oom

ଘୋରଡ଼ିଆ ଦୟଣାଚୋରୀ ମେଳଣ ଉପଲକ୍ଷେ ସମନ୍ୱୟ ବୈଠକ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭଗବାନ ଶ୍ରୀ ଶ୍ରୀ ରାଧାକାନ୍ତ ଦେବ ଓ ରାଧାମୋହନ ଦେବଙ୍କ ଇତିହାସ ପ୍ରସିଦ୍ଧ ଘୋରଡ଼ିଆ ଦୟଣାଚୋରୀ ମେଳଣ ଆସନ୍ତା ୧୧ ଏପ୍ରିଲ ତାରିଖ ଶୁକ୍ରବାର ମଧ୍ୟ ରାତ୍ରରୁ ଠାକୁରଙ୍କ ଜମାଣ ଉତ୍ସବ ଶୁଭାରମ୍ଭ ହୋଇ ୧୪ ଏପ୍ରିଲ ତାରିଖ ସୋମବାର ଠାକୁରଙ୍କ ମେଳଣ ଯାତ୍ରା ସମ୍ପର୍ଣ୍ଣ ହେବ । ଏହି ଉପଲକ୍ଷେ ଗୁରୁବାର ସନ୍ଧ୍ୟାରେ ଘୋରଡ଼ିଆ ପୋଲିସ ସହାୟତା କେନ୍ଦ୍ର ପରିସରରେ ପୋଲିସ ପ୍ରଶାସନ ପ୍ରଶାସନ, ରାଧାକାନ୍ତ ଓ ରାଧାମୋହନ ଦୁଇ ମଠର ପରିଚାଳକ ଏବଂ ମେଳଣ ପରିଚାଲନା ପରିଷଦର କର୍ମକର୍ତ୍ତା, ବିଭିନ୍ନ ସାହିର ମେଢ଼ ପରିଚାଳନା କମିଟିର ସଦସ୍ୟମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମନ୍ଵୟ ବୈଠକରେ ପିପିଲି ଏସ୍ଡ଼ିପିଓ ଦେବାଶିଷ ମିଶ୍ର, ଡେଲାଙ୍ଗ ଥାନା ଆଇଆଇସି ଶ୍ୟାମଘନ ବାରିକ, ଘୋରଡ଼ିଆ ପୋଲିସ ସହାୟତା କେନ୍ଦ୍ର ଅଧିକାରୀ ଗୋପବନ୍ଧୁ ରାଉର, ଦୁଇ ମଠର ପରିଚାଳକ ପ୍ରହଲ୍ଲାଦ ବଳିୟାରସିଂହ, ସୋମନାଥ ମଙ୍ଗରାଜ, ପ୍ରାକ୍ତନ ସରପଞ୍ଚ ଦୁର୍ଯ୍ୟୋଧନ ସାହୁ, ସମିତି ସଭ୍ୟା ଅନ୍ନପୂର୍ଣ୍ଣା ରଣଜିତ, ସମାଜସେବୀ ବିଧାନଚନ୍ଦ୍ର ରାୟ, ଦୁଇ ପଞ୍ଚାୟତର ଜନପ୍ରତିନିଧି ସମେତ ମେଳଣ ପରିଚାଳନା କମିଟି କର୍ମକର୍ତ୍ତା ରମେଶ ପାଟଶାଣୀ, ଶଶି ଶେଖର ରାୟ, ପ୍ରକାଶ ଚନ୍ଦ୍ର ପାତ୍ର, ଅବଦୁଲ ୱାହୀଦ ଖାଁ, ଚିତ୍ରସେନ ନିଶଙ୍କ, ଦେବରାଜ କୋଦାମସିଂହ, ରବୀନ୍ଦ୍ର କୁମାର ସାହୁ, ରାଜକିଶୋର ବେହେରା, ପ୍ରସନ୍ନ କୁମାର ସାହୁ, ଜାନକୀବଲ୍ଲଭ ହରିଚନ୍ଦନ, ଲିଳେନ୍ଦ୍ର ଜେନା, ମହମ୍ମଦ ମୁସ୍ତାକ, ସଲିମ ଖାଁ ସହ ବିଭିନ୍ନ ସାହି ମେଢ଼ କର୍ମକର୍ତ୍ତା, ଯୁବଗୋଷ୍ଠୀ, ବୁଦ୍ଧିଜୀବୀ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଏହି ମହାନ ଦୟଣାଚୋରୀ ମେଳଣ ଉତ୍ସବକୁ କିପରି ସରସ ସୁନ୍ଦର, ଚିତାକର୍ଷକ, ଶାନ୍ତିଶୃଙ୍ଖଳା ରକ୍ଷା କରିବା ଏବଂ ଏହାର ସୁପରିଚାଳନ ନେଇ ଆଲୋଚନାରେ ନିଷ୍ପତି ହୋଇଥିଲା । ଏହାର ପୂର୍ଣ୍ଣାଙ୍ଗ ବୈଠକ ଆସନ୍ତା ୮ ଏପ୍ରିଲକୁ ସ୍ଥିର କରାଯାଇଛି । ଶେଷରେ ରମେଶ ପାଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.