ଚୁଡାପାଲି ଶିଶୁ ମନ୍ଦିରରେ ଶିଶୁଦିବସ ପାଳନ

ଚୁଡାପାଲି, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଚୁଡାପାଲି ରେ ଶିଶୁଦିବସ ଉତ୍ସବ ଓ ଶିଶୁବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସଭାପତି କ୍ଷୀରୋଦ୍ର ସାହୁ, ସମ୍ପାଦକ ଦନାର୍ଦ୍ଦନ ମହାପାତ୍ର, ଉପସଭାପତି ସଂଜୀବ ମେହେର, କୋଷାଧ୍ୟକ୍ଷ ବୈଶମ୍ପାୟନ ଥନାପତି ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶମ୍ଭୁପ୍ରସାଦ ମହାକୁର ଅତିଥି ଅଧିକାରୀଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ ରିନାରାଣୀ ଜେନା ଶିଶୁଦିବସ ବିଷୟରେ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମାପନ ହୋଇଥିଲା ।

Leave A Reply

Your email address will not be published.