କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ରୋହତକଠାରେ ‘ଖଦି କାରିଗର ମହୋତ୍ସବ’ରେ କାରିଗରମାନଙ୍କୁ ୨,୨୯୮ ମେସିନ୍ ଏବଂ ଟୁଲକିଟ ବଣ୍ଟନ କରିଛନ୍ତି
• ଏହି କାର୍ଯ୍ୟକ୍ରମରେ, ଖଦି କ୍ଷେତ୍ର ପାଇଁ ୩୩.୬୬ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକୁ ଅନଲାଇନ ମାଧ୍ୟମରେ ଲୋକାର୍ପିତ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ।
• ଅନଲାଇନମାଧ୍ୟମରେ ୮,୩୧୦ ନୂତନ ପିଏମ୍ଇଜିପି ୟୁନିଟ୍ ଶୁଭାରମ୍ଭ କରାଯାଇଥିଲା ଯାହାର ମାର୍ଜିନ୍ ମନି ସବସିଡି ୩୦୧ କୋଟି ଟଙ୍କାହୋଇଥିବା ବେଳେ ପ୍ରକଳ୍ପ ମୂଲ୍ୟ ୭୪୧.୧୬ କୋଟି ଟଙ୍କା ।
• ଅମିତ ଶାହ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଯେ ପ୍ରତ୍ୟେକ ପରିବାର ବାର୍ଷିକ ୫,୦୦୦ ଟଙ୍କାର ଖଦି କିଣିବା ଉଚିତ, ଯାହା ସିଧାସଳଖ କାରିଗରମାନଙ୍କୁ ଲାଭ ଦେବ ।
ନୂଆଦିଲ୍ଲୀ, (ପିଆଇବି) : “ଖଦି କାରିଗର ମହୋତ୍ସବ”ରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଖଦି କାରିଗରମାନଙ୍କୁ ମେସିନ୍ ଏବଂ ଟୁଲକିଟ୍ ବଣ୍ଟନ କରିଥିଲେ, ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମ୍ଇଜିପି) ଅଧୀନରେ ହିତାଧିକାରୀମାନଙ୍କୁ ଅନଲାଇନମାଧ୍ୟମରେ ମାର୍ଜିନ୍ ମନି ସବସିଡି ପ୍ରଦାନ, ନୂତନ ୟୁନିଟ୍ ଉଦଘାଟନ କରିଥିଲେ ଏବଂ ଦେଶର ବିଭିନ୍ନ ସ୍ଥାନରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଥିଲେ । ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସୈନି, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ଏବଂ ଯୋଜନା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଓ ଇନ୍ଦ୍ରଜିତ ସିଂହ, କେନ୍ଦ୍ର ସମବାୟ ରାଷ୍ଟ୍ରମନ୍ତ୍ରୀ କ୍ରିଷନ ପାଲ ଗୁର୍ଜର ଏବଂ ଖଦି ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଦୀପ ପ୍ରଜ୍ୱଳନ ଏବଂ ” ଖଦି ପଗଡି” ଉନ୍ମୋଚନ ସହିତ ଆରମ୍ଭ ହୋଇଥିଲା । ତା’ପରେ ଖଦି ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ, ଅମିତ ଶାହ ହରିୟାଣାର କାରିଗରମାନଙ୍କୁ ୨,୨୯୮ଟି ମେସିନ୍ ଏବଂ ଟୁଲକିଟ୍ (ବୈଦ୍ୟୁତିକ କୁମ୍ଭାର ଚକ, ଚରଖା, ସିଲାଇ ମେସିନ୍, ଧୂପକାଠି, ଚମଡା ମରାମତି ଟୁଲକିଟ୍, ମୋବାଇଲ୍ ଏବଂ ଏସି ମରାମତି ଟୁଲକିଟ୍ ଇତ୍ୟାଦି) ବଣ୍ଟନ କରିଥିଲେ । ଗୃହମନ୍ତ୍ରୀ ଏହି ଅବସର ରେ ପାଞ୍ଚ ଜଣ ବରିଷ୍ଠ ଖଦି କାରିଗରଙ୍କୁ ମଧ୍ୟ ସମ୍ମାନିତ କରିଥିଲେ ।
ଆଭାସି ମାଧ୍ୟମରେ, ଗୃହମନ୍ତ୍ରୀ ଦେଶବ୍ୟାପୀ ₹୩୩.୬୬ କୋଟି ଟଙ୍କା ବ୍ୟୟରେ ଅନେକ କେଭିଆଇସି ପ୍ରକଳ୍ପକୁ ସମର୍ପିତ, ଶିଳାନ୍ୟାସ ଏବଂ ଶୁଭାରମ୍ଭ କରିଥିଲେ, ଯେଉଁଥିରେ ଅନ୍ତର୍ଭୁକ୍ତ:
• ନୂଆଦିଲ୍ଲୀର କନଟ୍ ପ୍ଲେସରେ ଥିବା ‘ଖଦି ଗ୍ରାମୋଦ୍ୟୋଗ ଭବନ’କୁ ‘ଖଦି ମଲ୍’ଭାବରେ ନବୀକରଣ କରିବାର ଶୁଭାରମ୍ଭ ।
• ଉତ୍ତର ପ୍ରଦେଶର ଗୋରଖପୁରଠାରେ କେଭିଆଇସି ଡିଭିଜନାଲ ଅଫିସ୍ ରନବନିର୍ମିତ କୋଠା ର ଉଦଘାଟନ ।
• ଖଦି କାରିଗରଙ୍କ ପାଇଁ ୭୬୨ଟି ନବନିର୍ମିତ କର୍ମଶାଳାର ଉଦଘାଟନ ।
• ସାରା ଦେଶରେ ୩୫ଟି ନବୀକରଣ ହୋଇଥିବା ବିକ୍ରୟ କେନ୍ଦ୍ରର ଉଦଘାଟନ ।
• ମହାରାଷ୍ଟ୍ରର ୱାର୍ଦ୍ଧାରେ ଜୈବିକ କପା କେନ୍ଦ୍ରୀୟ ସ୍ଲାଇଭର ପ୍ଲାଣ୍ଟର ଉଦଘାଟନ।
• ଏତଦ ବ୍ୟତୀତ, ପିଏମ୍ଇଜିପି ଅଧୀନରେ ୩୦୧ କୋଟି ଟଙ୍କାର ମାର୍ଜିନ୍ ମନି ସବସିଡି ବଣ୍ଟନ କରାଯାଇଥିଲା ।
• ୭୪୧.୧୬ କୋଟି ଟଙ୍କା ନିବେଶ ସହିତ ୮୩୧୦ ନୂତନ ପିଏମ୍ଇଜିପି ୟୁନିଟର ଶୁଭାରମ୍ଭ ।
ଏହି ଅବସରରେ ଅମିତ ଶାହ ତାଙ୍କ ବକ୍ତବ୍ୟରେ କହିଥିଲେ କି ମହାତ୍ମା ଗାନ୍ଧୀ ସ୍ଵତନ୍ତ୍ରତା ଆନ୍ଦୋଳନ ସମୟ ରେ ଖଦିକୁ ସ୍ଵଦେଶୀ ଏବଂ ଆତ୍ମନିର୍ଭରତା ପାଇଁ ମଜଭୁତ ଆଧାର ଭାବରେ ଗ୍ରହଣ କରିଥିଲେ, କିନ୍ତୁ, କଂଗ୍ରେସ ସରକାର ଏହାକୁ ଅଣଦେଖା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଏବଂ ପ୍ରଧାନମନ୍ତ୍ରୀ ହେବା ପରେ, ଖଦିକୁ ପୁନରୁଦ୍ଧାର କରିବାକୁ ପ୍ରତିଶୃତି ଦେଇଥିଲେ । ସେ କହିଥିଲେ ଯେ ବର୍ଷ ବର୍ଷ ଧରି, ଖଦି ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରୟ ₹୩୩,୦୦୦ କୋଟିରୁ ବୃଦ୍ଧି ପାଇ ₹୧୭୦,୦୦୦ କୋଟି ହୋଇଛି । ସେ ଆହୁରି କହିଥିଲେ ଯେ ଦେଶର ଅନେକ କମ୍ପାନୀର ₹୧୭୦,୦୦୦ କୋଟିର କାରବାର ନାହିଁ, ଏବଂ ଯେଉଁମାନଙ୍କର ଏପରି ଅଛି, ସେମାନଙ୍କର ଲାଭ କିଛି ବ୍ୟକ୍ତିଙ୍କୁ ଯାଏ । ଖଦିର ₹୧୭୦,୦୦୦ କୋଟି ଟଙ୍କାର କାରବାରରୁ ପ୍ରତ୍ୟେକ ଲାଭ ଦେଶବ୍ୟାପୀ ବୁଣାକାର ଏବଂ ଅନ୍ୟାନ୍ୟ ମହିଳାଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ବ୍ୟବହୃତ ହୁଏ । ଅମିତ ଶାହ କହିଛନ୍ତି ଯେ ଯେତେବେଳେ ଆମେ ଖଦି ପିନ୍ଧୁ, ଆମେ କେବଳ ଗୋଟିଏ ପୋଷାକ ପିନ୍ଧୁନାହୁଁ; ଆମେ ସ୍ୱଦେଶୀ ଏବଂ ଆତ୍ମନିର୍ଭରଶୀଳ ଭାରତର ଭାବନାକୁ ଗ୍ରହଣ କରୁ । ସେ ଦେଶର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି ଯେ ପ୍ରତ୍ୟେକ ପରିବାର ୫୦୦୦ ଟଙ୍କା ମୂଲ୍ୟର ଖଦି କିଣିବା ଉଚିତ, ଯାହା ଦ୍ଵାରା ଦେଶ ଆତ୍ମନିର୍ଭରଶୀଳତା ଆଡକୁ ଅଗ୍ରସର ହେବ । ସେ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ବିକଶିତ ରାଷ୍ଟ୍ର ହେବା ଆଡକୁ ଅଗ୍ରସର ହେଉଛି । ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରୁଥିବା ସମୟରେ ଖଦି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଖଦି ଏବଂ ଗ୍ରାମୋଦ୍ୟୋଗ ଲକ୍ଷ ଲକ୍ଷ ବୁଣାକାରଙ୍କ ପାଇଁ ଏକ ଶକ୍ତିଶାଳୀ ପ୍ଲାଟଫର୍ମ ହେବାକୁ ଯାଉଛି । ସେ କହିଛନ୍ତି ଯେ କେଭିଆଇସି ପ୍ରଧାନମନ୍ତ୍ରୀଙ୍କ “ଜାତୀୟ ପାଇଁ ଖଦି, ଫ୍ୟାଶନ୍ ପାଇଁ ଖଦି ଏବଂ ପରିବର୍ତ୍ତନ ପାଇଁ ଖଦି” ମନ୍ତ୍ରକୁ ଗ୍ରହଣ କରି ଭାରତର ଅର୍ଥନୀତିକୁ ମଜବୁତ କରିଛି ।
ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସାଇନି ତାଙ୍କ ଭାଷଣରେ ଏହି କାର୍ଯ୍ୟକ୍ରମକୁ ‘ସ୍ୱଦେଶୀ ଏବଂ ଆତ୍ମନିର୍ଭରଶୀଳ ଭାରତ’ର ଏକ ଉତ୍ସବ ବୋଲି କହିଥିଲେ । ସେ କହିଥିଲେ, “ଆଜି ହରିୟାଣାର ଭୂମି ଏକ ନୂତନ ସ୍ୱଦେଶୀ ଆନ୍ଦୋଳନର ସାକ୍ଷୀ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଅମିତ ଶାହଙ୍କ ଅକ୍ଳାନ୍ତ ପ୍ରୟାସରେ, ଖଦି ଏବେ ଏକ ଆତ୍ମନିର୍ଭରଶୀଳ ଭାରତର ସବୁଠାରୁ ଶକ୍ତିଶାଳୀ ପ୍ରତୀକ ପାଲଟିଛି । ଜାତୀୟ ସମବାୟ ନୀତି ୨୦୨୫ ଗାଁ ଗାଁରେ, ଚାଷୀ, ମହିଳା, ଦଳିତ ଏବଂ ଆଦିବାସୀଙ୍କ ମଧ୍ୟରେ ରହିଅଛି । ଏହି ନୀତି ସ୍ୱଚ୍ଛତା, ପ୍ରଯୁକ୍ତିବିଦ୍ୟା ଏବଂ ସଦସ୍ୟଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦିଏ । ସେ ଆହୁରି କହିଛନ୍ତି ଯେ ଏବେ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ଆଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ସଂଯୋଜିତ କରିବାର ସମୟ ଆସିଛି । ସେ ଗୁରୁତ୍ୱାରୋପ କରିଥିଲେ ଯେ ଖଦି ଉତ୍ପାଦଗୁଡ଼ିକ “ସ୍ଥାନୀୟରୁ ବିଶ୍ୱବ୍ୟାପୀ” ଆନ୍ଦୋଳନ ଆଡ଼କୁ ନିରନ୍ତର ଅଗ୍ରଗତି କରୁଛି ।”
ସ୍ୱାଗତ ଭାଷଣରେ, କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର କହିଥିଲେ ଯେ ଜିଏସ୍ଟି ବଚତ ଉତ୍ସବ ଅଧୀନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିକୋଣ ‘ହର ଘର ସ୍ୱଦେଶୀ, ଘର-ଘର ସ୍ୱଦେଶୀ’ ଅଭିଯାନକୁ ନୂତନ ଶକ୍ତି ପ୍ରଦାନ କରିବା ପାଇଁ, କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ କେବଳ ୨୨୯୮ ଜଣ ଖଦି କାରିଗରଙ୍କୁ ମେସିନ ଏବଂ ଟୁଲକିଟ୍ ବଣ୍ଟନ କରିନାହାଁନ୍ତି, ବରଂ ଅନେକ କେଭିଆଇସି ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରି ସ୍ୱଦେଶୀ ମିଶନକୁ ନୂତନ ପ୍ରେରଣା ଦେଇଛନ୍ତି । ଗୁରୁବାର, ଗାନ୍ଧୀ ଜୟନ୍ତୀରେ, ସେ ବ୍ୟକ୍ତିଗତ ଭାବରେ ଦିଲ୍ଲୀର ଏକ ଷ୍ଟୋରକୁ ଯାଇ ଖଦି ଏବଂ ଗ୍ରାମୋଦ୍ୟୋଗ ଉତ୍ପାଦ କିଣି ଲୋକଙ୍କୁ ସ୍ୱଦେଶୀର ଏକ ନୂତନ ପ୍ରତିଜ୍ଞା ଦେଇଥିଲେ । ସେ ବ୍ୟାଖ୍ୟା କରିଥିଲେ ଯେ ଗୃହମନ୍ତ୍ରୀ ସବୁବେଳେ ଖଦି ଟ୍ୟୁନିକ୍ ପିନ୍ଧି ତାଙ୍କର “ଗର୍ବ ସେ କହୋ ୟେ ସ୍ୱଦେଶୀ ହୈ” ଦୃଷ୍ଟିକୋଣକୁ ପ୍ରୋତ୍ସାହିତ କରିବାରେ ନିୟୋଜିତ ଥିଲେ । ସେ କହିଲେ ଯେ ଆଦରଣୀୟ ଗୃହମନ୍ତ୍ରୀ ମହୋଦୟ ପ୍ରତିକ୍ଷଣ ଖଦିର ଅଙ୍ଗରଖା ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଅନୁଯାୟୀ ‘ମିଶନ ଖଦି’କୁ ଆଗେ ବଢ଼ାଇବାରେ ନିରନ୍ତର ଲାଗି ରହିଛନ୍ତି । ସେ ଖଦି ସମ୍ପ୍ରଦାୟ ପକ୍ଷରୁ ଗୃହମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର ଗୃହମନ୍ତ୍ରୀ, ହରିୟାଣାର ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅତିଥିମାନଙ୍କୁ ସ୍ମାରକୀ ଭାବରେ ଚରଖା ସ୍ମାରକୀ ପ୍ରଦାନ କରିଥିଲେ । କେଭିଆଇସିର ସିଇଓ ଶ୍ରୀମତୀ ରୂପ ରାଶି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ହରିୟାଣାର ଅନେକ ସାଂସଦ, ଗୃହ ଏବଂ ସମବାୟ ମନ୍ତ୍ରଣାଳୟ, କେଭିଆଇସି ଏବଂ ସ୍ଥାନୀୟ ପ୍ରଶାସନର ବହୁ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀ, ଓ ବହୁ ସଂଖ୍ୟକ ଖଦି କାରିଗର ଏବଂ ହିତାଧିକାରୀ ଉପସ୍ଥିତ ଥିଲେ ।