ନୃସିଂହନାଥରେ ବୁଡ଼ ପକାଇଲେ ବରଗଡ ଧନୁଯାତ୍ରାର କଳାକାରଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଏହି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ୩ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ଯାଏ ମହା ଆଡମ୍ବରରେ ପାଳିତ ହୋଇଥିଲା । ବିଶ୍ୱର ସର୍ବ ବୃହତ ମୁକ୍ତ ଖୋଲାରଙ୍ଗ ମଞ୍ଚ ଧନୁଯାତ୍ରା ମହୋତ୍ସବରେ ଭଗବାନ କୃଷ୍ଣ, ବଳରାମ ଦେବକୀ ବାସୁଦେବଙ୍କୁ ମହାରାଜ କଂସ ଓ ତାଙ୍କ ପାତ୍ର, ମନ୍ତ୍ରୀ, ସୈନ୍ୟ ସେନା, ପାରିଷଦ ଗଣ, ଅନେକ ଅତ୍ୟାଚାର କରି କଟୁକଥା କହିଥିଲେ । ଏପରିକି ଭଗବାନ କୃଷ୍ଣ ଓ ବଳରାମଙ୍କୁ ମାରିବା ପାଇଁ ଗୋପପୁରରୁ ମଥୁରାକୁ ଡକାଇ ଥିଲେ । ମହାରାଜ କଂସଙ୍କ ମୃତ୍ୟୁ ପରେ କଂସ ଭୂମିକାରେ ଅଂଶଗ୍ରହଣ କରି ଥିବା ଭୁବନେଶ୍ୱର ପ୍ରଧାନ ପୁରୀ ମହୋଦଧିକୁ ବୁଡ଼ ପକଇବାକୁ ଯାଇଥିବା ବେଳେ ଅନ୍ୟ ପାତ୍ରମନ୍ତ୍ରୀ, ପରିଷଦଗଣ ତାଙ୍କର ପାପ ମୋଚନ ପାଇଁ ମଙ୍ଗଳବାର ନୃସିଂହନାଥ ମନ୍ଦିର ଆସି ପାପ ନାଶିନୀ ଝରଣାରେ ଥିବା ଗୋକୁଣ୍ଡ ଘାଟରେ ବୁଡ଼ ପକାଇ ପାପ ଖଣ୍ଡନ ପାଇଁ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରି କ୍ଷମା ପ୍ରାର୍ଥନା କରିଛନ୍ତି । ସେମାନେ ହେଲେ ମହାମନ୍ତ୍ରୀ – ସକ୍ରାଜିତ – ଗୋଲାପ ଚନ୍ଦ୍ର ଦାଶ, ମହାମନ୍ତ୍ରୀ ଅନାଦୃଷ୍ଟ – ନନ୍ଦିଘୋଷ ମହାପାତ୍ର, ମହାମନ୍ତ୍ରୀ ସାର୍ତ୍ତକି ଦେବାନନ୍ଦ ନାୟକ, ସେନାପତି କାଲକାନ୍ଧ – ଦେବକାନ୍ତ ବନଛୋର, ସେନାପତି ପ୍ରଦୃତ – ପିଣ୍‌ଣ୍ଟୁ ସାହୁ, ସେନାପତି ରୁଦ୍ରପ୍ରତାପ ହୃଷୀକେଶ ରଣା, ଚାଣୁର – ମୁନେଶ ଚାନ୍ଦ ଆଚାର୍ଯ୍ୟ, ବକାସୁର – ପ୍ରହଲ୍ଲାଦ କୁମାର ମାହାଣା, ସୁନାସ – ବୃନ୍ଦାବନ ପ୍ରଧାନ, ବିବିଧ ବାନର – ଭଗବାନ ପାଣ୍ଡେ, ମୁଖ୍ୟ ପ୍ରହରୀ – ପ୍ରକାଶ ପାତ୍ର, ବାସୁଦେବ – ମନୋଜ କୁମାର ସାହୁ ପ୍ରମୁଖ କଳାକାର ମାନଙ୍କୁ ପାଇକମାଲ ସାମ୍ବାଦିକ ମାନେ ତଥା ମନ୍ଦିର କର୍ମଚାରୀ ମାନେ ସ୍ୱାଗତ କରିଥିଲେ ଓ ସେମାନେ ବୁଡ଼ ପକାଇବା ପରେ ଭଗବାନ ନୃସିଂହନାଥଙ୍କୁ ଦର୍ଶନ କରାଇ ଥିଲେ ।

Leave A Reply

Your email address will not be published.