ବିଦ୍ୟୁତ ତାର ଚୋରି ଅଭିଯୋଗରେ ୫ ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସ ୫ ତାରିଖରେ ବିଦ୍ୟୁତ ତାର ଓ ବିଦ୍ୟୁତ କଣ୍ଡକଟର ଚୋରି ହୋଇଥିବା ପ୍ରତାପ କୁମାର ସାହୁ ଟିଟିଲାଗଡ଼ ଥାନାରେ ଲିଖିତ ଅଭିଯୋଗକରିଥିଲେ । ଏହି ଅଭିଯୋଗ ଆଧାରରେ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଏହି ରେକେଟ ଧରିବା ପାଇଁ ତଦନ୍ତ ଆରମ୍ଭ କରିଥିଲେ । ପରେ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚୋରି ହୋଇଥିବା ସମମସ୍ତ ସାମଗ୍ରୀ ଏଲ୍‌ଆଇସି କଲୋନୀ ନିକଟରେ ଥିବା ଏମ୍‌ଡି ନଦିମଙ୍କ କବାଡି ଦୋକାନରେ ଥିବା ଜାଣିବାକୁ ପାଇଥିଲେ । ପରେ ଅଧିକ ପଚରା ଉଚୁରା କରିବାରୁ ସବୁ ସତ୍ୟାସତ୍ୟ ସାମ୍ନାକୁ ଆସିଛି । ସୂଚନା ଯୋଗ୍ୟ ଯେ, ଏହି ଚୋରି ଘଟଣାରେ କଳାହାଣ୍ଡିର ନିରାକାର ସାହୁ, ନବରଙ୍ଗପୁର ବିଜୟ ଗୋପାଳ ନାୟକ, ଟିଟିଲାଗଡ଼ର ନିଧି ଚନ୍ଦନ, ବଙ୍ଗୋମୁଣ୍ଡାର କ୍ଷତ୍ରିୟ ଭୋଇ ଓ ଏଲ୍‌ଆଇସି କଲୋନୀର ଟିଟିଲାଗଡ଼ ଏମ୍‌ଡି ନଦୀମ ସଂପୃକ୍ତ ଅଛନ୍ତି । ଏମାନେ ପୂର୍ବରୁ ଅନ୍ୟ କେସରେ ମଧ୍ୟ ଜଡ଼ିତ ଥିବା ଜଣାପଡିଛି । ସେମାନଙ୍କ ଠାରୁ ତାର, କଣ୍ଡକ୍ଟର, ତାର କଟା ୯ଟି ବ୍ଲେଡ, ଗୋଟିଏ ସ୍ଲେପଣ୍ଡର ପ୍ଲସ ବାଇକ ଜବତ ହୋଇଛି । ଏହି ଟିମ୍‌ରେ ଟିଟିଲାଗଡ଼ ଥାନାର ଏସ୍‌ଆଇ କିରଣ ଜାନି, କେ ମାଝୀ, ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ, ପୋଲିସ କନଷ୍ଟେବଳ ଗୁଲାମ ସାହୁ ଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.