ମାନବ ସେବା ସଦନରେ ଶିଶୁ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଜଗଦା ସ୍ଥିତ ମାନବ ସେବା ସଦନ ଠାରେ ଶିଶୁ ଦିବସ ପାଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅଞ୍ଜନ ଦେଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ପୀତାମ୍ବର ଲେଙ୍କାଙ୍କ ଆବାହକତ୍ୱ ଓ ହେମନ୍ତା ତାଣ୍ଡିଆଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡାକ୍ତର ରଞ୍ଜନ ଦେ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଗଗନ ବିହାରୀ ଧଳ, ପ୍ରଫେସର ଡ. ଅଜିତ ବେହେରା, ବାଳମୁକୁନ୍ଦ ଶୁକ୍ଳା, ବରିଷ୍ଠ ସାମ୍ବାଦିକ ଜଟାଧାରୀ ମାଝୀ, ଡାକ୍ତର ଗୀତାଞ୍ଜଳି ପତ୍ରୀ, କବି କୁଞ୍ଜବିହାରୀ ରାଉତ, ପ୍ରତିଭା ନନ୍ଦ, ଅମୀର ସିଂ ପ୍ରମୁଖ ଯୋଗଦେଇଥିବା ବେଳେ ସମାଜସେବୀ ସଞ୍ଜୀବ କୁମାର ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିଶୁ ଦିବସ ପାଳନର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଆତ୍ମନିର୍ଭରଶୀଳ, ମିଥ୍ୟା ପରିହାର କରି ସତ୍ୟ କହିବା, ଐକ୍ୟବଦ୍ଧତା, ଏକାଗ୍ରତା, ନିର୍ଭିକତା, ସମୟାନୁବର୍ତ୍ତିତା ଓ ଚରିତ୍ର ଗଠନ ଉପରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ସଦନର ପ୍ରତିଷ୍ଠାତା ଡ. ଶଶିକାନ୍ତ ଆଚାର୍ଯ୍ୟ ଅନ୍ତେବାସୀଙ୍କ ପାଇଁ ଜବାହରଲାଲ ନେହେରୁଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟ ପରିଚାଳକ ଦିଲ୍ଲୀପ ବାରିକ ଅନୁଷ୍ଠାନର ଆଭିମୁଖ୍ୟ, ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହ ପିଲାମାନେ ଆଶ୍ରମ, ଜିଲ୍ଲା, ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ନାମ ଘୋଷଣା କରିଥିଲେ । ଅତିଥିମାନେ ରାଜ୍ୟସ୍ତରୀୟ ମହକ ଓ ଉତ୍ସବରେ କୃତିତ୍ୱ ହାସଲ କରିଥିବା ଶ୍ରଦ୍ଧା ଦାସ, ଜିଲ୍ଲା ସ୍ତରୀୟ ମହକ ଓ ଉତ୍ସବରେ କୃତିତ୍ୱ ହାସଲ କରିଥିବା ଶ୍ରଦ୍ଧା ଦାସ, ବିନ୍ଧ୍ୟା ବାରିକ, ନନ୍ଦିନୀ ନାଏକ, ଲକ୍ଷ୍ମୀ ମୁର୍ମୁ, ସଞ୍ଜୟ କେରକେଟା, ମନୋଜ ନାୟକ, ଗୃପ ଡ୍ୟାନ୍ସ ଓ ସଂଗୀତ ଦୁର୍ଗା ନାୟକଙ୍କୁ, ଏନ୍ଆଇଟି ଚାପ୍ଟର ସ୍ତରୀୟ ଖିତିଜ ଲେହେରୀ, ସଞ୍ଜୟ କେରକେଟା, କ୍ଲଷ୍ଟର ସ୍ତରରେ ଖିତିଜ ଲେହେରୀ ତଥା ଆଶ୍ରମ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ନନ୍ଦିନୀ, ପାୟଲ, ଲକ୍ଷ୍ମୀ, ରନ୍ଦାଇ, ଲକ୍ଷ୍ମୀ, ଖିତିଜ, ଶୁଭ୍ରଜିତ, ଶ୍ରାବଣ, ଆୟୁଷ, ରନ୍ଦାଇ, ମାୟା, ପାୟଲ, ଶ୍ରଦ୍ଧା, ମୁନୀ, ଦୁର୍ଗା ପ୍ରମୁଖଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ମହାନ୍ତି, ତ୍ରିଲୋଚନ ପରିଡା, ସାମୀ ଓରାମ, ଜୟଶ୍ରୀ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଦେ ସଭାପତିତ୍ୱ ଅଭିଭାଷଣ, ସମ୍ପାଦକ ଶ୍ରୀ ଲେଙ୍କା ସ୍ୱାଗତ ଭାଷଣ ଓ ହେମନ୍ତା ତାଣ୍ଡିଆ ଅତିଥି ମାନଙ୍କ ପରିଚୟ ସହ ମଞ୍ଚ ସଂଯୋଜନା କରିଥିଲେ । ସଦନର ଅନ୍ତେବାସୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲାବେଳେ ଚାଚା ନେହେରୁ, ପ୍ରତିଷ୍ଠାତା ଡ଼ଃ ଶଶିକାନ୍ତ ଆଚାର୍ଯ୍ୟ ଓ ଶିକ୍ଷାବିତ ନୟନେନ୍ଦୁ ମିଶ୍ରଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.