csstore

ସେଞ୍ଚୁରିଅନ ବିଦ୍ୟାଳୟ (ଜେଆଇଟିଏମ୍‌) ପରିସରରେ ତିନିଦିନିଆ ବାର୍ଷିକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ, ତ୍ରିଲୋଚନ ନେତ୍ରାଳୟ ଓ ଲାୟନ୍ସ କ୍ଲବର ମିଳିତ ଆନୁକୂଲ୍ୟରେ ଏକ ତିନି ଦିନିଆ ବାର୍ଷିକ ଚକ୍ଷୁ୍ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଶିବିରରେ ବିଶିଷ୍ଟ ଚକ୍ଷୁରୋଗ ବିଶେଷଜ୍ଞ ସୌରଭ ସ୍ବର୍ଣ୍ଣକାର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ.ପ୍ରଦୀପ ଷଡ଼ଙ୍ଗୀଙ୍କର ପ୍ରତ୍ୟକ୍ଷ ତତ୍ତ୍ୱଵଧାନରେ କାଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଶିବିରଟି ବିଶ୍ଵବିଦ୍ୟାଳୟ ପରିସରରେ ଥିବା ନର୍ସିଂ ବିଭାଗ (ସର୍‌ଭାଇଭାଲ୍‌ କାର୍ଟ) ଠାରେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ସ୍ବର୍ଣ୍ଣକାର ଉଦଘାଟନୀ ସମାରୋହରେ ଯୋଗ ଦେଇ ଚକ୍ଷୁ ରୋଗଗୁଡିକର କାରଣ ଓ ନିରାକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ତିନି ଦିନ ହେବାକୁ ଥିବା ଏହି ଶିବିରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯିବ । ଏହି କାର୍ୟ୍ୟକ୍ରମରେ ଜେଆଇଟିଏମ( ସି.ଏଚ.ସି.ଇ) ବିଭାଗର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାୟକ, ଉପାଧ୍ୟକ୍ଷା ଡ. ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ. ପୂଣ୍ୟତୋୟା ବିଶ୍ୱାଳ, ନର୍ସିଂ ବିଭାଗର ଅଧ୍ୟକ୍ଷା ଡ. ରୋଜଲିନ ଷ୍ଟିଫେନ, ଫାର୍ମାସୀ ବିଭାଗର ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ରଂଜିତ ଓ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି କାର୍ୟ୍ୟକ୍ରମଟିର ସଫଳ ପରିଚାଳନାରେ ସହାୟତା କରିଥିଲେ । ବିଶ୍ୱବିଦ୍ୟାଳୟର ନର୍ସିଂ ଓ ଫାର୍ମାସୀ ବିଭାଗର ଛାତ୍ରଛାତ୍ରୀ ମାନେ କାର୍ୟ୍ୟକ୍ରମଟିକୁ ପରିଚାଳନାରେ ସାହାଯ୍ୟ କରିଥିଲେ । ବାସ୍ତବରେ ଅନୁଷ୍ଠାନର ଏଭଳି ଅଭିନଵ ପ୍ରୟାସ ସ୍ୱାଗତଯୋଗ୍ୟ ଅଟେ ।

jayashree
Leave A Reply

Your email address will not be published.