• ପ୍ରାୟ ୬ କୋଟି ପିଲାଙ୍କୁ ମିଳିବ ଲାଭ; ଏହି ଶୁଳ୍କ ଛାଡ଼ ୧ ଅକ୍ଟୋବର ୨୦୨୫ରୁ କାର୍ଯ୍ୟକାରୀ; ଗୋଟିଏ ବର୍ଷ ପାଇଁ ରହିବ ବଳବତ୍ତର
• ପିଲାମାନଙ୍କୁଶିକ୍ଷା, ଛାତ୍ରବୃତ୍ତି ଏବଂ ଡିବିଟିଯୋଜନାର ଲାଭଦେବା ପାଇଁ ଆଧାରରେ ହେବ ମାଗଣା ବାୟୋମେଟ୍ରିକ୍ ସଂଶୋଧନ
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଏକଲୋକାଭିମୁଖୀ ପଦକ୍ଷେପ ସ୍ୱରୂପ, ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ(ଏମବିୟୁ-୧) ପାଇଁ ସମସ୍ତ ଦେୟ ଛାଡ଼ କରିଛି, ଯାହା ପ୍ରାୟ ୬ କୋଟି ପିଲାଙ୍କୁ ଲାଭ ଦେବ ବୋଲି ଆଶା କରାଯାଉଛି । ଏହି ବୟସ ବର୍ଗ ପାଇଁ ଏମବିୟୁ ଶୁଳ୍କ ଛାଡ଼ ୧ ଅକ୍ଟୋବର ୨୦୨୫ରୁ ଲାଗୁ ହୋଇସାରିଛି ଏବଂ ଏହା ଗୋଟିଏ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ । ପାଞ୍ଚ ବର୍ଷରୁ କମ୍ ବୟସର ପିଲା ଫଟୋ, ନାମ, ଜନ୍ମ ତାରିଖ, ଲିଙ୍ଗ, ଠିକଣା ଏବଂ ଜନ୍ମ ପ୍ରମାଣପତ୍ର ପ୍ରଦାନ କରି ଆଧାର ପାଇଁ ପଞ୍ଜିକରଣ କରିଥା’ନ୍ତି । ଆଧାର ପଞ୍ଜିକରଣ ପାଇଁ ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ଆଙ୍ଗୁଠି ଛାପ ଏବଂ ଆଇରିସ୍ ବାୟୋମେଟ୍ରିକ୍ସ ଗ୍ରହଣ କରାଯାଏ ନାହିଁ କାରଣ ଏହି ବୟସରେ ଏଗୁଡ଼ିକ ପରିପକ୍ୱ ହୋଇନଥାଏ ।
ପ୍ରଚଳିତ ନିୟମ ଅନୁଯାୟୀ, ପିଲାଟି ପାଞ୍ଚ ବର୍ଷ ବୟସରେ ପହଞ୍ଚିବା ପରେ ତା’ର ଆଧାରରେ ଆଙ୍ଗୁଠି ଛାପ, ଆଇରିସ୍ ଏବଂ ଫଟୋ ସଂଶୋଧନ କରିବା ବାଧ୍ୟତାମୂଳକ । ଏହାକୁ ପ୍ରଥମ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ସଂଶୋଧନ (ଏମବିୟୁ-୧) କୁହାଯାଏ। ସେହିପରି, ଜଣେ ପିଲା ୧୫ ବର୍ଷ ବୟସରେ ପହଞ୍ଚିବା ପରେ ପୁଣି ଥରେ ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ବାଧ୍ୟ, ଯାହାକୁ ଦ୍ୱିତୀୟ ସଂଶୋଧନ ବା ଏମବିୟୁ-୨କୁହାଯାଏ । ପ୍ରଥମ ଏବଂ ଦ୍ୱିତୀୟ ଏମବିୟୁ, ଯଦି ଯଥାକ୍ରମେ ୫-୭ ଏବଂ ୧୫-୧୭ ବର୍ଷ ବୟସ ମଧ୍ୟରେ କରାଯାଏ, ତେବେ ଏହାମାଗଣାରେହୋଇଥାଏ । ଏହା ପରେ, ପ୍ରତି ଏମବିୟୁପାଇଁ ୧୨୫/- ଟଙ୍କାର ଏକ ନିର୍ଦ୍ଧାରିତ ଶୁଳ୍କ ଆଦାୟ କରାଯାଏ । ଏହି ନିଷ୍ପତ୍ତି ସହିତ ଏମବିୟୁ ବର୍ତ୍ତମାନ ୫-୧୭ ବର୍ଷ ବୟସର ସମସ୍ତ ପିଲାଙ୍କ ପାଇଁ ମାଗଣା ହେବ । ସଂଶୋଧିତ ବାୟୋମେଟ୍ରିକ୍ ସହିତ ଆଧାର ସହଜ ଜୀବନଯାପନକୁ ସୁଗମ କରିଥାଏ । ସ୍କୁଲ ନାମଲେଖା, ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜିକରଣ, ଛାତ୍ରବୃତ୍ତିର ଲାଭ, ଡିବିଟି (ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର) ଯୋଜନା, ଇତ୍ୟାଦି ସେବା ପାଇବାରେ ଆଧାରର ସୁଗମ ବ୍ୟବହାର ସୁନିଶ୍ଚିତ କରିଥାଏ । ପିତାମାତା/ଅଭିଭାବକମାନଙ୍କୁ ପ୍ରାଥମିକତାରେ ଆଧାରରେ ସେମାନଙ୍କ ପିଲାର ବାୟୋମେଟ୍ରିକ୍ସ ସଂଶୋଧନ କରିବାକୁ ପରାମର୍ଶ ଦିଆଯାଉଛି ।