) କ’ଣ ?
ବିକଶିତ ଭାରତ – ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ): ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି ଆଇନ, 2025) ଆଇନ ହେଉଛି କୋଡ଼ିଏ ବର୍ଷ ପୁରୁଣା ଏମଜିଏନଆରଇଜିଏର ଏକ ବ୍ୟାପକ ପରିବର୍ତ୍ତନö
ଏହା ବିକଶିତ ଭାରତ 2047 ଅନୁରୂପ ଏକ ଆଧୁନିକ ବୈଧାନିକ ଢାଞ୍ଚା ପ୍ରତିଷ୍ଠା କରିବ, ଯାହାକି ସେହି ପ୍ରତ୍ୟେକ ଗ୍ରାମୀଣ ପରିବାରକୁ 125 ଦିନର ବେତନ ଆଧାରିତ ରୋଜଗାର ଗ୍ୟାରେଣ୍ଟି ଦେବ ଯେଉଁ ପରିବାରର ବୟସ୍କ ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବେ ସାଧାରଣ ଅଣକୁଶଳୀ କାମ କରିବାକୁ ଆଗେଇ ଆସିବେ ।
ଏହି ଆଇନର ଉଦ୍ଦେଶ୍ୟ ହେଉଛି ଚାରିଟି ପ୍ରାଥମିକତା ଆଧାରିତ କ୍ଷେତ୍ର ଜରିଆରେ ରୋଜଗାର ଏବଂ ଦୀର୍ଘସ୍ଥାୟୀ ଗ୍ରାମୀଣ ଭିତ୍ତିଭୂମି ନିର୍ମାଣ କରିବା :
- ଜଳ ସଂକ୍ରାନ୍ତ କାମ ଜରିଆରେ ଜଳ ସୁରକ୍ଷା
- ମୌଳିକ-ଗ୍ରାମୀଣ ଭିତ୍ତିଭୂମି
- ଜୀବିକା ସଂକ୍ରାନ୍ତ ଭିତ୍ତିଭୂମି
- ଖରାପ ପାଣିପାଗ ଘଟଣାକ୍ରମର ପ୍ରଶମନ ଲାଗି ସ୍ୱତନ୍ତ୍ର କାର୍ଯ୍ୟ
ନିର୍ମାଣ କରାଯାଇଥିବା ସମସ୍ତ ସମ୍ପତ୍ତିକୁ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକରେ ଏକତ୍ରିତ କରାଯିବ, ଯାହାଫଳରେ ଏକ ସମନ୍ୱିତ, ଏକୀକୃତ ଜାତୀୟ ବିକାଶ ରଣନୀତି ସୁନିଶ୍ଚିତ ହେବ ।
- ଏମଜିଏନଆରଇଜିଏ ତୁଳନାରେ ନୂଆ ଆଇନ ଭିନ୍ନ କିପରି ? ତା’ଠାରୁ ଉନ୍ନତ କିଭଳି ?
ଏମଜିଏନଆରଇଜିଏ ତୁଳନାରେ ନୂଆ ଆଇନ ଏକ ପ୍ରମୁଖ ସୁଧାର ଆଣିବ । ଏହା ରୋଜଗାର, ସ୍ୱଚ୍ଛତା, ଯୋଜନା ପ୍ରସ୍ତୁତି ଏବଂ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ସହିତ ଢାଞ୍ଚାଗତ ଦୁର୍ବଳତାର ସମାଧାନ କରିବ ।
ପ୍ରମୁଖ ସୁଧାରରେ ସାମିଲ ରହିଛି :
- ଅଧିକ ରୋଜଗାର ଗ୍ୟାରେଣ୍ଟି: ଏହି ଗ୍ୟାରେଣ୍ଟିକୁ 100ରୁ → 125 ଦିନକୁ ବଢ଼ାଇ ଦିଆଯାଇଛି, ଯାହା ଗ୍ରାମୀଣ ପରିବାରକୁ ଅଧିକ ରୋଜଗାର ସୁରକ୍ଷା ଦେବ।
- ରଣନୀତିକ ଭିତ୍ତିଭୂମି ଉପରେ ଧ୍ୟାନ : ଏମଜିଏନଆରଇଜିଏ କାମ ଭିନ୍ନ ଭିନ୍ନ ବର୍ଗରେ ବିଭାଜିତ ହୋଇଥିଲା ଏବଂ ଏହାର କୌଣସି ଦୃଢ଼ ଜାତୀୟ ରଣନୀତି ନଥିଲା । ନୂଆ ଆଇନ 4ଟି ପ୍ରମୁଖ ବର୍ଗରେ କାର୍ଯ୍ୟକାରୀ ହେବ । ଏହା ଦୀର୍ଘସ୍ଥାୟୀ ସମ୍ପତ୍ତି ସୃଷ୍ଟିକୁ ସୁନିଶ୍ଚିତ କରିବା ସହିତ ଜଳ ସଂରକ୍ଷଣ, ମୌଳିକ ଗ୍ରାମୀଣ ଭିତ୍ତିଭୂମି, ଜୀବିକା ସଂକ୍ରାନ୍ତ ଭିତ୍ତିଭୂମି ସୃଷ୍ଟି ଏବଂ ଜଳବାୟୁ ଅନୁକୂଳନକୁ ସମର୍ଥନ କରିବ ।
- ସ୍ଥାନୀୟ, ଭୌଗଳିକ ସ୍ଥିତିକୁ ଆଧାର କରି ସମନ୍ୱିତ ଯୋଜନା : ନୂଆ ଆଇନ ପଞ୍ଚାୟତଗୁଡ଼ିକ ପ୍ରସ୍ତୁତ କରିଥିବା ବିକଶିତ ଗ୍ରାମ ପଞ୍ଚାୟତ ଯୋଜନାଗୁଡ଼ିକୁ ବାଧ୍ୟତାମୂଳକ କରିବ ଏବଂ ଏହା ପିଏମ ଗତିଶକ୍ତି ଭଳି ଜାତୀୟ ସ୍ଥାନ ଆଧାରିତ ବ୍ୟବସ୍ଥା ଦ୍ୱାରା ସମନ୍ୱିତ ହେବେ ।
- ନୂଆ ଆଇନ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ କିପରି ଲାଭ ପହଞ୍ଚାଇବ?
- ଏହି ଆଇନ ଉତ୍ପାଦକ ସମ୍ପତ୍ତି ସୃଷ୍ଟି, ଅଧିକ ରୋଜଗାର ଏବଂ ଉନ୍ନତ ସ୍ଥିରତା ମାଧ୍ୟମରେ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ :
- ଜଳ ସୁରକ୍ଷା: ଜଳ ସମ୍ବନ୍ଧୀୟ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଇଛି। ମିଶନ ଅମୃତ ସରୋବର ପୂର୍ବରୁ 68,000ରୁ ଅଧିକ ଜଳାଶୟ ସୃଷ୍ଟି/ପୁନରୁଦ୍ଧାର କରିସାରିଛି, ଯାହାର କୃଷି ଏବଂ ଭୂତଳ ଜଳ ଉପରେ ସ୍ପଷ୍ଟ ପ୍ରଭାବ ଦେଖିବାକୁ ମିଳିଛି ।
- ମୌଳିକ ଗ୍ରାମୀଣ ଭିତ୍ତିଭୂମି: ସଡ଼କ, ସଂଯୋଗ ଏବଂ ମୌଳିକ ଭିତ୍ତିଭୂମି ବଜାର ପ୍ରବେଶ ଏବଂ ଗ୍ରାମୀଣ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଥାଏ ।
- ଜୀବିକା ଭିତ୍ତିଭୂମି: ସଂରକ୍ଷଣ, ବଜାର ଏବଂ ଉତ୍ପାଦନ ସମ୍ପତ୍ତି ଆୟ ବିବିଧତାରେ ସହାୟକ ହୋଇଥାଏ ।
- ଜଳବାୟୁ ନମନୀୟତା: ଜଳ ଅମଳ, ବନ୍ୟା ନିଷ୍କାସନ ଏବଂ ମୃତ୍ତିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ଗ୍ରାମୀଣ ଜୀବିକା ରକ୍ଷା କରିଥାଏ ।
- ଅଧିକ ନିଯୁକ୍ତି ଏବଂ ଉପଯୋଗ: 125ଟି ଦିନର ରୋଜଗାର ଗ୍ୟାରେଣ୍ଟି ପାରିବାରିକ ଆୟ ବୃଦ୍ଧି କରିଥାଏ, ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଇଥାଏ ।
- ସଙ୍କଟଜନିତ ସ୍ଥାନାନ୍ତରଣ ହ୍ରାସ: ଅଧିକ ଗ୍ରାମୀଣ ସୁଯୋଗ ଏବଂ ସ୍ଥାୟୀ ସମ୍ପତ୍ତି ସହିତ, ସ୍ଥାନାନ୍ତରଣ ଚାପ ହ୍ରାସ ପାଏ ।
- ଡିଜିଟାଲ ଔପଚାରିକରଣ: ଡିଜିଟାଲ ଉପସ୍ଥିତି, ଡିଜିଟାଲ ଦେୟ ଏବଂ ଡାଟା ପରିଚାଳିତ ଯୋଜନା ଦକ୍ଷତା ବୃଦ୍ଧି କରିଥାଏ ।
- ଏହି ନୂଆ ଯୋଜନା ଚାଷୀଙ୍କୁ କିପରି ଲାଭ ଦେବ ?
ଶ୍ରମିକଙ୍କ ଉପସ୍ଥିତି ଏବଂ ଉନ୍ନତ କୃଷି ଭିତ୍ତିଭୂମି ଦ୍ୱାରା ଚାଷୀମାନେ ସିଧାସଳଖ ଲାଭ ପାଇବେ ।
- ଶ୍ରମିକଙ୍କ ଉପସ୍ଥିତି ଗ୍ୟାରେଣ୍ଟି: ରାଜ୍ୟଗୁଡ଼ିକ ସର୍ବାଧିକ ବୁଣା/ଅମଳ ସମୟରେ ମୋଟ୍ 60 ଦିନର ଅବଧି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିପାରିବେ, ଯେତେବେଳେ ଏମଜିଏନଆରଇଜିଏ କାମ ବନ୍ଦ ରହିଥିବ। ଏହା ଗୁରୁତ୍ୱପୂର୍ଣ୍ଣ କୃଷି କାର୍ଯ୍ୟ ସମୟରେ ଶ୍ରମିକ ଅଭାବକୁ ରୋକିଥାଏ ଏବଂ ମଜୁରି ଗ୍ୟାରେଣ୍ଟି ଦେଉଥିବା କାର୍ଯ୍ୟସ୍ଥଳକୁ ଶ୍ରମିକ ସ୍ଥାନାନ୍ତରକୁ ଏଡାଏ ।
- ମଜୁରି ମୁଦ୍ରାସ୍ଫୀତିକୁ ରୋକିବା: ସର୍ବାଧିକ ଚାହିଦା ସମୟରେ ସାର୍ବଜନୀନ କାର୍ଯ୍ୟକୁ ବନ୍ଦ କରିବା ଦ୍ଵାରା ଖାଦ୍ୟ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି କରୁଥିବା କୃତ୍ରିମ ମଜୁରି ମୁଦ୍ରାସ୍ଫୀତିକୁ ରୋକାଯାଇପାରିବ ।
- ଜଳ ଏବଂ ଜଳସେଚନ ସମ୍ପତ୍ତି: ପ୍ରାଥମିକତା ଦିଆଯାଇଥିବା ଜଳ କାର୍ଯ୍ୟ ଜଳସେଚନ, ଭୂତଳ ଜଳ ଏବଂ ବହୁ-ଋତୁ ଫସଲ ସମ୍ଭାବନାରେ ସୁଧାର ଆଣିବ (68,000+ ଅମୃତସରୋବର ଜଳଭଣ୍ଡାର ସଫଳତା ଦ୍ୱାରା ସମର୍ଥିତ) ।
- ଉନ୍ନତ ସଂଯୋଗୀକରଣ ଏବଂ ସଂରକ୍ଷଣ: ମୌଳିକ ଏବଂ ଜୀବିକା ଭିତ୍ତିଭୂମି ଚାଷୀମାନଙ୍କୁ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ, କ୍ଷତି ହ୍ରାସ ଏବଂ ବଜାର ପ୍ରବେଶ କରିବାରେ ସାହାଯ୍ୟ କରିବ।
- ଜଳବାୟୁ ସ୍ଥିରତା: ବନ୍ୟା ଜଳ-ନିଷ୍କାସନ, ଜଳ ଅମଳ ଏବଂ ମୃତ୍ତିକା ସଂରକ୍ଷଣ ଫସଲକୁ ସୁରକ୍ଷା ଦିଏ ଏବଂ କ୍ଷତି ହ୍ରାସ କରିବ ।
- ନୂଆ ଯୋଜନା ଶ୍ରମିକଙ୍କୁ କିପରି ଲାଭ ଦେବ?
o ଅଧିକ ଦିନର ରୋଜଗାର ଗ୍ୟାରେଣ୍ଟି, ଅଧିକ ମଜୁରି, ଦୃଢ଼ ସୁରକ୍ଷା ଏବଂ ପାରଦର୍ଶୀ ପ୍ରାଣଳୀରୁ ଶ୍ରମିକମାନେ ଲାଭ ପାଇବେ ।
- ଅଧିକ ରୋଜଗାର: 125 ଦିନର ଗ୍ୟାରେଣ୍ଟି = 25% ଅଧିକ ସମ୍ଭାବ୍ୟ ରୋଜଗାର
- ସମ୍ଭାବ୍ୟ କାମ: ହାଇପରଲୋକାଲ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା କାମର ଆଗୁଆ ଯୋଜନା ପ୍ରସ୍ତୁତି ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ କାମର ଉପଲବ୍ଧତା ସୁନିଶ୍ଚିତ କରିବ ।
- ଡିଜିଟାଲ ପଇଠ ଏବଂ ସୁରକ୍ଷା: ବୈଦ୍ୟୁତି ମଜୁରି (2024-25ରେ 99.94% ଲକ୍ଷ୍ୟ ହାସଲ) ସମ୍ପୂର୍ଣ୍ଣ ବାୟୋମେଟ୍ରିକ ଏବଂ ଆଧାର ଆଧାରିତ ପ୍ରମାଣିକରଣ ସହିତ ଜାରି ରହିବ, ଯାହାଦ୍ୱାର ମଜୁରି ଚୋରି ସମାପ୍ତ ହେବ।
- ବେକାରୀ ଭତ୍ତା: ଯଦି କାମ ମିଳୁନାହିଁ, ତା’ହେଲେ ରାଜ୍ୟମାନଙ୍କୁ ବେକାରି ଭତ୍ତା ଦେବାକୁ ହେବ ।
- ସମ୍ପତ୍ତି ସୃଷ୍ଟି ଦ୍ୱାରା ଶ୍ରମିକମାନଙ୍କୁ ମଧ୍ୟ ଲାଭ ମିଳିବ: ଶ୍ରମିକ ଉନ୍ନତ ସଡ଼କ, ଜଳ ଏବଂ ଜୀବିକା ସାଧନ ନିର୍ମାଣ କରିବେ ଏହା ସେଗୁଡ଼ିକର ଲାଭ ପାଇବେ ।
- ଏବେ ଏମଜିଏନଆରଇଜିଏରେ ପରିବର୍ତ୍ତନ ଆବଶ୍ୟକତା କାହିଁକି?
- ଏମଜିଆରଆରଇଜିଏ 2005ରେ କାର୍ଯ୍ୟକାରୀ ହୋଇଥିଲା, କିନ୍ତୁ ଗ୍ରାମୀଣ ଭାରତ ଏବେ ବଦଳି ଯାଇଛି ।
- ଏମପିସିଇ ଏବଂ ନାବାର୍ଡ ଆରଇସିଏସଏଏସ ସର୍ବେକ୍ଷଣରେ ରେକର୍ଡ କରାଯାଇଥିବା ଅଧିକ ଉପଯୋଗ, ଆୟ ଏବଂ ଆର୍ଥିକ ସୁଲଭତା କାରଣରୁ ଦାରିଦ୍ର୍ୟ 25.7% (2011-12)ରୁ 4.86% (2023-24)କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।
- ଦୃଢ଼ ସାମାଜିକ ସୁରକ୍ଷା, ଉତ୍ତମ ସଂଯୋଗ, ଗଭୀର ଡିଜିଟାଲ୍ ପ୍ରବେଶ ଏବଂ ଅଧିକ ବିବିଧ ଗ୍ରାମୀଣ ଜୀବିକା ସହିତ, ପୁରୁଣା ଢାଞ୍ଚା ଆଉ ଆଜିର ଗ୍ରାମୀଣ ଅର୍ଥବ୍ୟବସ୍ଥା ସହିତ ମେଳ ଖାଉନାହିଁ।
- ଢାଞ୍ଚାଗତ ପରିବର୍ତ୍ତନ ସହିତ ଏମଜିଏନଆରଇଜିଏର ଓପନ୍ ଏଣ୍ଡେଡ୍ ମଡେଲ ପୁରୁଣା ହୋଇସାରିଛି।
- ବିକଶିତ ଭାରତ – ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ): ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି ଆଇନ, 2025) ବ୍ୟବସ୍ଥାକୁ ଆଧୁନିକ କରିବ, ଗ୍ୟାରେଣ୍ଟି ରୋଜଗାର ଦିନ ବଢ଼ାଇବ, ପ୍ରାଥମିକତା ଉପରେ ପୁନର୍ବାର ଧ୍ୟାନ ଦେବ ଏବଂ ବର୍ତ୍ତମାନର ଗ୍ରାମୀଣ ଅର୍ଥବ୍ୟବସ୍ଥା ପାଇଁ ଅଧିକ ଉତ୍ତରଦାୟୀ, ଲକ୍ଷ୍ୟ ଆଧାରିତ ଏବଂ ପ୍ରାସଙ୍ଗିକ ରୋଜଗାର ଢାଞ୍ଚା ପ୍ରସ୍ତୁତ କରିବ।
- ଚାହିଦା ଆଧାରିତ ପାଣ୍ଠି ଯୋଗାଣରୁ ଉଦ୍ଦେଶ୍ୟ ଆଧାରିତ ପାଣ୍ଠି ଯୋଗାଣ ଦିଗରେ ପରିବର୍ତ୍ତନ କାହିଁକି ?
- ରୋଜଗାର ଗ୍ୟାରେଣ୍ଟିକୁ କମ୍ ନକରି ଉଦ୍ଦେଶ୍ୟ ଆଧାରିତ ପାଣ୍ଠି ଯୋଗାଣ ବା ନର୍ମାଟିଭ୍ ଫଣ୍ଡିଂ ଏମଜିଏନଆରଇଜିଏକୁ ଭାରତ ସରକାରଙ୍କ ଅଧିକାଂଶ ଯୋଜନାଗୁଡ଼ିକ ଲାଗି ବ୍ୟବହାର ହେଉଥିବା ବଜେଟ୍ ମଡେଲ ସହିତ ଯୋଡ଼ିଥାଏ ।
- ଚାହିଦା ଆଧାରିତ ମଡେଲ ଦ୍ୱାରା ଅପ୍ରତ୍ୟାଶିତ ଆବଣ୍ଟନ ଏବଂ ବଜେଟରେ ଅମେଳକ ହୋଇଥାଏ । ନର୍ମାଟିଭ୍ ଫଣ୍ଡିଂରେ ଉଦ୍ଦେଶ୍ୟ ମାପଦଣ୍ଡ ବ୍ୟବହାର ହୋଇଥାଏ, ଯାହାଦ୍ୱାରା ଆନୁମାନିକ, ତର୍କସଂଗତ ଯୋଜନା ପ୍ରସ୍ତୁତି ସୁନିଶ୍ଚିତ ହୋଇଥାଏ । ଏହା ସହିତ ପ୍ରତ୍ୟେକ ଯୋଗ୍ୟ ଶ୍ରମିକଙ୍କୁ ରୋଜଗାର କିମ୍ବା ବେରୋଜଗାର ଭତ୍ତା ପ୍ରଦାନ ସୁନିଶ୍ଚିତ କରିଥାଏ ।
- ଉଦ୍ଦେଶ୍ୟ ଆଧାରିତ ପାଣ୍ଠି ଯୋଗାଣ 125 ଦିନର ଗ୍ୟାରେଣ୍ଟିକୁ ଦୁର୍ବଳ କରିଥାଏ କି?
ନା, ରୋଜଗାର ଦିନ ବଢ଼ାଇ 125 ଦିନ କରିବା ଦ୍ୱାରା ଗ୍ୟାରେଣ୍ଟି ଆହୁରି ଅଧିକ ମଜବୁତ ହୋଇଛି ।
2024-25 ଆର୍ଥିକ ବର୍ଷ ସୁଦ୍ଧା ଚାହିଦା ସହିତ ଆବଣ୍ଟନ ମେଳ ଖାଇବା କାରଣରୁ ଆନୁମାନିକ ସଠିକତା ଦେଖା ଦେଇଛି
- ରାଜ୍ୟ+କେନ୍ଦ୍ର ଦାୟିତ୍ୱ ବାଣ୍ଟିବେ
- ବିପର୍ଯ୍ୟୟ ସମୟରେ ସ୍ୱତନ୍ତ୍ର ଛାଡ଼
- କାମ ନମିଳିଲେ, ବେକାରୀ ଭତ୍ତା ଦେବା ବାଧ୍ୟତାମୂଳକ
- ତେଣୁ ରୋଜଗାର ଗ୍ୟାରେଣ୍ଟି ଅଧିକାରକୁ ଆଇନଗତ ଭାବେ ସୁରକ୍ଷା ଦିଆଯାଇଛି ।
- ଏମଜିଏନଆରଇଜିଏରେ ସୁଧାର ଆଣିବା ଲାଗି ପୂର୍ବରୁ କୌଣସି ପ୍ରୟାସ କରାଯାଇନଥିଲା କି ?
ପ୍ରମୁଖ ସୁଧାର ଅଣାଯାଇଥିଲା, କିନ୍ତୁ ସେଗୁଡ଼ିକ ଗଭୀର ଢାଞ୍ଚାଗତ ସମସ୍ୟାର ସମାଧାନ କରିପାରିନଥିଲା ।
ପ୍ରମୁଖ ଲାଭ (2013-14 ଆର୍ଥିକ ବର୍ଷ ବନାମ 2025-26 ଆର୍ଥିକ ବର୍ଷ)
- ମହିଳାଙ୍କ ଅଂଶଗ୍ରହଣ: 48% → 56.74%
- ଆଧାର ସଂଯୁକ୍ତି ସକ୍ରିୟ ଶ୍ରମିକଙ୍କ ସଂଖ୍ୟା: 76 lakhs → 12.11crore
- ଏପିବିଏସରେ ଶ୍ରମିକ: 0 → 11.93crore
- ଜିଓ ଟ୍ୟାଗ୍ ହୋଇଥିବା ସମ୍ପତ୍ତି: 0 → 6.44 crore+
- ଇ-ପେମେଣ୍ଟ : 37% → 99.99%
- ବ୍ୟକ୍ତିଗତ ସମ୍ପତ୍ତି: 17.6% → 62.96%
ଏସବୁ ଅଗ୍ରଗତି ସତ୍ତ୍ୱେ, ଅନିୟମିତତା ଜାରି ରହିଥିଲା, ଡିଜିଟାଲ ଉପସ୍ଥିତିକୁ ବାଟବଣା କରି ଦିଆଯାଇଥିଲା ଏବଂ ବ୍ୟୟ ମୁତାବକ ସମ୍ପତ୍ତି ସୃଷ୍ଟି ହୋଇପାରିନଥିଲା।
ଏସବୁ ସମସ୍ୟା ବ୍ୟାପକ ଏବଂ କ୍ରମାଗତ ଭାବେ ଦେଖା ଦେବା ଏମଏନଆରଇଜିଏର ଢାଞ୍ଚା ଏହାର ସମୟସୀମା ଅତିକ୍ରମ କରିସାରିଥିବାର ପ୍ରମାଣ ଦେଇଥିଲା, ଫଳରେ ନୂଆ ଆଧୁନିକ ବିକଶିତ ଭାରତ – ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ଅଭିଯାନ (ଗ୍ରାମୀଣ): ଭିବି – ଜି ରାମ ଜି (ବିକଶିତ ଭାରତ – ଜି ରାମ ଜି ଆଇନ, 2025) ବିଲ୍ ଆଣିବା ଜରୁରି ହୋଇଯାଇଥିଲା।
- ଏମଏନଆରଇଜିଏର କେଉଁ ସମସ୍ୟାଗୁଡ଼ିକ କାରଣରୁ ପରିବର୍ତ୍ତନ ଜରୁରି ଥିଲା?
ପରିଚାଳନାରେ ସୁଧାର ଆଣିବା ଲାଗି ଅନେକ ପ୍ରୟାସ କରାଯାଇଥିଲେ ସୁଦ୍ଧା, ପ୍ରମୁଖ ବ୍ୟବସ୍ଥାଗତ ବିଫଳତା ଲାଗି ରହିଥିଲା:
- ପଶ୍ଚିମବଙ୍ଗର 19ଟି ଜିଲ୍ଲାରେ ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ କୌଣସି କାମ ହୋଇନାହିଁ, ନିୟମର ଉଲ୍ଲଙ୍ଘନ କରାଯାଇଛି ଏବଂ ପାଣ୍ଠିର ଅପବ୍ୟବହାର କରାଯାଇଛି, ଏହି କାରଣରୁ ପାଣ୍ଠି ଉପରେ ରୋକ୍ ଲଗାଇ ଦିଆଯାଇଥିଲା।
- 2025-26 ଆର୍ଥିକ ବର୍ଷରେ 23ଟି ରାଜ୍ୟରେ ଅନୁଧ୍ୟାନ ପରେ କାମର ‘‘ସନ୍ଧାନ ମିଳନଥିଲା କିମ୍ବା ସେଗୁଡ଼ିକ ବ୍ୟୟ ମୁତାବକ ନଥିଲା,’’ ଯେଉଁଠି ଶ୍ରମିକଙ୍କର ଆବଶ୍ୟକତା ଥିଲା ସେଠାରେ ମେସିନ ବ୍ୟବହାର କରାଯାଇଥିଲା ଏବଂ ଏନଏମଏମଏସ ଆଟେଣ୍ଡାନ୍ସରେ ବ୍ୟାପକ ଅନିୟମିତତା କରାଯାଇଥିଲା ।
- 2024–25ରେ ବିଭିନ୍ନ ରାଜ୍ୟରେ ମୋଟ୍ 193.67 କୋଟି ଟଙ୍କାର ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ମହାମାରୀ ପରବର୍ତ୍ତୀ କାଳରେ ମାତ୍ର 7.61% ପରିବାର 100 ଦିନର କାମ ସମ୍ପୂର୍ଣ୍ଣ କରିଥିଲେ ।
- ବାଟମାରଣା, ଦୁର୍ବଳ ଯାଞ୍ଚ ଏବଂ ଖରାପ ଅନୁପାଳନ ଭଳି ଏସବୁ ପୁରୁଣା ସମସ୍ୟା ପାଇଁ ସାଧାରଣ ପରିବର୍ତ୍ତନ ନୁହେଁ, ବରଂ ଏକ ନୂଆ ଢାଞ୍ଚାର ଆବଶ୍ୟକତା ରହିଥିଲା। ଜିଆରଜି ଆଇନ ଏକ ସ୍ୱଚ୍ଛ, ଡିଜିଟାଲ ରୂପେ ନିୟନ୍ତ୍ରିତ, ଉତ୍ତରଦାୟୀ ଏବଂ ଭିତ୍ତିଭୂମି ଉପରେ ଧ୍ୟାନ କେନ୍ଦ୍ରିତ କରୁଥିବା ବ୍ୟବସ୍ଥା ପ୍ରସ୍ତୁତ କରିଥାଏ ।
- ନୂତନ ଆଇନରେ କେଉଁ ସ୍ୱଚ୍ଛତା ଏବଂ ସାମାଜିକ ସୁରକ୍ଷା ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି?
- ଏଆଇ ଆଧାରିତ ଠକେଇ ଚିହ୍ନଟ
- ତଦାରଖ ପାଇଁ କେନ୍ଦ୍ରୀୟ + ରାଜ୍ୟ ଷ୍ଟିଅରିଂ କମିଟି
- ଗ୍ରାମୀଣ ବିକାଶ ପାଇଁ 4ଟି ପ୍ରମୁଖ କ୍ଷେତ୍ର ଉପରେ ଧ୍ୟାନ
- ପଞ୍ଚାୟତଗୁଡ଼ିକୁ ଅଧିକ ତଦାରଖ ଦାୟିତ୍ୱ
- ଜିପିଏସ/ମୋବାଇଲ ଆଧାରିତ ଅନୁଧ୍ୟାନ
- ବାସ୍ତବ ସମୟ ଏମଆଇଏସ ଡ୍ୟାଶବୋର୍ଡ
- ସାପ୍ତାହିକ ସାର୍ବଜନୀନ ଘୋଷଣା
- ଦୃଢ଼ ସାମାଜିକ ଅଡିଟ୍ (ପ୍ରତ୍ୟେକ ପଞ୍ଚାୟତ ପାଇଁ ବର୍ଷକୁ ଦୁଇ ଥର)
- କେନ୍ଦ୍ରୀୟ କ୍ଷେତ୍ର ଠାରୁ କେନ୍ଦ୍ର ପ୍ରାୟୋଜିତ ଯୋଜନା ଦିଗରେ ପରିବର୍ତ୍ତନ କାହିଁକି?
- ଗ୍ରାମୀଣ ରୋଜଗାର ସ୍ୱାଭାବିକ ରୂପେ ସ୍ଥାନୀୟ ହୋଇଥିବା କାରଣରୁ।
- ରାଜ୍ୟଗୁଡ଼ିକ ଏବେ ଖର୍ଚ୍ଚ ଏବଂ ଉତ୍ତରଦାୟିତ୍ୱ ବାଣ୍ଟିପାରିବେ
- ଅପବ୍ୟବହାର ରୋକିବା ଲାଗି ଉନ୍ନତ ପ୍ରୋତ୍ସାହନ ରାଶି
- ଗ୍ରାମ ପଞ୍ଚାୟତ ଯୋଜନା ମାଧ୍ୟମରେ ଆଞ୍ଚଳିକ ପରିସ୍ଥିତି ମୁତାବକ ଯୋଜନା ପ୍ରସ୍ତୁତି
- କେନ୍ଦ୍ର ମାନ ବଜାୟ ରଖିବ ଏବଂ ରାଜ୍ୟ ଉତ୍ତରଦାୟିତ୍ୱ ସହ କାର୍ଯ୍ୟକାରୀ କରିବ
- ଏହି ସହଭାଗିତା ମଡେଲ ଦକ୍ଷତାରେ ସୁଧାର ଆଣିବ ଏବଂ ଅପବ୍ୟବହାର ହ୍ରାସ କରିବ।
- ଏହା ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ବୋଝ ପକାଇବ ?
ନା । ଏହି ଢାଞ୍ଚା ସନ୍ତୁଳିତ ଏବଂ ରାଜ୍ୟର କ୍ଷମତା ଅନୁଯାୟୀ ସମ୍ବେଦନଶୀଳ ।
- ମାନକ ଅନୁପାତ: 60:40 (କେନ୍ଦ୍ର: ରାଜ୍ୟ)
- ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ : 90:10
- ବିଧାନସଭା ନଥିବା କେନ୍ଦ୍ର ଶାସିତ ପ୍ରଦେଶ: କେନ୍ଦ୍ରୀୟ ପାଣ୍ଠି ଦ୍ୱାରା ଶତପ୍ରତିଶତ ପାଣ୍ଠି ଯୋଗାଣ
- ରାଜ୍ୟଗୁଡ଼ିକ ପୂର୍ବରୁ 25% ସାମଗ୍ରୀ ଏବଂ 50% ପରିଚାଳନା ପାଇଁ ପୈଠ କରିସାରିଛନ୍ତି
- ଆନୁମାନିକ ଉଦ୍ଦେଶ୍ୟ ଆଧାରିତ ଆବଣ୍ଟନର ବଜେଟ୍ ପ୍ରସ୍ତୁତିରେ ସହାୟତା ମିଳିବ
- ବିପର୍ଯ୍ୟୟ ସମୟରେ ରାଜ୍ୟଗୁଡ଼ିକ ଅତିରିକ୍ତ ସହାୟତା ପାଇଁ ଅନୁରୋଧ କରିପାରିବେ
- ଉତ୍ତମ ତଦାରଖ ଅପବ୍ୟବହାର ଜନିତ ଦୀର୍ଘକାଳୀନ କ୍ଷତି ହ୍ରାସ କରିବ
60 ଦିନର କାମ ମୁକ୍ତ ଅବଧିକୁ କାହିଁକି ବାଧ୍ୟତାମୂଳକ କରାଯାଇଛି; ଏହି ସମୟରେ ଶ୍ରମିକମାନଙ୍କର କ’ଣ ହେବ ?
- ବୁଣା/ଅମଳ ସମୟରେ ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିଥାଏ
- ଖାଦ୍ୟ ମୂଲ୍ୟ ବଢ଼ାଉଥିବା ଆକସ୍ମିକ ମଜୁରି ମୁଦ୍ରାସ୍ଫିତୀ ବୃଦ୍ଧିକୁ ରୋକିଥାଏ
- ଶ୍ରମିକମାନେ ସ୍ୱାଭାବିକ ଭାବେ କୃଷି କ୍ଷେତ୍ର ପ୍ରତି ଆକୃଷ୍ଟ ହେବେ, ଯାହାକି ଅଧିକ ଋତୁକାଳୀନ ମଜୁରି ପ୍ରଦାନ କରିଥାଏ
- ମୋଟ୍ 60 ଦିନ, ଲଗାତାର ନୁହେଁ
- ଅବଶିଷ୍ଟ ~300 ଦିନରେ ଶ୍ରମିକମାନେ 125 ଦିନର ରୋଜଗାର ଗ୍ୟାରେଣ୍ଟି ପାଇବେ
- ତେଣୁ ଚାଷୀ ଏବଂ ଶ୍ରମିକ ଉଭୟ ଲାଭ ପାଇବେ ।