
ନୂଆଦିଲ୍ଲୀ, (ପିଆଇବି) : ଗତ ୧୧ ବର୍ଷ ମଧ୍ୟରେ, ଭାରତ ଏକ ନୀରବ ବିପ୍ଳବ ଦେଇ ଗତି କରିଛି, ଏକ ଲାଲ-ଫିତା ଅର୍ଥନୀତିରୁ ନିବେଶକ ତଥା ଉଦ୍ୟୋଗୀମାନଙ୍କ ପାଇଁ ଏକ ଲାଲ-କାରପେଟ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ମାଧ୍ୟମରେ ସରକାର ପୁରୁଣା ନିୟମଗୁଡ଼ିକୁ ବ୍ୟବସ୍ଥିତ ଭାବରେ ଭାଙ୍ଗି ଅନୁପାଳନ ପ୍ରକ୍ରିୟାକୁ ସୁଗମ କରିଛନ୍ତି ଏବଂ ସ୍ୱଚ୍ଛତା ଏବଂ ବିଶ୍ୱାସ-ଆଧାରିତ ଶାସନର ଏକ ନୂତନ ଯୁଗ ଆରମ୍ଭ କରିଛନ୍ତି । ଆଜି, ଭାରତ କେବଳ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ଭିତ୍ତିକ ଅର୍ଥନୀତି ନୁହେଁ, ବରଂ ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ, ଏକ ବିଶ୍ୱ ସୃଜନ କେନ୍ଦ୍ର ଏବଂ ଏକ ପସନ୍ଦିତ ନିବେଶ ଗନ୍ତବ୍ୟସ୍ଥଳରେ ପରିଣତ ହୋଇଛି । ଏହି ସଫଳତାଗୁଡ଼ିକ ଆକସ୍ମିକ ନୁହେଁ, ଏଗୁଡ଼ିକ ଢାଞ୍ଚାଗତ ସଂସ୍କାର, ଡିଜିଟାଇଜେସନ୍ ଏବଂ ଏକ ଉଦ୍ୟୋଗର ଚକ୍ରର ପ୍ରତ୍ୟେକ ପର୍ଯ୍ୟାୟରେ, ଅନ୍ତର୍ଭୁକ୍ତିକରଣଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ବ୍ୟବସାୟିକ ସୁଗମତାକୁ ଉନ୍ନତ କରିବା ପାଇଁ ଏକ ନିରନ୍ତର ପ୍ରତିବଦ୍ଧତାର ଫଳାଫଳ । କର ସଂସ୍କାର ମାଧ୍ୟମରେ ଷ୍ଟାର୍ଟଅପ୍ ଏବଂ ନବସୃଜନକୁ ପ୍ରୋତ୍ସାହନ ସୁଗମ କର ବ୍ୟବସ୍ଥା: ଅଗଷ୍ଟ ୨୦୨୦ରେ, ପ୍ରଧାନମନ୍ତ୍ରୀ “ସ୍ୱଚ୍ଛ କର-ସଚ୍ଚୋଟଙ୍କୁ ସମ୍ମାନ” ଦେବା ତଥା ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧିପାଇଁ ଏକ ପ୍ଲାଟଫର୍ମ ଆରମ୍ଭ କରିଥିଲେ । ଏହା ଏକବିଂଶ ଶତାବ୍ଦୀର କର ବ୍ୟବସ୍ଥାର ଆବଶ୍ୟକତା ପୂରଣ କରିବା ପାଇଁ ଆରମ୍ଭ କରାଯାଇଥିଲା । ଆଞ୍ଜେଲ ଟ୍ୟାକ୍ସ ଉଚ୍ଛେଦ: ଜୁଲାଇ ୨୦୨୪ରେ ସମସ୍ତ ବର୍ଗର ନିବେଶକଙ୍କ ପାଇଁ ‘ଆଞ୍ଜେଲ ଟ୍ୟାକ୍ସ’ ଉଚ୍ଛେଦ କରାଯାଇଥିଲା । ଏହି ପଦକ୍ଷେପ ଭାରତୀୟ ଷ୍ଟାର୍ଟ-ଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବା, ଉଦ୍ୟୋଗୀ ମନୋଭାବକୁ ବୃଦ୍ଧି କରିବା ଏବଂ ନବସୃଜନକୁ ସମର୍ଥନ କରେ । ଏହା ସହିତ, ବିଦେଶୀ କମ୍ପାନୀଗୁଡ଼ିକ ଉପରେ କର୍ପୋରେଟ୍ ଟିକସ ହାର ୩୫ ପ୍ରତିଶତକୁ ହ୍ରାସ କରାଯାଇଥିଲା । GST (ସାମଗ୍ରୀ ଏବଂ ସେବା ଟିକସ): GST ଏକ ଖଣ୍ଡିତ ଏବଂ ଜଟିଳ ପରୋକ୍ଷ ଟିକସ ବ୍ୟବସ୍ଥାକୁ ପରିବର୍ତ୍ତନ କରିଥିଲା ଯାହା ବ୍ୟବସାୟ ଏବଂ ଗ୍ରାହକମାନଙ୍କୁ ସମାନ ଭାବରେ ବୋଝ ଦେଇଥିଲା । GST ପୂର୍ବରୁ, କର ଢାଞ୍ଚାରେ ଉତ୍ପାଦ ଶୁଳ୍କ, ସେବା ଟିକସ, VAT, CST ଏବଂ ଅନ୍ୟାନ୍ୟ ଭଳି ଅନେକ ଲେଭି ଅନ୍ତର୍ଭୁକ୍ତ ଥିଲା, ପ୍ରତ୍ୟେକଟିର ନିଜସ୍ୱ ଅନୁପାଳନ ଚ୍ୟାଲେଞ୍ଜ ଏବଂ ଅଦକ୍ଷତା ଥିଲା । ଏହି ବହୁବିଧତା କେବଳ ବ୍ୟବସାୟ କରିବାର ମୂଲ୍ୟ ବୃଦ୍ଧି କରିନଥିଲା ବରଂ କର ବାଧା ଯୋଗୁଁ ସାମଗ୍ରୀର ସୁଗମ ଆନ୍ତଃରାଜ୍ୟ ପରିବହନକୁ ମଧ୍ୟ ବାଧା ଦେଇଥିଲା । ଜିଏସ୍ଟି ଭାରତର କର ବ୍ୟବସ୍ଥାକୁ ଏକୀକୃତ କରିଥିଲା, ଏକକ ବଜାର ସୃଷ୍ଟି କରିବା ସହ ଆନ୍ତଃରାଜ୍ୟ ବାଧା ଦୂର କରିଥିଲା ଏବଂ କାର୍ଯ୍ୟକ୍ଷମ ଦକ୍ଷତାକୁ ବୃଦ୍ଧି କରିଥିଲା । ଏହା ବ୍ୟବସାୟଗୁଡ଼ିକୁ ଯୋଗାଣ ଶୃଙ୍ଖଳରେ ଇନପୁଟ୍ ଟିକସ କ୍ରେଡିଟ୍ ଦାବି କରିବାକୁ ଅନୁମତି ଦେଇ ଟିକସ କାସକେଡିଂକୁ ସମାପ୍ତ କରିଛି । ସାମଗ୍ରିକ ଟିକସ ବୋଝ ହ୍ରାସ କରିବା ସହ ଏହି ବ୍ୟବସ୍ଥା ଅନୁପାଳନକୁ ସରଳ କରିଛି । ଭାରତର ବ୍ୟବସାୟିକ ଦୃଶ୍ୟପଟ୍ଟରେ ରୂପାନ୍ତରଣ
୨୦୧୪ ମସିହାରୁ, ସରକାର ଆହ୍ୱାନ ଗ୍ରହଣକାରୀଙ୍କ ରାସ୍ତାରେ ପ୍ରତିବନ୍ଧକ ନୁହେଁ ବରଂ ଏକ ସକ୍ରିୟ ସମର୍ଥକ ହୋଇଛନ୍ତି । ଏହାଦ୍ୱାରା ଭାରତରେ ଉଦ୍ୟୋଗୀ ଏବଂ ନିବେଶକମାନେ ଅଧିକ ଆତ୍ମବିଶ୍ୱାସୀ ହେବା ସହ ଏବେ ଏକ ବ୍ୟବସାୟ-ଅନୁକୂଳ ପରିବେଶ ସୃଷ୍ଟି ହୋଇଥିବା ଅନୁଭବ କରିଛନ୍ତି । ସରକାର ସକ୍ରିୟ ଭାବରେ ସେମାନଙ୍କର ଚିନ୍ତାଧାରା ସମାଧାନ କରିବ ସହ ଅଭିଯୋଗର ସମାଧାନ କରୁଛନ୍ତି । ରେଟ୍ରୋସ୍ପେକ୍ଟିଭ୍ ଟିକସ ଅପସାରଣ, ଏବଂ ଆଞ୍ଜେଲ ଟିକସ ହ୍ରାସ ଏବଂ କର୍ପୋରେଟ୍ ଟିକସ ହ୍ରାସ ଭଳି ଐତିହାସିକ ନିଷ୍ପତ୍ତି ମାଧ୍ୟମରେ ଏହା ସମ୍ଭବ ହୋଇଛି। ସରକାର ୧୫୦୦ରୁ ଅଧିକ ପୁରୁଣା ଆଇନ ଏବଂ ହଜାର ହଜାର ଅନୁପାଳନକୁ ପ୍ରତ୍ୟାହାର କରି ଅନାବଶ୍ୟକ ଅନୁପାଳନ ବୋଝ ହ୍ରାସ କରିଛନ୍ତି । ଏଗୁଡ଼ିକ ଭାରତୀୟ ଉଦ୍ୟୋଗଗୁଡ଼ିକ ପାଇଁ ଅନାବଶ୍ୟକ ଖର୍ଚ୍ଚ ଏବଂ ପ୍ରତିବନ୍ଧକ ସୃଷ୍ଟି କରୁଥିଲା । ଜାତୀୟ ସିଙ୍ଗିଲ ୱିଣ୍ଡୋ ସିଷ୍ଟମ ଏକ ଡିଜିଟାଲ୍ ପ୍ଲାଟଫର୍ମ, ଯାହା ବ୍ୟବସାୟକୁ ସେମାନଙ୍କର ନିର୍ଦ୍ଦିଷ୍ଟ ଆବଶ୍ୟକତା ଉପରେ ଆଧାର କରି ଆବଶ୍ୟକ ଅନୁମୋଦନ ଚିହ୍ନଟ ଏବଂ ଆବେଦନ କରିବାରେ ସହାୟତା କରିବା ପାଇଁ ଡିଜାଇନ୍ କରାଯାଇଛି । “ଆପଣଙ୍କ ଅନୁମୋଦନ ଜାଣନ୍ତୁ” (କେଓ୍ୱାଇଏ) ମଡ୍ୟୁଲ୍ ୩୨ଟି କେନ୍ଦ୍ରୀୟ ବିଭାଗ ଏବଂ ୩୪ଟି ରାଜ୍ୟରେ ଅନୁମୋଦନ ପାଇଁ ମାର୍ଗଦର୍ଶନ ପ୍ରଦାନ କରେ । ଏନ୍ଏସ୍ଡବ୍ଲୁଏସ୍ ପୋର୍ଟାଲ୍ ମାଧ୍ୟମରେ ୩୨ଟି କେନ୍ଦ୍ରୀୟ ବିଭାଗ ଏବଂ ୨୯ଟି ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ଆବେଦନ ଦାଖଲ କରିବାକୁ ମଧ୍ୟ ସୁବିଧା ପ୍ରଦାନ କରେ । ସ୍ପାଇସ୍ ପ୍ଲସ୍ ଫର୍ମ: ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ବ୍ୟବସାୟ କରିବାର ସୁଗମତା (ଇଓଡିବି) ପଦକ୍ଷେପରେ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ ୨୦୨୦ରେ ସ୍ପାଇସ୍ ପ୍ଲସ୍ ‘SPICe+’ ନାମକ ଏକ ନୂତନ ୱେବ୍-ଆଧାରିତ ଫର୍ମ ପ୍ରଚଳନ କରିଥିଲା, ଯାହା ଆଗରୁ ବ୍ୟହାର କରାଯାଉଥିବା SPICe ଫର୍ମକୁ ବଦଳାଇଥିଲା। SPICe+ ତିନୋଟି କେନ୍ଦ୍ର ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ – କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଶ୍ରମ ମନ୍ତ୍ରଣାଳୟ ଏବଂ ରାଜସ୍ୱ ବିଭାଗ ଏବଂ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଏବଂ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ୧୦ଟି ସମନ୍ୱିତ ସେବା ପ୍ରଦାନ କରେ । ଏହି ସମନ୍ୱିତ ପ୍ଲାଟଫର୍ମ ଭାରତରେ ବ୍ୟବସାୟ ଆରମ୍ଭ କରିବା ସହିତ ଜଡି଼ତ ପ୍ରକ୍ରିୟା, ସମୟ ଏବଂ ଖର୍ଚ୍ଚକୁ ଯଥେଷ୍ଟ ହ୍ରାସ କରେ । ସୀମାପାର ବାଣିଜ୍ୟ ସୁବିଧା ପାଇଁ ଆଇସିଇଗେଟ୍(ICEGATE)ର ବର୍ଦ୍ଧିତ ବ୍ୟବହାର: ଭାରତୀୟ କଷ୍ଟମ୍ସ ଇଲେକ୍ଟ୍ରୋନିକ୍ ଡାଟା ଇଣ୍ଟରଚେଞ୍ଜ (ଇଡିଆଇ) ଗେଟୱେ ବା ICEGATE୨୦୦୭ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ଏହା ଭାରତୀୟ କଷ୍ଟମ ଏବଂ ବାଣିଜ୍ୟ ସମ୍ପ୍ରଦାୟ ମଧ୍ୟରେ ସମସ୍ତ ଇଲେକ୍ଟ୍ରୋନିକ୍ କାରବାର ପାଇଁ ଏକ କେନ୍ଦ୍ରୀକୃତ କେନ୍ଦ୍ର ଭାବରେ କାର୍ଯ୍ୟ କରେ । ICEGATE ବ୍ୟବସାୟୀମାନଙ୍କ ପାଇଁ ଇ-ଫାଇଲିଂ, ଅନଲାଇନ୍ ସଂଶୋଧନ ଦାଖଲ, ଅନଲାଇନ୍ ଶୁଳ୍କ ଦେୟ, ପ୍ରଶ୍ନ ସମାଧାନ ଏବଂ କେବଳ ସମନ୍ୱିତ ସାମଗ୍ରୀ ଏବଂ ସେବା କର (IGST) ରିଫଣ୍ଡ ପ୍ରକ୍ରିୟାକରଣ ସମେତ ବିଭିନ୍ନ ସେବା ପ୍ରଦାନ କରେ ।
ନିୟାମକ ଏବଂ ଆଇନଗତ ସରଳୀକରଣ
• ୧୫୦୦ ରୁ ଅଧିକ ପୁରୁଣା ଆଇନର ପ୍ରତ୍ୟାହାର।
• କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ୪୫,୦୫୧ ଅନୁପାଳନ ବୋଝ ଦୂର।
• କମ୍ପାନୀ ଆଇନ ଅନୁଯାୟୀ ୮୧ ଟି କମ୍ପାଉଣ୍ଡେବଲ୍ ଅପରାଧ ମଧ୍ୟରୁ ୫୦ ଟି ଅପରାଧମୁକ୍ତ ।
• ଜନ ବିଶ୍ୱାସ ଆଇନ, ୨୦୨୩ ର କାର୍ୟ୍ୟାନ୍ୱୟନ: ୪୨ ଟି ଆଇନରେ ୧୮୩ ଟି ବ୍ୟବସ୍ଥାକୁ ଅପରାଧମୁକ୍ତ କରାଯାଇଛି ।
ଦେଶରେ ବ୍ୟବସାୟିକ ପରିବେଶକୁ ଅଧିକ ସହଜ କରିବା ପାଇଁ ଜନ ବିଶ୍ୱାସ ୨.୦ ବିଲ୍ ଆଣିବାକୁ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (DPIIT) ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ୧୦୦ ଟି ନିୟମ ଏବଂ ଆଇନ ଉପରେ କାର୍ଯ୍ୟ କରୁଛି । ସରକାର ଚାରୋଟି ଶ୍ରମ ସଂହିତା ପ୍ରଣୟନ କରିଛନ୍ତି, ଯଥା: ମଜୁରୀ ସଂହିତା, ୨୦୧୯; ଶିଳ୍ପ ସମ୍ପର୍କ ସଂହିତା, ୨୦୨୦ (IR କୋଡ୍); ସାମାଜିକ ସୁରକ୍ଷା ସଂହିତା, ୨୦୨୦ (SS କୋଡ୍) ଏବଂ ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ କାର୍ଯ୍ୟ ପରିସ୍ଥିତି ସଂହିତା, ୨୦୨୦ (OSH କୋଡ୍) ।
ଦେବାଳିଆ ସଂହିତା, ୨୦୧୬ (ଆଇବିସି): ସମ୍ପତ୍ତିର ମୂଲ୍ୟକୁ ସର୍ବାଧିକ କରିବା ପାଇଁ କର୍ପୋରେଟ୍ ବ୍ୟକ୍ତି, ସହଭାଗୀତା ଫାର୍ମ ଏବଂ ବ୍ୟକ୍ତିବିଶେଷଙ୍କ ମାଲିକାନା ଭିତ୍ତିକ ଅନୁଷ୍ଠାନକୁ ଦେବାଳିଆ ସମାଧାନ ଏବଂ ଲିକ୍ୟୁଡେସନ୍ ପାଇଁ ଏକ ସମନ୍ୱିତ ଢାଞ୍ଚା ପ୍ରଦାନ କରିବା ହେଉଛି ଏହି ସଂହିତାର ଉଦ୍ଦେଶ୍ୟ। ଏହା ବ୍ୟତୀତ, ଆଇବିସି ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସ୍ୱାସ୍ଥ୍ୟ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି ଏବଂ ଋଣୀ ଋଣଦାତା ସମ୍ପର୍କକୁ ପୁନଃପରିଭାଷିତ କରିଛି ।
ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ ଅଭିବୃଦ୍ଧି ପ୍ରଧାନମନ୍ତ୍ରୀ ଗତି ଶକ୍ତି, ଏକ ଡିଜିଟାଲ୍ ପ୍ଲାଟଫର୍ମ, ରେଳ ଏବଂ ସଡ଼କପଥ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ଏକତ୍ରିତ କରିବା ପାଇଁ ଡିଜାଇନ୍ କରାଯାଇଛି, ଯାହା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ସମନ୍ୱିତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବିଭିନ୍ନ ପରିବହନ ପଦ୍ଧତିରେ ଲୋକବଳ, ସାମଗ୍ରୀ ଏବଂ ସେବାକୁ ସୁଗମ ଏବଂ ଦକ୍ଷ ସଂଯୋଗୀକରଣ ପ୍ରଦାନ କରିବା, ଏହାଦ୍ୱାରା ଶେଷ-ମାଇଲ୍ ସଂଯୋଗୀକରଣକୁ ବୃଦ୍ଧି କରିବା ଏବଂ ଯାତ୍ରା ସମୟ ହ୍ରାସ କରିବା । ପ୍ରଧାନମନ୍ତ୍ରୀ ଗତିଶକ୍ତି (ଏନ୍ଏମ୍ପି)କୁ ପରିପୂରକ କରିବା ପାଇଁ, ଜାତୀୟ ଲଜିଷ୍ଟିକ୍ସ ନୀତି ୧୭ ସେପ୍ଟେମ୍ବର ୨୦୨୨ ରେ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଗତିଶକ୍ତି ସ୍ଥିର ଭିତ୍ତିଭୂମି ଏବଂ ନେଟୱାର୍କ ଯୋଜନାର ସମନ୍ୱିତ ବିକାଶକୁ ସମ୍ବୋଧିତ କରୁଥିବା ବେଳେ ଲଜିଷ୍ଟିକ୍ସ ନୀତି ବା ଏନ୍ଏଲ୍ପି ନରମ ଭିତ୍ତିଭୂମି ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ବିକାଶ ଦିଗକୁ ସମ୍ବୋଧିତ କରେ । ଜାତୀୟ ଲଜିଷ୍ଟିକ୍ସ ନୀତି ୨୦୨୨ ର ଲକ୍ଷ୍ୟ ହେଉଛି ତ୍ୱରିତ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ପାଇଁ ଦେଶରେ ଏକ ପ୍ରଯୁକ୍ତିବିଦ୍ୟା ଭାବରେ ସକ୍ଷମ, ସମନ୍ୱିତ, ମୂଲ୍ୟଦକ୍ଷ, ସ୍ଥିର, ସ୍ଥାୟୀ ଏବଂ ବିଶ୍ୱସ୍ତ ଲଜିଷ୍ଟିକ୍ସ ଇକୋସିଷ୍ଟମ ବିକଶିତ କରିବା । ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କ ହେଉଛି ଏକ ପାରସ୍ପରିକ ବେଞ୍ଚମାର୍କିଂ ଉପକରଣ ଯାହା ଦେଶଗୁଡ଼ିକୁ ବାଣିଜ୍ୟ ଲଜିଷ୍ଟିକ୍ସରେ ସେମାନଙ୍କର କାର୍ଯ୍ୟଦକ୍ଷତାରେ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ସୁଯୋଗଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ପାଇଁ ସୃଷ୍ଟି କରାଯାଇଛି । ବିଶ୍ୱ ସ୍ତରରେ, ଭାରତ ସୂଚକାଙ୍କରେ ଏହାର ସ୍ଥାନକୁ ୧୬ ସ୍ଥାନ ବୃଦ୍ଧି କରି ୨୦୨୦ ରେ ୫୪ ରୁ ୨୦୨୩ ରେ ୩୮ ରେ ପହଞ୍ଚାଇଛି । ଅଭିବୃଦ୍ଧିର ପରିବର୍ତ୍ତିତ ସଂଜ୍ଞା : ଭାରତର ଷ୍ଟାର୍ଟଅପ ବିକାଶ
ଦେଶର ଉଦ୍ୟୋଗୀ ଦୃଶ୍ୟପଟରେ ୧୦୦ ରୁ ଅଧିକ ୟୁନିକର୍ଣ୍ଣ ରହିଛି । ଏସବୁ ନବସୃଜନକୁ ପୁନଃପରିଭାଷିତ କରୁଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରୁଛନ୍ତି । ବେଙ୍ଗାଲୁରୁ, ହାଇଦ୍ରାବାଦ, ମୁମ୍ବାଇ ଏବଂ ଦିଲ୍ଲୀ-ଏନସିଆର ଭଳି ପ୍ରମୁ ଖ ହବ୍ ଏହି ପରିବର୍ତ୍ତନର ଆଗରେ ରହିଛି ଯେତେବେଳେ ଛୋଟ ସହରଗୁଡ଼ିକ କ୍ରମାଗତ ଭାବରେ ଗତିରେ ଯୋଗଦାନ ଦେଉଛନ୍ତି, ୫୧% ରୁ ଅଧିକ ଷ୍ଟାର୍ଟଅପ୍ ଟାୟାର-୨ ବା ଟାୟାର ୩ ସହରରେ ସୃଷ୍ଟି ହେଉଛନ୍ତି । ଷ୍ଟାର୍ଟଅପ୍ ଇଣ୍ଡିଆ ଭଳି ପଦକ୍ଷେପ ମାଧ୍ୟମରେ, ସରକାର ଏହି ଅଭିବୃଦ୍ଧିକୁ ପୋଷଣ କରିବାରେ ଏବଂ ପରବର୍ତ୍ତୀ ପିଢ଼ିର ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ଏମ୍ଏସ୍ଏମ୍ଇରେ ରୂପାନ୍ତରଣ
ସରକାରୀ ଇ-ମାର୍କେଟପ୍ଲେସ୍ (ଜେମ୍ସ) ବିଭିନ୍ନ ସରକାରୀ ବିଭାଗଦ୍ୱାରା ଆବଶ୍ୟକ ହେଉଥିବା ସାଧାରଣ ବ୍ୟବହାର ସାମଗ୍ରୀ ଏବଂ ସେବାର ଅନଲାଇନ୍ କ୍ରୟକୁ ସୁବିଧା ପ୍ରଦାନ କରେ । ଜେମ୍ ସାଧାରଣ କ୍ରୟରେ ସ୍ୱଚ୍ଛତା, ଦକ୍ଷତା ଏବଂ ଗତି ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ରଖିଛି । ଏହା ସରକାରୀ ବ୍ୟବହାରକାରୀଙ୍କୁ ସୁବିଧା ଦେବା, ସେମାନଙ୍କ ଟଙ୍କାର ସର୍ବୋତ୍ତମ ମୂଲ୍ୟ ହାସଲ କରିବା ପାଇଁ ଇ-ବିଡିଂ, ରିଭର୍ସ ଇ-ନିଲାମ ଏବଂ ଚାହିଦା ଏକତ୍ରୀକରଣର ଉପକରଣ ପ୍ରଦାନ କରେ ।
ଏକ ଜିଲ୍ଲା, ଏକ ଉତ୍ପାଦ
ଏକ ଜିଲ୍ଲା ଏକ ଉତ୍ପାଦ ( ଓଡିଓପି) ପଦକ୍ଷେପ ସାରା ଭାରତର ୭୭୩ ଟି ଜିଲ୍ଲାରୁ ୧୨୪୦ ଟି ଅନନ୍ୟ ଉତ୍ପାଦକୁ ହାଇଲାଇଟ୍ କରି ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରେ । ସରକାରୀ ଇ ମାର୍କେଟପ୍ଲେସ୍ ବଜାରରେ ୫୦୦ ରୁ ଅଧିକ ବର୍ଗ ସହିତ, ଓଡିଓପି ସ୍ଥାନୀୟ ଅର୍ଥନୀତିକୁ ବୃଦ୍ଧି କରେ, ଗ୍ରାମୀଣ ଉଦ୍ୟୋଗକୁ ବୃଦ୍ଧି କରେ ଏବଂ ସାର୍ବଜନୀନ କ୍ରୟକୁ ଚାଳିତ କରେ । ୨୦୨୦ରେ ଆରମ୍ଭ ହୋଇଥିବା, ଏହି ଉଦ୍ୟମ କାରିଗର ଏବଂ ଛୋଟ ବ୍ୟବସାୟକୁ ସଶକ୍ତ କରିଛି, ଭାରତର ଆତ୍ମନିର୍ଭର ଭାରତ ମିଶନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି ।
ଭାରତରେ ନିବେଶ ଦୃଶ୍ୟପଟ୍ଟରେ ରୂପାନ୍ତରଣ ଭାରତର ନିବେଶକ ଅନୁକୂଳ ନୀତି ଏହାକୁ ସାରା ବିଶ୍ୱରେ ଏକ ପ୍ରମୁଖ ନିବେଶ ସ୍ଥଳୀରେ ପରିଣତ କରିଛି । ଗନ୍ତବ୍ୟସ୍ଥଳ, ଭାରତ ଏହାର ଅର୍ଥନୈତିକ ଯାତ୍ରାରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି, ଏପ୍ରିଲ ୨୦୦୦ରୁ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଦେଶରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ବା ଏଫ୍ଡିଆଇ ୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହିପରି ଅଭିବୃଦ୍ଧି ଏକ ସକ୍ରିୟ ନୀତି ଢାଞ୍ଚା, ଏକ ଗତିଶୀଳ ବ୍ୟବସାୟିକ ପରିବେଶ ଏବଂ ବୃଦ୍ଧି ପାଉଥିବା ଆନ୍ତର୍ଜାତୀୟ ପ୍ରତିଯୋଗିତା ଦ୍ୱାରା ପରିଚାଳିତ। ଯାହା ବିଶ୍ୱସ୍ତରରେ ଭାରତ ପ୍ରତି ବର୍ଦ୍ଧିତ ଆକର୍ଷଣକୁ ପ୍ରତିଫଳିତ କରେ। ଏଫଡିଆଇ ଯଥେଷ୍ଟ ଅଣ-ଋଣ ଆର୍ଥିକ ସମ୍ବଳ ପ୍ରଦାନ ସହିତ ପ୍ରଯୁକ୍ତି ବିଦ୍ୟା ସ୍ଥାନାନ୍ତର ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଭାରତର ବିକାଶ ଯାତ୍ରାରେ ପ୍ରମୁଖ ଅଂଶୀଦାର ହୋଇଛି । ଗତ ୧୧ ବର୍ଷ ମଧ୍ୟରେ, ଭାରତ ସରକାରଙ୍କ ବ୍ୟବସାୟ ପରିଚାଳନାରେ ଏକ ବଡ଼ ପରିବର୍ତ୍ତନ ଦେଖିଛି । ଅବିଶ୍ୱାସର ଐତିହ୍ୟରୁ ଦୂରେଇ ଯାଇ, ସରକାର ଏବେ ଉଦ୍ୟୋଗୀମାନଙ୍କୁ କେବଳ ଲାଭକାରୀ ଭାବରେ ନୁହେଁ ବରଂ ଦେଶ ଗଠନରେ ପ୍ରମୁଖ ଅଂଶୀଦାର ଭାବରେ ଦେଖୁଛନ୍ତି । ଏହି ନୂତନ ପଦ୍ଧତି ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଏବଂ ବଡ଼ କମ୍ପାନୀଗୁଡ଼ିକୁ ବିଶ୍ୱାସ, ସ୍ୱଚ୍ଛତା ଏବଂ ସମର୍ଥନର ପରିବେଶରେ ବୃଦ୍ଧି କରିବାରେ ସାହାଯ୍ୟ କରିଛି । ଫଳସ୍ୱରୂପ, ଜନ କଲ୍ୟାଣ ପାଇଁ ଅଧିକ ସମ୍ବଳ ପ୍ରବାହିତ ହେଉଛି, ନୂତନ ନିଯୁକ୍ତି ସୃଷ୍ଟି ହେଉଛି, ଆୟ ବୃଦ୍ଧି ପାଉଛି ଏବଂ ଅର୍ଥନୀତି ଆହୁରି ମଜବୁତ ହେଉଛି । ଏହି ବର୍ଷଗୁଡ଼ିକ କେବଳ ଭାରତରେ ବ୍ୟବସାୟ କରିବାର ପଦ୍ଧତିକୁ ଉନ୍ନତ କରିନାହିଁ, ସେମାନେ ୨୦୪୭ ସୁଦ୍ଧା ଏକ ବିକାଶିତ ଭାରତର ଦୃଷ୍ଟିକୋଣ, ଅମୃତ କାଳ ପାଇଁ ଏକ ଦୃଢ଼ ମୂଳଦୁଆ ସ୍ଥାପନ କରିଛନ୍ତି ।