ଓମପ୍ରକାଶ ମିଶ୍ରଙ୍କୁ ‌ସ୍ୱାଗତ ସମ୍ବର୍ଦ୍ଧନା

ବୌଦ୍ଧ, (ବଂଶୀଧର ମାଝୀ) : ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ଓମପ୍ରକାଶ ମିଶ୍ର ନୂତନ ଦାୟିତ୍ୱ ପାଇବା ପରେ ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ବନପାଲି ଗ୍ରାମ ସ୍ଥିତ ଭାରତ ମାତା ମନ୍ଦିରକୁ ପରିଦର୍ଶନରେ ଯାଇ ମାଁ ଭାରତୀଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହାପରେ ଅଂଚଳର ଜନସାଧାରଣ ଓ ଦଳୀୟ କାର୍ୟ୍ୟକର୍ତ୍ତାଙ୍କ ଦ୍ୱାରା ଖଟଖଟିଆ, ପଲସାଗୋରା, ଆମ୍ବଗାଁ, ଉମା ଆଦି ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଖୁଣ୍ଟିଗୋରା ଠାରେ ଶଙ୍କର୍ଷଣ ସାହୁ, ପ୍ରଦୀପ ସାହୁ, ଆଜାଦ କଲତା, ପବିତ୍ର ଭୋଇ ପ୍ରମୁଖ କର୍ମକର୍ତ୍ତା ଶ୍ରୀ ମିଶ୍ରଙ୍କୁ ଫୁଲତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କଳିଥିଲେ । ନୂତନ ଦାୟିତ୍ବ ମିଳିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ସମୀର ମହାନ୍ତି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ୟ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଲୋକଙ୍କ ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା ମତେ ସବୁବେଳେ ତୃଣମୂଳ ସ୍ତରରୁ ଦଳକୁ ସଂଗଠିତ କରି ଆଗକୁ ବଢିବା ପାଇଁ ପ୍ରେରଣା ଯୋଗେଇବ ବୋଲି ଶ୍ରୀ ମିଶ୍ର ମତ ଦେଇଛନ୍ତି ।

Leave A Reply

Your email address will not be published.