ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ବାଣୀନିକେତନ ରୋତ କଲେଜ ପରିସରରେ ଓଡ଼ିଶା ସରକାର ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶରେ ବନ୍ଦେ ମାତରଂ ସଙ୍ଗୀତର ୧୫୦ତମ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀ ସଭାପତିତ୍ୱ କରିଥିଲାବେଳେ କଲେଜର ସମସ୍ତ ଅଧ୍ଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀଙ୍କ ସହ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ବନ୍ଦେ ମାତରଂ ସଙ୍ଗୀତ ଗାନ କରିଥିଲେ । ଉକ୍ତ ଅବସରରେ ଏକ ସଭାର ଆୟୋଜନ ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କବିତା ଲିଖନ, କୁଇଜ୍ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ଦୈତାରି ଶବର, ନୀଳାମ୍ବର ବାରିକ, ମାନସ କୁମାର ପରିଚାଳନା କରିଥିଲେ ।