ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଶିଶୁ ଚାଲାଣ, ଦାଦନ ଶ୍ରମିକ, ଯକ୍ଷ୍ମା ମୁକ୍ତ ଭାରତ, ରକ୍ତହୀନତା, ଟୀକାକରଣ, ପ୍ରାକ-ଗର୍ଭ ପରୀକ୍ଷାର ସୂଚକାଙ୍କରେ ଉନ୍ନତି ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ଅନ୍ତଃ ବିଭାଗୀୟ ବୈଠକ ବଲାଙ୍ଗିର ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗ , ଶିକ୍ଷା ବିଭାଗ , ମହିଳା ଓ ଶିଶୁ ବିକାଶ ବିଭାଗ , ଅନୁସୂଚିତ ଜାତି ଓ ଜନଜାତି ବିଭାଗ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ଘରୋଇ ବିଭାଗର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶିୱାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ତମାଖୁ ମୁକ୍ତ ଯୁବ ଅଭିଯାନ ୩.୦ ପାଇଁ ଶପଥ ପାଠ କରାଯାଇ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଭେଷଜ ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଡାଃ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ, ପ୍ରଦୀପ କୁମାର ନାଗ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ସୁଷମା ମହାପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ , ଅତିରିକ୍ତ ଆରକ୍ଷୀ ଅଧିକାରୀ, ଅତିରିକ୍ତ ପ୍ରକଳ୍ପ ଅଧିକାରୀ ଏମ.ଆଇ.ଏସ, ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ-ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ଉପରୋକ୍ତ ବିଭାଗର ସମସ୍ତ ବ୍ଲକ ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଜିଲ୍ଲାପାଳ ଉପୋରୋକ୍ତ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାରେ କିପରି ଶିଶୁ ଚାଲାଣ, ଦାଦନ ଶ୍ରମିକ, ଯକ୍ଷ୍ମା ମୁକ୍ତ ଭାରତ, ରକ୍ତହୀନତା, ଟୀକାକରଣ ଓ ପ୍ରାକ-ଗର୍ଭ ପରୀକ୍ଷାର ସୂଚକାଙ୍କରେ ଉନ୍ନତି କରାଯିବ । ତାହା ଉପରେ ବିଶେଷ ଆଲୋଚନା କରି ଏହା ଉପରେ ସମ୍ମିଳିତ ଯୋଜନା କରିବାକୁ ନିର୍ଦେଶ ଦେଇଥିଲେ ।