ଓଡିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସମ୍ମୁଖରେ ବିଭିନ୍ନ ନାରା ଦେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶୁକ୍ରବାର ଦିନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ ଭୁବନେଶ୍ୱରରେ ଆୟୋଜିତ ବିଶାଳ ରାଲି ସମାବେଶ ସଂଗଠିତ ପାଇଁ ଏହି ଡାକରା ଦିଆଯାଇଛି । ଛତ୍ରପୁରଠାରେ ଓଷ୍ଟାର ଗଞ୍ଜାମ ଜିଲ୍ଲା ସଭାପତି ସନ୍ତୋଷ ଜେନା, ମିଳିତ ମଞ୍ଚ ଆବାହକ ବିଜୟ ବେହେରା, ରାଜ୍ୟ ସଭ୍ୟ ରାମଚନ୍ଦ୍ର ପଲେଇ ଓ ଉପଦେଷ୍ଟା ହିମାଂଶୁ ପଟ୍ଟନାୟକଙ୍କ ନେତୃତ୍ଵରେ ଶତାଧିକ ଶିକ୍ଷକ ପ୍ରତିକୂଳ ପରିସ୍ଥିତି ସତ୍ୱେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟର ୩ ହଜାର ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୨୮/ ୩୦ ବର୍ଷ ଧରି ଶିକ୍ଷକତା କରି ଆସୁଥିବା ବ୍ଲକ୍ ଗ୍ରାଣ୍ଟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ କରିବା ଦାବି ନେଇ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ଦାବୀପତ୍ର ପ୍ରଦାନ କରାଯାଇଛି । ଗତ ୨୪ ବର୍ଷ ଶାସନ ମଧ୍ୟରେ ଗୋଟିଏ ବି ସରକାରୀ ବିଦ୍ୟାଳୟ ଗଠନ କରି ନ ଥିବା ସରକାର ୧୯୯୪ ମସିହାରୁ ପ୍ରଚଳିତ ଅନୁଦାନ ବ୍ୟବସ୍ଥା ବାତିଲ କରି ୨୦୦୪ ରୁ ବିଦ୍ୟାଳୟଗୁଡ଼ିକରେ ଏବଂ ୨୦୦୯ରୁ ମହାବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଓ କର୍ମଚାରୀଙ୍କ ପାଇ ବ୍ଲକ୍ ଗ୍ରାଣ୍ଟ ଭଳି ଏକ କୁତ୍ସିତ ବ୍ୟବସ୍ଥାର ପ୍ରଚଳନକୁ ଶିକ୍ଷକ ମହାସଂଘ ଦୃଢ଼ ବିରୋଧ କରି ସରକାରଙ୍କ କଟୁ ସମାଲୋଚନା କରିଛନ୍ତି ।

jittmm
Leave A Reply

Your email address will not be published.